Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଭାରତରେ ଆତଙ୍କୀ ହମଲାର ବଡ଼ କ୍ଷତି ସହିବ ପାକିସ୍ତାନ

National

ଭାରତରେ ଆତଙ୍କୀ ହମଲାର ବଡ଼ କ୍ଷତି ସହିବ ପାକିସ୍ତାନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଭାରତରେ ଆତଙ୍କୀ ହମଲାର ବଡ଼ କ୍ଷତି ସହିବ ପାକିସ୍ତାନ

ଖରାଦିନେ ଶୁଖିବ, ବର୍ଷାଦିନେ ଭାସିବ ପାକିସ୍ତାନ । ଭାରତରେ ଆତଙ୍କୀ ହମଲାର ବଡ଼ କ୍ଷତି ସହିବ ପାକିସ୍ତାନ । ଗତକାଲିଠାରୁ ଅସ୍ତ୍ରବିରତି ହୋଇଥିଲେ ବି ସିନ୍ଧୁ ଜଳ ଚୁକ୍ତି ବାତିଲ ନିଷ୍ପତ୍ତି ରଦ୍ଦ ହେବା ନାହିଁ ବୋଲି ସ୍ପଷ୍ଟ କରିସାରିଛନ୍ତି ଭାରତ ସରକାର । ଖୋଲୁଛି ଗୋଟିଏ ପରେ ଗୋଟିଏ ସିନ୍ଧୁ ଡ୍ୟାମ୍ । ଆଜି ଚିନାବ ନଦୀରେ ଥିବା ସାଲାଲ ଡ୍ୟାମ ଖୋଲିବା ପରେ ପାକସ୍ତାନରେ ପୁଣିଥରେ ଦେଖାଦେଇଛି ବନ୍ୟା ସ୍ଥିତି । ଗତ ସପ୍ତାହରେ ଭାରତ ଚିନାବ ନଦୀ ଉପରେ ନିର୍ମିତ ଦୁଇଟି ଡ୍ୟାମ ମାଧ୍ୟମରେ ଜଳପ୍ରବାହକୁ ଅଟକାଇ ଦେଇଥିଲା।


ଫଳରେ ପାକିସ୍ତାନରେ ଚିନାବ ନଦୀର ଜଳସ୍ତର ହ୍ରାସ ପାଇ ନଦୀ ଶୁଖିବାକୁ ଆରମ୍ଭ କରିଥିଲା। ଭାରତ ପକ୍ଷରୁ ଜଳ ଅଟକାଇ ଦିଆଯିବା ଯୋଗୁ ପାକିସ୍ତାନକୁ ବଡ଼ ଧରଣର କ୍ଷତି ହୋଇଥିଲା। ଚିନାବ ନଦୀ ଉପରେ ନିର୍ମିତ ସଲାଲ ଓ ବାଗଲିହାର ଡ୍ୟାମର ଅନେକ ଗେଟ୍‌ ଏବେ ଖୋଲାଯାଇଛି । ସେପଟେ ବାରମ୍ୱାର କହିବା ପରେ ବି ପାକିସ୍ତାନ ଓଲଟା ପ୍ରହାର କରିବାରେ ଲାଗିଛି। ବର୍ତ୍ତମାନ ଭାରତ ତାକୁ ଉଚିତ ଜବାବ ଦେବ। ଆଉ ପରେ ତ୍ରାହି ତ୍ରାହି ଡାକିଲେ ବି ପାକିସ୍ତାନ କଥା କେହି ଶୁଣିବେ ନାହିଁ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଜମ୍ମୁ ଓ କାଶ୍ମୀରରେ ଗତକାଲି ରାତି ସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା । ଆନ୍ତର୍ଜାତିକ ସୀମା ନିକଟରେ କୌଣସି ଗୁଳିମାଡର ଖବର ନଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ଭାରତ ଆକ୍ରମଣ କରିଥିଲା । ଏହାପରେ ଦୁଇଦେଶ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା । ଶନିବାର ଦୁଇଦେଶ ଅସ୍ତ୍ରବିରତି ପାଇଁ ରାଜି ହେବା ପରେ ପାକିସ୍ତାନ ପକ୍ଷରୁ ଏହାର ଉଲ୍ଲଂଘନ କରାଯାଇଥିଲା । ଭାରତ ଏହାର କଡା ଜବାବ ଦେଇଥିଲା ।

Education Next Season 5
Sponsored
pakistan-will-suffer-huge-losses-if-india-launches-terror-attack | Argus News