ଧରା ପଡିଲେ ପାକିସ୍ତାନୀ ପାଇଲଟ୍, ଜଳ, ସ୍ଥଳ ଓ ଆକାଶମାର୍ଗରୁ ଆକ୍ରମଣ କରୁଛି ଭାରତ

ରାଜସ୍ଥାନ ଜୈସଲମେରରୁ ଧରାପଡିଲେ ପାକିସ୍ତାନର F-16 ପାଇଲଟ୍। ଜୀବନ୍ତ ଧରିଛନ୍ତି ଭାରତୀୟ ସେନା। ପାକିସ୍ତାନର ଆଗାମୀ ଆଭିମୁଖ୍ୟ ନେଇ ଅଧିକ ତଥ୍ୟ ହାସଲ କରିପାରେ ଭାରତ। ପାକିସ୍ତାନୀ ପାଇଲଟ୍ ଧରାପଡିବା ପରେ ଏବେ ପାକିସ୍ତାନ ପାଇଁ ଚିନ୍ତା ବଢିଛି। ସେପଟେ ଉତ୍ତର ପଶ୍ଚିମ ଭାରତର ପ୍ରମୁଖ ଏୟାରପୋର୍ଟ ଗୁଡିକୁ ବନ୍ଦ କରି ଦିଆଯାଇଛି। ବର୍ଡରରେ ଭାରତ ପକ୍ଷରୁ ହାଇ ଆର୍ଲଟ ଜାରି ରହିଛି।
ଭାରତର ୨୭ ଟି ବିମାନବନ୍ଦର ବନ୍ଦ କରାଯାଇଛି। ପାକିସ୍ତାନ ପ୍ରଥମେ ଆକ୍ରମଣ କରିବା ପରେ ଏବେ ପ୍ରତି ଆକ୍ରମଣ କରୁଛି ଭାରତ। ପାକିସ୍ତାନର ଲାହୋରରେ ଭାରତ ପକ୍ଷରୁ ପ୍ରଚଣ୍ଡ ଆକ୍ରମଣ କରାଯାଇଛି। ଜଳପଥରୁ ବି ଭାରତ ପକ୍ଷରୁ ଆକ୍ରମଣ ଜାରି ରହିଛି। ପାକିସ୍ତାନର ସବୁ ଆକ୍ରମଣକୁ ବିଫଳ କରୁଛି ଭାରତ।
📱 Get Argus News App
✨ଭାରତ ପକ୍ଷରୁ ସବୁ ଏୟାରପୋର୍ଟକୁ ହାଇଆର୍ଲଟ ଜାରି କରାଯାଇଛି। ବିମାନଯାତ୍ରୀଙ୍କ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ସମସ୍ତ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ଆସନ୍ତାକାଲି ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିର ସୁରକ୍ଷା ବୈଠକ ବସିବ। ସୁରକ୍ଷା ବୈଠକ ଡାକିଛନ୍ତି ଚାନ୍ଦିପୁର ରେଞ୍ଜ୍ ଡିଆଇଜି। ଆଇଟିଆର ନିର୍ଦ୍ଦେଶକ, ପିଏକ୍ସଇ ନିର୍ଦ୍ଦେଶକ, ଜିଲ୍ଲାପାଳ ଓ ଏସପି ଯୋଗଦେବେ।