Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ସିନ୍ଧୁ ପାଣି ନପାଇଲେ ପାକିସ୍ତାନରେ ଖାଦ୍ୟ ପାଇଁ ସୃଷ୍ଟି ହେବ ହାହାକାର, ଖାଲି ସେତିକି ନୁହେଁ..

National

ସିନ୍ଧୁ ପାଣି ନପାଇଲେ ପାକିସ୍ତାନରେ ଖାଦ୍ୟ ପାଇଁ ସୃଷ୍ଟି ହେବ ହାହାକାର, ଖାଲି ସେତିକି ନୁହେଁ..

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ସିନ୍ଧୁ ପାଣି ନପାଇଲେ ପାକିସ୍ତାନରେ ଖାଦ୍ୟ ପାଇଁ ସୃଷ୍ଟି ହେବ ହାହାକାର, ଖାଲି ସେତିକି ନୁହେଁ..

ହିନ୍ଦୁ ହତ୍ୟାର ବଦଲା ସିନ୍ଧୁରେ । ଏବେ ପାଣି ପିଇବ ପାକିସ୍ତାନ । ଝେଲମ୍ ନଦୀ ପାଣିରେ ପାକ ଅଧିକୃତ କାଶ୍ମୀର ଓ ମୁଜାଫରାବାଦରେ ବନ୍ୟା । ଜରୁରୀ ପରିସ୍ଥିତି ଘୋଷଣା । ପାକ ଗଣମାଧ୍ୟମର ଅଭିଯୋଗ, ବିନା ସୂଚନାରେ ପାଣି ଛାଡ଼ିଲା ଭାରତ । ପହଲଗାମ୍ ଘଟଣା ପରେ ସିନ୍ଧୁ-ସନ୍ଧି ବାତିଲ କରିଛି ଭାରତ ।

ପାକିସ୍ତାନକୁ ଏବେ ଘାରିଛି ବନ୍ୟା ଭୟ। ପାକିସ୍ତାନ ମୁଜାଫରାବାଦରେ ଅଚାନକ ଆସିଲା ବନ୍ୟା। ଫଳରେ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଅଚାନକ ଝେଲମ ନଦୀରେ ଆସିଲା ବନ୍ୟା । ଏଥିଯୋଗୁଁ ପାକିସ୍ତାନରେ ସ୍ଥିତି ଅଣାୟତ୍ତ ହୋଇଯାଇଛି। ଏହାକୁ ନେଇ ଭାରତ ଉପରେ ଦୋଷ ଲଦୁଛନ୍ତି ପାକିସ୍ତାନୀ ଗଣମାଧ୍ୟମ। ବିନା ସୂଚନାରେ ଭାରତ ପାଣି ଛାଡ଼ିଥିବା ଅଭିଯୋଗ କରିଛନ୍ତି। ମୁଜାଫରାବାଦରେ ଝେଲମ ନଦୀର ଜଳସ୍ତର ଦ୍ରୁତ ଗତିରେ ବଢୁଛି । ମସଜିଦଗୁଡ଼ିକ ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି।

ସେପଟେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ସହ ସିନ୍ଧୁ ଜଳ ସନ୍ଧି ବାତିଲ୍ କରିଛି ଭାରତ । ସୀମାପାର ଆତଙ୍କବାଦକୁ ପାକିସ୍ତାନ ସମର୍ଥନ ବନ୍ଦ ନକରିବା ପର୍ଯ୍ୟନ୍ତ ଏହି ନିଲମ୍ବନ ବଳବତ୍ତର ରହିବ ବୋଲି ସରକାର କହିଛନ୍ତି। ପାକିସ୍ତାନ ଯେଭଳି ଭବିଷ୍ୟତରେ ବୁନ୍ଦାଏ ବି ସିନ୍ଧୁ ଜଳ ପାଇବ ନାହିଁ ସେଥିପାଇଁ ତିନି ସୂତ୍ରୀ ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନରେ ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେବ । ପାକିସ୍ତାନର ୮୦ପ୍ରତିଶତ ଚାଷ ଜମି ସିନ୍ଧୁ ଉପରେ ନିର୍ଭର । ସିନ୍ଧୁ ନଦୀର ୯୩ ପ୍ରତିଶତ ଜଳ, ସେଚନ ପାଇଁ ବ୍ୟବହାର । ପାକିସ୍ତାନରେ ଚାଷ ଏକ ପ୍ରକାର ଠପ୍ ହୋଇଯିବ । ପୁରା ଭୁଶୁଡ଼ି ଯିବ ପାକିସ୍ତାନର ଅର୍ଥନୀତି । ସିନ୍ଧୁ ନଦୀ ଉପରେ କରାଚୀ, ମୁଲତାନ ଓ ଲାହୋରର ବାସିନ୍ଦା ନିର୍ଭର କରନ୍ତି । ତରଓ୍ବେଲା, ମଙ୍ଗଲା ଜଳ ବିଦ୍ୟୁତ ପ୍ରକଳ୍ପ ସିନ୍ଧୁ ନଦୀ ଉପରେ ନିର୍ଭରଶୀଳ । ସେହିଭଳି ବନ୍ଦ ହୋଇଯିବ ପାକିସ୍ତାନର ବିଦ୍ୟୁତ ଉତ୍ପାଦନ । ଅନ୍ଧାର ହୋଇଯିବ ପାକିସ୍ତାନର ଅନେକ ଅଂଚଳ । ପ୍ରଭାବିତ ହେବ ପାକିସ୍ତାନର ଶିଳ୍ପ ଓ ବ୍ୟବସାୟ ।

ଆମର ପୂର୍ବସୂରୀ ମାନେ ବୁଝିଥିଲେ ସିନ୍ଧୁ ନଦୀର ଗୁରୁତ୍ବ । ଏଥିପାଇଁ ଜାତୀୟ ସଂଗୀତରେ ବିଭିନ୍ନ ରାଜ୍ୟର ନାଁ ସହ ସିନ୍ଧୁର ନାଁ ଉଲ୍ଲେଖ ରହିଛି । କିନ୍ତୁ ପାକିସ୍ତାନ ଏବେ ସିନ୍ଧୁ ଉପରେ ନିଜର ଅଧିକାର ଜାହିର କରିବାକୁ ହୀନ ପ୍ରୟାସ କରୁଛି । ଭାରତ ଏହାର ମୁହଁତୋଡ଼ ଜବାବ ଦେବାକୁ ପ୍ରସ୍ତୁତ । ଆତଙ୍କୀସ୍ତାନ ଉପରେ କଟକଣା ଲଗାଇ ହିନ୍ଦୁ ହତ୍ୟାର ବଦଲା ନେବ ଭାରତ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored
Pakistan will not be able to farm if it does not get Indus water, there will be a food shortage! | Argus News