Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pakistani Agent: ବୁଲି ବୁଲି ଟ୍ରାଭେଲ ବ୍ଲଗ୍‌ କରୁଥିଲେ, ପାକିସ୍ତାନକୁ ତଥ୍ୟ ଦେଉଥିଲେ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Pakistani Agent: ବୁଲି ବୁଲି ଟ୍ରାଭେଲ ବ୍ଲଗ୍‌ କରୁଥିଲେ, ପାକିସ୍ତାନକୁ ତଥ୍ୟ ଦେଉଥିଲେ

Key Points

୨୦୨୩ରେ ଜ୍ୟୋତି ମଲହୋତ୍ରା ପାକିସ୍ତାନ ଯାଇଥିଲେ ।

ପାକ୍ ଗୁପ୍ତଚର ଗିରଫ । ପାଞ୍ଚ ଦିନିଆ ପୋଲିସ ରିମାଣ୍ଡରେ ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରା । ପାକିସ୍ତାନ ପାଇଁ ଗୁଇନ୍ଦା ଗିରି କରିବା ଅଭିଯୋଗରେ ହରିୟାଣାର ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ବାନ୍ଧିଛି ଗୁଇନ୍ଦା ବିଭାଗ । ପାକିସ୍ତାନ ଦୂତାବାସରେ କରିଥିଲେ ଡିନର । ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଥିବା କର୍ମଚାରୀଙ୍କ ସହ ରଖିଥିଲେ ସମ୍ପର୍କ । ସୋସିଆଲ ମିଡିଆରେ ସକ୍ରିୟ ହରିୟାଣାର ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମଲହୋତ୍ରା ପାକିସ୍ତାନ ପାଇଁ ଗୁପ୍ତଚର କରିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନଙ୍କୁ ସମ୍ବେଦନଶୀଳ ସୂଚନା ଦେବାର ଗମ୍ଭୀର ଅଭିଯୋଗ ରହିଛି । ୨୦୨୩ ମସିହାରେ ଜ୍ୟୋତି ମଲହୋତ୍ରା କମିଶନ ମାଧ୍ୟମରେ ପାକିସ୍ତାନ ଭିସା ପାଇ ସେଠାକୁ ଯାଇଥିଲେ । ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ କର୍ମଚାରୀ ଦାନିଶଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା । ଭାରତ ଫେରିବା ପରେ ଜ୍ୟୋତି ପାକିସ୍ତାନୀ ଏଜେଣ୍ଟମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ରହିଥିଲେ । ଭାରତୀୟ ଗୁଇନ୍ଦା ଏଜେନ୍ସି ଦୀର୍ଘଦିନରୁ ତାଙ୍କ ଉପରେ ନଜର ରଖିଥିଲେ । ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରାଯାଇଛି । ଏପର୍ଯ୍ୟନ୍ତ, ପଞ୍ଜାବ ଏବଂ ହରିୟାଣାର ମାଲେରକୋଟଲାରୁ ମୋଟ ୬ ଜଣ ପାକିସ୍ତାନୀ ଗୁପ୍ତଚରଙ୍କୁ ଗିରଫ କରାଯାଇଛି। ଏମାନେ ଭାରତରେ ରହି ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଜଣାପଡିଛି ।

ଜ୍ୟୋତି ମଲହୋତ୍ରା ନିଜର ୟୁଟ୍ୟୁବ୍ ଚ୍ୟାନେଲ 'ଟ୍ରାଭେଲ ୱିଥ୍ ଜୋ'ରେ ବିଭିନ୍ନ ଦେଶ ବୁଲନ୍ତି । ଏସବୁ ଭିତରେ ସେ ପାକିସ୍ତାନ ଯାଇଥିଲେ । ଆଉ ସେଠି ସେ ପାକିସ୍ତାନ ହାଇକମିଶନ୍‌ଙ୍କ ଲିଙ୍କରେ ଆସିଥିବା ଜଣାପଡ଼ିଛି । ପାକ୍‌ ହାଇକମିଶନର ସଦସ୍ୟ ଏହସାନ-ଉର୍-ରହିମ୍ ଓରଫ୍ ଦାନିଶ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା ଏବଂ ସେ ହିଁ ଜ୍ୟୋତିଙ୍କୁ ପାକିସ୍ତାନର ଗୁଇନ୍ଦା ଅପରେଟିଭଙ୍କ ସହ ଭେଟ କରାଇଥିଲା । ଏହାପରେ ଭାରତର ଅନେକ ତଥ୍ୟ ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ଦେଇଥିବା ଅଭିଯୋଗ ହୋଇଛି ।

ଖାଲି ସେତିକି ନୁହେଁ, ଗତ ବର୍ଷ ଓ କିଛି ମାସ ତଳେ ବି ଜ୍ୟୋତି ମଲହୋତ୍ରା ପାକିସ୍ତାନ ଯାଇଥିଲେ । ହ୍ୱାଟସଆପ, ଟେଲିଗ୍ରାମ ଓ ସ୍ନାପଚାଟ୍‌ ଭଳି ଏନକ୍ରିପଟେଡ ପ୍ଲାଟଫର୍ମ ଜରିଆରେ ସେ ପାକ୍‌ ଗୁଇନ୍ଦା ଅପରେଟିଭଙ୍କ ସହ ସମ୍ପର୍କରେ ରହିଥିଲେ । ତାଙ୍କୁ ଭାରତୀୟ ସ୍ଥାନଗୁଡିକ ସହ ଜଡ଼ିତ ସମ୍ବେଦନଶୀଳ ତଥ୍ୟ ସେୟାର କରିଥିଲେ । ଏପରିକି ସୋସିଆଲ ମିଡିଆରେ ପାକିସ୍ତାନର ସକରାତ୍ମକ ଛବି ପ୍ରତିଷ୍ଠା କରିବା କାର୍ଯ୍ୟରେ ମଧ୍ୟ ଲିପ୍ତ ରହିଥିବା ଜଣାପଡିଛି ।

ସେହିପରି ପାନିପଥରୁ ଜଣେ ଛାତ୍ର ଦେବେନ୍ଦ୍ର ସିଂ ଢିଲୋନ୍ ବି ଗିରଫ ହୋଇଛନ୍ତି । ତାଙ୍କ ବିରୋଧରେ ସମାନ ଅଭିଯୋଗ ରହିଛି । ସେନା ବେସ୍ ଫଟୋ, ଭିଡିଓ ପାକିସ୍ତାନକୁ ଦେଇଥିଲେ । ଗତବର୍ଷ କରତାରପୁର୍ କରିଡର୍ ଯିବା ବାହାନାରେ ପାକିସ୍ତାନ ଯାଇଥିଲେ ଦେବେନ୍ଦ୍ର ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Pakistani Agent: Traveling around, blogging, providing information to Pakistan | Argus News