ପାକିସ୍ଥାନୀ, ବାଂଲାଦେଶୀ, ରୋହିଙ୍ଗ୍ୟା ହାତେଇଛନ୍ତି ରାସନକାର୍ଡ

Key Points
- ପାକିସ୍ଥାନୀ, ବାଂଲାଦେଶୀ, ରୋହିଙ୍ଗ୍ୟା ହାତେଇଛନ୍ତି ରାସନକାର୍ଡ
- ଏମାନେ ସାଧାରଣ ଲୋକଙ୍କ ଝାଳବୁହା ରୋଜଗାର ଖାଉନାହାଁନ୍ତି ବରଂ ଏମାନେ ସୁରକ୍ଷା ପାଇଁ ସାଜିଛନ୍ତି ବି ସଂଙ୍କଟ
- ତୁରନ୍ତ କାର୍ଡ କାଟିବା କୁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର
- ପ୍ରଶ୍ନ କିଏ ଓ କାହିଁକି ଏମାନଙ୍କୁ ଦେଇଥିଲା ରାସନ କାର୍ଡ?
- ସେପଟେ ରାଜ୍ୟରେ ଥିବା ୧୨ ପାକିସ୍ତାନୀ ଙ୍କ ମଧ୍ୟରୁ ଜଣେ ଛାଡିଛନ୍ତି ଓଡ଼ିଶା
ପହଲଗାମ ଘଟଣା ପରେ ରାଜ୍ୟ ସରକାରଙ୍କ ବଡ଼ ଆକ୍ସନ । ରାସନ କାର୍ଡ ହାତେଇଥିବା ପାକିସ୍ଥାନୀ, ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କ କାର୍ଡ କାଟିବେ ରାଜ୍ୟ ସରକାର । ଏ ନେଇ ଜିଲ୍ଲାପାଳମାନଙ୍କୁ ଯୋଗାଣ ବିଭାଗ ପକ୍ଷରୁ ଦିଆଯାଇଛି ନିର୍ଦ୍ଦେଶ । ବିଭାଗୀୟ ମନ୍ତ୍ରୀ କହିଛନ୍ତି ଯେ ଯେଉଁଠି ବି ପାକିସ୍ଥାନୀ, ବାଂଲାଦେଶୀ, ରୋହିଙ୍ଗ୍ୟା ରାସନ କାର୍ଡ ହାତେଇଛନ୍ତି ସେମାନଙ୍କ କାର୍ଡ କଟାଯିବ । ଆହୁରି ବି କହିଛନ୍ତି ସେମାନେ କିପରି କାର୍ଡ ପାଇଲେ କେଉଁ ରାଜନେତା ଙ୍କ ଦ୍ଵାରା କି ସରକାରୀ ଅଧିକାରୀ ଙ୍କ ଦ୍ଵାରା ତାର ମଧ୍ୟ ଖୋଲ ତାଡ଼ କରିବେ ରାଜ୍ୟ ସରକାର ।
ସେହିପରି ପାକିସ୍ଥାନୀ, ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ପଞ୍ଚାୟତ ସ୍ତରରୁ ଖୋଜି ବାହାର କରିବା ପାଇଁ ମଧ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଥିବା କହିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ।
ସେପଟେ ରାଜ୍ୟରେ ଥିବା ୧୨ ପାକିସ୍ତାନୀ ଙ୍କ ମଧ୍ୟରୁ ଜଣେ ଓଡ଼ିଶା ଛାଡିଥିବା କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଅନ୍ୟ ଯେଉଁ ମାନେ ଅଛନ୍ତି ସମସ୍ତଙ୍କୁ ନୋଟିସ ଦିଆଯାଇଛି । ଏବଂ ସମସ୍ତ ଙ୍କ ଉପରେ ନଜର ରହିଛି ବୋଲି କହିଛନ୍ତି ପୋଲିସ DG ।
ପହଲଗାମ ଘଟଣାକୁ ନେଇ ଦେଶ ତମମା ତନାଘନା.. ପାକିସ୍ତାନୀ ନାଗରିକ ଦେଶ ଛାଡିବା ପାଇଁ କୁହାଯାଇଥିବା ବାଲାଂଦେଶୀଙ୍କର ବି ଚାଲିଛି ଖୋଳତାଡ.. ଏହା ଭିତରେ ବିଦେଶୀ ଅନୁପ୍ରବେଶକାରୀ ବି ରାସନ ହାର୍ଡ ହାତେଇଥିବା ତଥ୍ୟ ରାସନ କାର୍ଡ କେଳେଙ୍କାରୀରେ ଗୁମର ଖୋଲିଛି ଦେଇଛି ।
ତେବେ ଏଠି ପ୍ରଶ୍ନ ଉଠୁଛି ବିଜେଡି ଶାସନ ସମୟରେ ଭୋଟ ପାଇଁ ରାସନ କାର୍ଡ ପାକିସ୍ଥାନୀ, ବାଂଲାଦେଶୀ, ରୋହିଙ୍ଗ୍ୟାଙ୍କୁ ବାଣ୍ଟି ଦେଇଛନ୍ତି କି ବିଜେଡି ନେତା ?
