Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Operation Sindoor: ଯାହା ଭରସାରେ ଉଡ଼ୁଥିଲା ପାକିସ୍ତାନ, ସେ ହିଁ ବିଶ୍ୱ ଦରବାରରେ ଲଜ୍ଜିତ କଲା !

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
Operation Sindoor: ଯାହା ଭରସାରେ ଉଡ଼ୁଥିଲା ପାକିସ୍ତାନ, ସେ ହିଁ ବିଶ୍ୱ ଦରବାରରେ ଲଜ୍ଜିତ କଲା !

Key Points


ପାକିସ୍ତାନକୁ ଧୋକା ଦେଲା ଚୀନ୍ । ପାକିସ୍ତାନ ଯାହା ବଳରେ ବଳିୟାନ ଥିଲା, ସେ ହିଁ ପାକିସ୍ତାନକୁ ଲଜ୍ଜିତ କଲା । ଯାହା ଭରସାରେ ବାହାସ୍ପୋଟ ମାରୁଥିଲା ପାକିସ୍ତାନ, ସେ ହିଁ ମୁଣ୍ଡ ନୁଆଇଁ ଦେଲା ।



ପାକିସ୍ତାନ ଜାଣିଥିଲା ଭାରତ କରିବ ଆକ୍ରମଣ । ପହଲଗାମ ଘଟଣାର ନିଶ୍ଚୟ ବଦ୍‌ଲା ନେବ ଭାରତ । କାରଣ ସେହି ଘଟଣା ପରଠୁ ଭାରତ ଯେଭଳି ରିଆକ୍ସନ ଦେଇଛି, ସେଥିରୁ ସ୍ପଷ୍ଟ ବାରି ହେଉଥିଲା ଆଜି ନହେଲେ କାଲି ଭାରତ ନିଶ୍ଚୟ ବଦ୍‌ଲା ନେବ । ତେଣୁ ଭୟରେ କମ୍ପୁଥିଲା ପାକିସ୍ତାନ । ଆଉ ସେହି ଭୟରେ ଚୀନ୍‌ରୁ ଆଣିଥିବା ଚାଇନିଜ୍ HQ-9 ଏୟାର ଡିଫେନ୍ସ ସିଷ୍ଟମକୁ ନିଜ ସୁରକ୍ଷା ପାଇଁ ବ୍ୟବହାର କରିଥିଲା । ସେହି HQ-9 ବଳରେ ପାକିସ୍ତାନ ଭାବିଥିଲା, ଭାରତ ଆଉ କୌଣସି କ୍ଷତି କରିପାରିବ ନାହିଁ ।




ଚୀନ୍ HQ-9 ଏୟାର ଡିଫେନ୍ସ ସିଷ୍ଟମ ଯୋଗୁଁ ନିଜକୁ ଖୁବ୍‌ ସୁରକ୍ଷିତ ଭାବୁଥିଲା ପାକିସ୍ତାନ । ସେ ଭୁଲିଯାଇଥିଲା ଯେ ଯୁଦ୍ଧ କାହା ସହ ହେଉଛି । କିଏ ଆଟାକ୍‌ କରିବାକୁ ଯାଉଛି । ଚୀନ୍‌ ସିଷ୍ଟମ ଭରସାରେ ଭାରତକୁ ଖୁବ୍‌ ହାଲୁକା ଭାବେ ନେଇଥିଲା ପାକିସ୍ତାନ । ହେଲେ ଭାରତ ଯେତେବେଳେ ପାକିସ୍ତାନ ଉପରେ ଆକ୍ରମଣ କଲା, ଚୀନ୍‌ର ଏହି ଏହାର ଡିଫେନ୍ସ ସିଷ୍ଟମ ସମ୍ପୂର୍ଣ୍ଣ ବିଫଳ ହେଲା।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏହି ଚୀନ୍ ଅସ୍ତ୍ର ଭାରତୀୟ କ୍ଷେପଣାସ୍ତ୍ର ଏବଂ ଗାଇଡେଡ୍ ମିସାଇଲ ବର୍ଷାରୁ ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ସୁରକ୍ଷା ଦେଇପାରିଲା ନାହିଁ । ମାତ୍ର ୨୫ ମିନିଟରେ ପାକିସ୍ତାନରେ ଏପରି ଧ୍ୱଂସ ଘଟାଇଲା ଭାରତ, ଯାହାକୁ କେବେ ବି ଭୁଲିପାରିବ ନାହିଁ ପାକିସ୍ତାନ।



ଏବେ ଯଦି ପାକିସ୍ତାନ ପକ୍ଷରୁ ଭାରତ ବିରୁଦ୍ଧରେ କିଛି ବି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ, ତେବେ ଭାରତୀୟ ସେନା ସବୁ ପ୍ରକାରର ମୁକାବିଲା କରିବାକୁ ପ୍ରସ୍ତୁତ ରହିଛି। ଭାରତର ଏୟାର ଡିଫେନ୍ସ ସିଷ୍ଟମ ଆକାଶରେ ଯେକୌଣସି ପ୍ରକାରର ବିପଦକୁ ସମ୍ପୂର୍ଣ୍ଣ ନିପାତ କରିବାରେ ସଫଳ । ଏହାର ପ୍ରମାଣ ମଧ୍ୟ ମିଳିସାରିଛି ।



ଭାରତର S-400, ଆକାଶ ମିସାଇଲ ସିଷ୍ଟମ, ପୃଥ୍ୱୀ ମିସାଇଲ ସିଷ୍ଟମ ସମ୍ପୂର୍ଣ୍ଣ ଭାବରେ ନିୟୋଜିତ। ଭାରତରେ ଏମିତି ଅନେକ ମିସାଇଲ ରହିଛି ଯାହା ଏକକାଳୀନ ୩୬ଟି ଟାର୍ଗେଟ୍‌କୁ ଆକାଶରେ ହିଁ ଧ୍ୱସ୍ତ ବିଧ୍ୱସ୍ତ କରିପାରିବ।

Sponsored
Pakistan’s air defence HQ-9 system failed due to ‘Chinese-made’ | Argus News