India-Pakistan War, ପାକିସ୍ତାନର ଆଓ୍ବାକସ୍ ନଷ୍ଟକଲା ଭାରତ

ଆରମ୍ଭ ହୋଇଯାଇଛି ପାକିସ୍ତାନ ଓ ଭାରତ ମଧ୍ୟରେ ଯୁଦ୍ଧ। ଉଭୟପକ୍ଷ ମଧ୍ୟରେ ଡ୍ରୋନ୍ ଆକ୍ରମଣ ଓ ମିଜାଇଲ୍ ମାଡ କରାଯାଉଛି। ତେବେ ଏହାରି ଭିତରେ ପାକିସ୍ତାନର ଆଓ୍ବାକସ୍ ନଷ୍ଟ କରିଛି ଭାରତ। ଭାରତର ପ୍ରଚଣ୍ଡ ରୂପ ଦେଖି ଥରହର ହୋଇ ପଡ଼ିଛି ପାକିସ୍ତାନ। ସେପଟେ ଆଜି ୟୁରୋପିଆନ ସଂଘ ସହ କଥା ହେଲେ ଏସ୍ ଜୟଶଙ୍କର।
ଯେ କୌଣସି ସମୟରେ ଆକ୍ରମଣ ମୁହଁତୋଡ ଜବାବ ଦିଆଯିବ ବୋଲି କହିଛନ୍ତି ଏସ ଜୟଶଙ୍କର। ୪ ଟି ଏୟାର ଡିଫେନ୍ସ ସିଷ୍ଟମକୁ ଆକ୍ଟିଭ୍ କରିଛି ଭାରତ। ପାକିସ୍ତାନ ଉପରେ ଲଗାତର ଆକ୍ରମଣ ଜାରି ରଖିଛି ଭାରତ।
ଇସଲାମାବାଦ, ଲାହୋର ଓ କରାଚୀରେ ପ୍ରଚଣ୍ଡ ଆକ୍ରମଣ କରିଛି ଭାରତ। ପାକିସ୍ତାନ ଉପରେ ଭାରତ କ୍ଷପଣାସ୍ତ୍ର ନିକ୍ଷେପ କରିଛି ଭାରତ। ଏମିତିକି ପାକିସ୍ତାନର ସେନା ଶିବିରକୁ ଭାରତ ଉଡାଇ ଦେଇଛି। ସନ୍ଧ୍ୟାରେ ପାକିସ୍ତାନ ଜମ୍ମୁକାଶ୍ମୀରରେ ଡ୍ରୋନ ଆକ୍ରମଣ କରିବା ପରେ ଭାରତ ପ୍ରତି ଆକ୍ରମଣ ଆରମ୍ଭ କରିଛି।
📱 Get Argus News App
✨୩ ସେନାର ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ। ବୈଠକରେ ସିଡିଏସଙ୍କ ସମେତ ୩ ସେନାର ମୁଖ୍ୟଙ୍କ ସହିତ ଆଲୋଚନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ସେପଟେ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ କଥା ହୋଇଛନ୍ତି ଜୟଶଙ୍କର। ତୁରନ୍ତ ପଛକୁ ହଟିବାକୁ ପାକିସ୍ତାନକୁ ପରାମର୍ଶ ଦେଲା ଆମେରିକା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ଭେଟିଛନ୍ତି NSA ଅଜିତ୍ ଡୋଭାଲ।