କାନ୍ଦିକାନ୍ଦି ଭାରତ ଆକ୍ରମଣର ପ୍ରମାଣ ଦେଉଛନ୍ତି ପାକିସ୍ତାନୀ

ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ। ୨୨ ତାରିଖରେ ପର୍ଯ୍ୟଟକଙ୍କୁ ମାରି ପାକିସ୍ତାନରେ ବସି ଖୁସି ମନାଉଥିଲେ ଆତଙ୍କବାଦୀ। ସଧବା ନାରୀର ସିନ୍ଦୂର ପୋଛି ସିଂହ ଭଳି ହସୁଥିବା ଆତଙ୍କବାଦୀଙ୍କୁ ତାଙ୍କ ତରିକାରେ ଜବାବ ଦେଇଛି ଭାରତ। ଅପରେସନ ସିନ୍ଦୂର କରି ନିଦ ହଜାଇ ଦେଇଛି ପାକିସ୍ତାନର। ଭାରତକୁ ଆତଙ୍କବାଦର ଭୟ ଦେଖାଉଥିବା ପାକିସ୍ତାନ ଆଜି ଭାରତକୁ ନେଇ ଚିନ୍ତାରେ।
ଭାରତର ପ୍ରତିଶୋଧକୁ ଏବେ କାନ୍ଦିକାନ୍ଦି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ପାକିସ୍ତାନ ଲୋକ। ଭାରତର ମିସାଇଲ୍ ମାଡରେ ଖିନ୍ଭିନ୍ ହେଇଯାଇଛି ପାକିସ୍ତାନର କେତେକ ଆତଙ୍କୀ ଆଡ୍ଡା। ବିସ୍ଫୋରକ ସବୁ ଏଣେତେଣେ ପଡିଛି। ଚୂରମାର ହୋଇଯାଇଛି ଆତଙ୍କୀଙ୍କ ପ୍ରଶିକ୍ଷଣ ସ୍ଥାନ। ଯାହାକୁ ବିଶ୍ବ ଆଗରୁ ଲୁଚାଇବାକୁ ଚେଷ୍ଟା କରିବି ସଫଳ ହୋଇ ପାରୁନି ପାକିସ୍ତାନ ପ୍ରାଶସନ। ପାକିସ୍ତାନର ସାଧାରଣ ଲୋକ ଏହାର ଭିଡିଓ କରି କାନ୍ଦିକାନ୍ଦି ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି। ଏହି ଭିଡିଓ ଏବେ ଭାରତରେ ଭାଇରାଲ ହେଉଛି। ସେନାର ପ୍ରତିଶୋଧକୁ ଏବେ ସଲାମ ଜଣାଉଛନ୍ତି ସମସ୍ତ ଭାରତୀୟ।
📱 Get Argus News App
✨ସେପଟେ ଭାରତ ପକ୍ଷରୁ ରାଜସ୍ଥାନ ଓ ପଞ୍ଜାବରେ ହାଇ ଆଲର୍ଟ ଜାରି କରାଯାଇଛି। ସୀମା ନିକଟବର୍ତ୍ତୀ ଅଞ୍ଚଳରେ ସ୍କୁଲ୍ କଲେଜ୍ ଗୁଡିକୁ ବନ୍ଦ କରାଯାଇଛି। ଏପ୍ରିଲ ୨୨ରେ ଜମ୍ମୁ ଓ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ରାତି ଅଧରେ ‘ଅପରେସନ ସିନ୍ଦୂର’ ଆରମ୍ଭ କରି ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ୯ଟି ଆତଙ୍କବାଦୀ କ୍ୟାମ୍ପ ଉପରେ ୨୪ଟି ମିସାଇଲ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ଲସ୍କର-ଏ-ତୋଇବା, ଜୈଶ-ଏ-ମହମ୍ମଦ ଓ ହିଜବୁଲ ମୁଜାହିଦ୍ଦିନ ସହ ଜଡିତ ପ୍ରାୟ ୭୦ ଜଣ ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି।