Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - Pakistani Spy: ଓଡ଼ିଆ ୟୁଟ୍ୟୁବର ପ୍ରିୟଙ୍କା ସେନାପତି ବି ଯାଇଥିଲେ ପାକିସ୍ତାନ

National

Pakistani Spy: ଓଡ଼ିଆ ୟୁଟ୍ୟୁବର ପ୍ରିୟଙ୍କା ସେନାପତି ବି ଯାଇଥିଲେ ପାକିସ୍ତାନ

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Pakistani Spy: ଓଡ଼ିଆ ୟୁଟ୍ୟୁବର ପ୍ରିୟଙ୍କା ସେନାପତି ବି ଯାଇଥିଲେ ପାକିସ୍ତାନ

Key Points

ପାକିସ୍ତାନ ଲିଙ୍କ୍‌ ନେଇ ପ୍ରିୟଙ୍କାଙ୍କ ନାଁ ଚର୍ଚ୍ଚା ।

ଜ୍ୟୋତି ମଲହୋତ୍ରାଙ୍କ ପରେ ଏବେ ଜଣେ ଓଡ଼ିଆ ବ୍ଲଗରଙ୍କୁ ନେଇ ଚର୍ଚ୍ଚା । ପାକିସ୍ତାନ ପାଇଁ ଗୁପ୍ତଚର କାମ କରୁଥିବା ଜ୍ୟୋତିଙ୍କ ଲିଙ୍କରେ ରହିଥିଲେ ଏହି ଓଡ଼ିଆ ବ୍ଲଗର । ଯାହାଙ୍କ ନାଁ ପ୍ରିୟଙ୍କା ସେନାପତି । ସେ ମଧ୍ୟ ଜଣେ ଲୋକପ୍ରିୟ ୟୁଟ୍ୟୁବର । ଲକ୍ଷ ଲକ୍ଷ ସବସ୍କ୍ରାଇବର ଓ ଫଲୋଅର୍ସ ରହିଛନ୍ତି ପ୍ରିୟଙ୍କା ପାଖରେ । ଏବେ ପାକିସ୍ତାନୀ ଗୁପ୍ତଚର ତାଲିକାରେ ତାଙ୍କ ନାଁ ମଧ୍ୟ ଯୋଡ଼ି ହୋଇଛି । ପୋଲିସ ଏନେଇ ଖୋଳତାଡ଼ ଆରମ୍ଭ କରିଛି । ଖୁବ୍‌ ଶୀଘ୍ର ସତ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି ।

ଜ୍ୟୋତି ମଲହୋତ୍ରା ଯେତେବେଳେ ପୁରୀ ଆସିଥିଲେ ସେତେବେଳେ ପ୍ରିୟଙ୍କା ମଧ୍ୟ ସାଙ୍ଗରେ ଥିଲେ । ଜ୍ୟୋତିଙ୍କ ସହ ପ୍ରିୟଙ୍କା ବୁଲା ବୁଲି, ଖିଆ ପିଆ ବି କରିଥିଲେ । ଏମିତିକି ତାଙ୍କ ସହ ଓଡ଼ିଶାରେ କିଛିଦିନ ସମୟ ମଧ୍ୟ ବିତାଇଥିଲେ । ଖାଲି ସେତିକି ନୁହେଁ, କିଛି ଦିନ ପୂର୍ବରୁ ପ୍ରିୟଙ୍କା ମଧ୍ୟ ପାକିସ୍ତାନ ଯାଇ ଭିଡିଓ ବନେଇବା ସହ ଇନ୍‌ଷ୍ଟାଗ୍ରାମ୍‌ରେ ପୋଷ୍ଟ କରିଥିଲେ। ଜ୍ୟୋତିଙ୍କ ସହ ତାଙ୍କର ଫୋଟୋ ମଧ୍ୟ ସୋସିଆଲ ମିଡିଆରେ ରହିଛି । ଏମିତି ତମାମ ତଥ୍ୟପ୍ରମାଣକୁ ଯଦି ଏକାଠି କରି ଦେଖିବା ତେବେ ପ୍ରିୟଙ୍କାଙ୍କ ଉପରେ ସନ୍ଦେହ ଆସିବା ସ୍ୱାଭାବିକ୍ ।


ପାକିସ୍ତାନ ଲିଙ୍କ୍‌ ନେଇ ପ୍ରିୟଙ୍କାଙ୍କ ନାଁ ଚର୍ଚ୍ଚା ହେବା ପରେ, ଏନେଇ ନିଜର ସୋସିଆଲ ମିଡିଆ ଷ୍ଟୋରୀରେ ସେ ସ୍ପଷ୍ଟିକରଣ ରଖିଛନ୍ତି । ପ୍ରିୟଙ୍କା ଲେଖିଛନ୍ତି, ''ଅନେକ ଲୋକ ମୋତେ ପ୍ରଥମେ ସ୍ପଷ୍ଟିକରଣ ମାଗିଛନ୍ତି । ସେଥିପାଇଁ ଏହି ପୋଷ୍ଟ କରୁଛି । ଜ୍ୟୋତି କେବଳ ମୋର ଜଣେ ବନ୍ଧୁ ଥିଲେ ଏବଂ ମୁଁ YouTube ମାଧ୍ୟମରେ ତାଙ୍କ ସହିତ ଯୋଗାଯୋଗରେ ଆସିଥିଲି। ତାଙ୍କ ଉପରେ ଯେଉଁ ଅଭିଯୋଗ ହୋଇଛି ତାହା ବିଷୟରେ ମୁଁ ଅଜ୍ଞ ଥିଲି। ଯଦି ମୁଁ ଜାଣିଥାନ୍ତି ଯେ ସେ ଶତ୍ରୁ ଦେଶ ପାଇଁ ଗୁପ୍ତଚର କାମ କରୁଛନ୍ତି, ତେବେ ମୁଁ ତାଙ୍କ ସହିତ ଯୋଗାଯୋଗ କରିନଥାନ୍ତି। ଯଦି କୌଣସି ତଦନ୍ତକାରୀ ସଂସ୍ଥା ମୋତେ ପ୍ରଶ୍ନ କରିବାକୁ ଚାହେଁ, ତେବେ ମୁଁ ପୂର୍ଣ୍ଣ ସହଯୋଗ କରିବି।

ଅନ୍ୟପଟେ ପ୍ରିୟଙ୍କାଙ୍କ ବାପା ରାଜକିଶୋର ସେନାପତି ମଧ୍ୟ ଦେଇଛନ୍ତି ଚାଞ୍ଚଲ୍ୟକର ବୟାନ । ସେ କହିଛନ୍ତି 'ପାକିସ୍ତାନ କରତାରପୁର ଯାଇଥିଲେ ପ୍ରିୟଙ୍କା । ଜ୍ୟୋତି ମାଲହୋତ୍ରାଙ୍କ ସହ ପ୍ରିୟଙ୍କାର ସମ୍ପର୍କ ରହିଥିବା କଥା ସତ । ସୋସିଆଲ୍ ମିଡିଆ ମାଧ୍ୟମରେ ତାଙ୍କ ସହ ମୋ ଝିଅର ବନ୍ଧୁତା ହୋଇଥିଲା । ଜ୍ୟୋତି ସହ ପ୍ରିୟଙ୍କାର ବନ୍ଧୁତା ୮ କି ୯ ମାସ ପୂର୍ବର । ଜ୍ୟୋତି ପାକିସ୍ତାନ ପାଇଁ ଗୁପ୍ତଚରୀ କରୁଥିବା ଜାଣି ଆଶ୍ଚର୍ଯ୍ୟ ଲାଗୁଛି ।' ଏହି ଘଟଣାରେ ଆଗକୁ ଯଦି ତଦନ୍ତ ହୁଏ, ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ । ଝିଅକୁ ଯାହା ବି ପଚରାଉଚରା କରିବେ, ପୂର୍ଣ୍ଣ ସହଯୋଗ କରିବୁ ।.

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ତେବେ ଶନିବାର ଜ୍ୟୋତିଙ୍କ ସମେତ ୭ ଜଣଙ୍କୁ ଗୁପ୍ତଚର ସନ୍ଦେହରେ ଗିରଫ କରିଛି ପୋଲିସ। ସେହିପରି ୨୦୧୫ ମସିହାରେ ଚାନ୍ଦିପୁର ପ୍ରତିରକ୍ଷା ପ୍ରତିଷ୍ଠାନ ବା DRDO ରେ ଠିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଇଶ୍ବର ଚନ୍ଦ୍ର ବେହେରାଙ୍କୁ ଗିରଫ କରାଯାଇଥିଲା। ସେ ପାକିସ୍ତାନ ଗୁଇନ୍ଦା ସଂସ୍ଥାକୁ ସମ୍ବେଦନଶୀଳ ତଥ୍ୟ ପ୍ରଦାନ କରୁଥିବା ଜଣାପଡ଼ିଥିଲା । ଏବେବି ସେ ଜେଲରେ ରହିଛନ୍ତି। ସେହିଭଳି ୨୦୨୩ ମସିହାରେ ବାଲେଶ୍ବର ଚାନ୍ଦିପୁର ଠିକା ଶ୍ରମିକ ଫଟୋ ଗ୍ରାଫର ଭାବେ କାର୍ଯ୍ୟରତ ବସନ୍ତ ବେହେରା, ପ୍ରକାଶ ବେହେରା, ହେମନ୍ତ ମିସ୍ତ୍ରୀ ଓ ଶେକ୍ ମୁସାକ୍ ପାକିସ୍ତାନର ISI ଗୁଇନ୍ଦା ସଂସ୍ଥାକୁ ତଥ୍ୟ ପ୍ରଦାନ କରୁଥିବା ଅଭିଯୋଗରେ ଗିରଫ କରାଯାଇଥିଲା।

Sponsored
Pakistani spy: Odia YouTuber Priyanka Senapati also went to Pakistan, and was in contact with Jyoti Malhotra | Argus News