Videos
|
National

ଦେଶ ଛାଡିଲେ ସେନା ଅଧିକାରୀଙ୍କ ପରିବାର

Jyoti Prakash Mallick
Browse all articles by Jyoti Prakash Mallick
·1 year ago·1 min read
ଦେଶ ଛାଡିଲେ ସେନା ଅଧିକାରୀଙ୍କ ପରିବାର

ଭାରତୀୟ ସେନା ଭୟରେ ଏବେ ପାକିସ୍ତାନୀ ସୈନିକ ନିଜ ଦେଶର ଜାତୀୟ ପତାକା କାଢି ଦେଉଥିବା ଜଣା ପଡିଛି। ସୀମା ପାଖରେ ପାକିସ୍ତାନରେ ଥିବା ବଙ୍କରରେ ମାତ୍ର ଜଣେରୁ ୨ ଜଣ ସୈନିକ ରହୁଛନ୍ତି। ଏମିତିକି ସାଧାରଣ ଲୋକଙ୍କୁ ଆଗକୁ ଆଣି ପଛରେ ଲୁଚି ରହୁଛନ୍ତି ସୈନିକ। ଭାରତୀୟ ସେନାକୁ ଭ୍ରମିତ କରିବା ପାଇଁ ମାନବ ଢାଲର ବ୍ୟବହାର କରୁଛି ପାକିସ୍ତାନ। ମଙ୍ଗଳବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେନାକୁ ସମସ୍ତ ନିଷ୍ପତ୍ତି ଦିଆଯିବା ନେଇ ଘୋଷଣା କରିବା ପରେ ପାକିସ୍ତାନରେ ଆତଙ୍କ ଖେଳି ଯାଇଛି।


ଭାରତ କେତେବେଳେ ବି କରିପାରେ ଆକ୍ରମଣ। ଯାହାକୁ ଦୃଷ୍ଟିରେ ରଖି ପାକିସ୍ତାନ ଆର୍ମି ଚିଫ୍ ଜେନେରାଲ ଆସିମ୍ ମୁନୀର ନିଜ ପରିବାର ସଦସ୍ୟଙ୍କୁ ବ୍ରିଟେନ ପଠାଇ ଦେଇଥିବା ଜଣା ପଡିଛି। ଆହୁରି ମଧ୍ୟ କୁହାଯାଉଛି ଚୀଫ ଜେନେରାଲ ମୁନୀର କୌଣସି ଏକ ବଙ୍କରରେ ଲୁଚି ରହିଛନ୍ତି। କେବଳ ମୁନୀର ନୁହଁନ୍ତି ପାକିସ୍ତାନର ବହୁ ନେତା ମନ୍ତ୍ରୀ ଓ ସେନା ଅଧିକାରୀ ସେମାନଙ୍କ ପରିବାର ଲୋକଙ୍କୁ ସୁରକ୍ଷିତ ଭାବେ ବିଦେଶ ପଠାଇ ଦେଇଛନ୍ତି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର କିଛି ଦିନ ପୂର୍ବରୁ ଅସୀମ ମୁନିର କାଶ୍ମୀରକୁ ନେଇ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଆଉ ଯାହାର କିଛିଦିନ ପରେ ପହଲଗାମରେ ଆତଙ୍କୀ ହମ୍‌ଲା ହୋଇଥିଲା। ଏଥିରେ ୨୬ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ େହାଇଥିଲା। ଯାହାକୁ ନେଇ ଏବେ ଆକ୍ରୋଶ ନିଆଁରେ ଜଳୁଛନ୍ତି ଭାରତୀୟ। ପାକିସ୍ତାନଠୁ ତୁରନ୍ତ ପ୍ରତିଶୋଧ ନେବାକୁ ଭାରତୀୟ ଦାବି କରୁଛନ୍ତି। 


ଅନ୍ୟପଟେ ଆଜି କ୍ୟାବିନେଟ କମିଟି ଅନ ସିକ୍ୟୁରିଟି (CCS) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି। ପଦକ୍ଷେପକୁ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚନା କରାଯାଉଛି।





Pakistani soldiers are hiding in bunkers | Argus News