LoCରେ ପାକିସ୍ତାନୀ ସେନାକୁ ଭାରତୀୟ ଯବାନଙ୍କ ମୁହଁତୋଡ଼ ଜବାବ

Key Points
`ଏଥର ନିର୍ଣ୍ଣାୟକ ଲଢ଼େଇ'
ଆତଙ୍କବାଦୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଚରମ ଚେତାବନୀ
କହିଲେ, ମାନବଜାତି ପାଇଁ ଆତଙ୍କବାଦ ସବୁଠୁ ବଡ଼ ବିପଦ
ପହଲଗାମ ଘଟଣାରେ ଭାରତକୁ ସମର୍ଥନ ନେଇ ଆଙ୍ଗୋଲା ରାଷ୍ଟ୍ରପତିଙ୍କୁ ଜଣାଇଲେ କୃତଜ୍ଞତା
ଆତଙ୍କୀ ଫ୍ୟାକ୍ଟ୍ରି ବିରୋଧରେ ଭାରତର ଆଉ ଏକ ବଡ଼ ଆକ୍ସନ
ଡାକ ସେବା ସହ ପାକିସ୍ତାନ ସହ ସମସ୍ତ ବାଣିଜ୍ୟିକ ସମ୍ପର୍କ ଛିନ୍ନ
LoCରେ ପାକିସ୍ତାନୀ ସେନାକୁ ଭାରତୀୟ ଯବାନଙ୍କ ମୁହଁତୋଡ଼ ଜବାବ
ଆତଙ୍କବାଦ ବିରୋଧରେ ଏଥର ନିର୍ଣ୍ଣାୟକ ଲଢ଼େଇ । ଆତଙ୍କୀ ଓ ଆତଙ୍କୀସ୍ତାନକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମାନବଜାତି ପାଇଁ ସବୁଠୁ ବଡ଼ ବିପଦ ଆତଙ୍କବାଦ। ଏବେ ଆତଙ୍କୀଙ୍କ ଅଣ୍ଟା ଭାଙ୍ଗିବାକୁ ପ୍ରସ୍ତୁତ ଭାରତର ରଣନୀତି । ସୀମାରେ ସଜାଗ ଭାରତୀୟ ଯବାନ । ଜଳ, ସ୍ଥଳ ଓ ଆକାଶ ସବୁଠି ଶତ୍ରୁକୁ ଧୂଳି ଚଟାଇବାକୁ ଭାରତୀୟ ସେନା ପ୍ରସ୍ତୁତ । ଆତଙ୍କବାଦୀ ସମର୍ଥକଙ୍କ ବିରୋଧରେ ଭାରତର ଆଉ ଏକ ବଡ଼ ଆକ୍ସନରେ ପାକିସ୍ତାନକୁ ଲାଗିଛି ବଡ଼ ଝଟକା । ସିନ୍ଧୁ ପ୍ରହାର ପରେ ପାକିସ୍ତାନ ସହ ସମସ୍ତ ପ୍ରକାର ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିଛି ଭାରତ ।
ପୂର୍ବରୁ ବନ୍ଦ ହୋଇଛି ଅଟାରୀ ୱାଘା ବର୍ଡର । ମୋଦି ସରକାରଙ୍କ ଶେଷ ନିଷ୍ପତ୍ତି ଅନୁସାରେ ଏଣିତ ଭାରତ-ପାକିସ୍ତାନ ମଧ୍ୟରେ ପୋଷ୍ଟାଲ ସେବା ମଧ୍ୟ ବନ୍ଦ ହୋଇଛି । ଭାରତର ଆତଙ୍କବାଦ ବିରୋଧୀ ପଦକ୍ଷେପକୁ ଖୋଲା ସମର୍ଥନ କରିଛନ୍ତି ଆଫ୍ରିକୀୟ ରାଷ୍ଟ୍ର ଓଙ୍ଗୋଲାର ରାଷ୍ଟ୍ରପତି ଜୋଆଓ ଲୋରେଙ୍କୋ । ପହଲଗାମ ଆତଙ୍କୀ ହାମଲାକୁ ନେଇ ଭାରତକୁ ସମର୍ଥନ କରିଥିବାରୁ ରାଷ୍ଟ୍ରପତି ଜୋଆଓ ଲୋରେଙ୍କୋଙ୍କୁ ଧନ୍ୟବାଦ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।ଏପଟେ ବାରମ୍ବାର ଚେତାବନୀ ପରେ ବି ସୁଧୁରୁନାହିଁ ପାକିସ୍ତାନ ।ଏଥର ପଠାନକୋଟ, ଉରୀ ତୁଳନାରେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନ ଢେର ବଡ଼ ହେବା ଜାଣିଥିଲେ ବି LoCରେ ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଛି ପାକିସ୍ତାନ । ଉରି, ଅଖନୁର, କୁପୱାରା ଅଞ୍ଚଳରେ ପାକିସ୍ତାନୀ ସେନାକୁ ମୁହଁତୋଡ଼ ଜବାବ ଦେଇଛନ୍ତି ଭାରତୀୟ ସେନା । ଭାରତର କୁଟନୈତିକ ଓ ବାଣିଜ୍ୟିକ ପ୍ରହାରରେ ଅସ୍ତବ୍ୟସ୍ତ ପାକିସ୍ତାନ ।
📱 Get Argus News App
✨ଯୁଦ୍ଧ ଆଶଙ୍କାରେ ଥରହର ହୋଇ ପିଓକେରେ ଏଲଓସି ନିକଟରେ ରହୁଥିବା ୧୩ଟି ନିର୍ବାଚନ ମଣ୍ଡଳୀର ଲୋକଙ୍କୁ ଖାଦ୍ୟ ସାମଗ୍ରୀ ମହଜୁଦ ରଖିବାକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ । ଏକଥା ପିଓକେ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱାର ଉଲ୍ ହକ୍ ବିଧାନସଭାରେ କହିଛନ୍ତି । ସ୍ଥାନୀୟ ମସଜିଦରୁ ଶୁଭୁନି ନମାଜ ଶବ୍ଦ । ଭୟରେ ପିଓକେରେ ମଦ୍ରାସା ବି ବନ୍ଦ ହୋଇଛି । କୌଣସି ବି ମୁହୂର୍ତ୍ତରେ ପହଲଗାମ ପାପର ପ୍ରତିଶୋଧ ନେଇପାରେ ଭାରତ । ପ୍ରଧାନମନ୍ତ୍ରୀ ମୋଦି ଚେତାଇ ଦେଇଛନ୍ତି ଏଥର କଳ୍ପନାଠୁ ବି ଭୟଙ୍କର ହେବ ଭାରତର ଜବାବ ।