Videos
|
National

ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ପରଠାରୁ ବଢିଛି ପାକିସ୍ତାନର ଚିନ୍ତା

Ritu Das
Browse all articles by Ritu Das
·1 year ago·1 min read
ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ପରଠାରୁ ବଢିଛି ପାକିସ୍ତାନର ଚିନ୍ତା

Key Points

ପାକିସ୍ତାନରେ ପାଣି ପାଇଁ ହାହାକାର

ମେଣ୍ଟୁନି ଲୋକଙ୍କ ଶୋଷ।

ପାକିସ୍ତାନରେ ପାଣି ପାଇଁ ହାହାକାର। ମେଣ୍ଟୁନି ଲୋକଙ୍କ ଶୋଷ। ଜଳ ଅଭାବର ଜ୍ବାଳାରେ ଜଳୁଛି ପାକିସ୍ତାନ। ପାଣି ସଙ୍କଟ ହେଲାଣି କାଳ। ଭାରତ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ପରଠାରୁ ବଢିଛି ପାକିସ୍ତାନର ଚିନ୍ତା । ପାକିସ୍ତାନ ସଂସଦରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ରଖିବା ସମ୍ପର୍କରେ ଏକ ବିତର୍କ ହୋଇଥିଲା। ପାକିସ୍ତାନୀ ସାଂସଦ ସୟଦ ଅଲି ଜାଫର ନିଜ ଅଭିଭାଷଣରେ କହିଥିଲେ ପାକିସ୍ତାନ ପାଇଁ ପାଣି ସମସ୍ୟା ଆତଙ୍କବାଦ ସମସ୍ୟା ପରି ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ମଧ୍ୟ ଏକ ଯୁଦ୍ଧ ଯାହା ଆମ ଉପରେ ଲଦି ଦିଆଯାଇଛି। ସେ କହିଛନ୍ତି ଯଦି ତୁରନ୍ତ ଜଳ ସମସ୍ୟାର ସମାଧାନ ନହୁଏ ତେବେ ଭୋକରେ ମରିବ ପାକିସ୍ତାନ । ଏହାର କାରଣ ହେଉଛି ସିନ୍ଧୁ ଜଳ ଅବବାହିକା ଆମର ଜୀବନରେଖା। ପାଣିର ତିନି-ଚତୁର୍ଥାଂଶ ବାହାରୁ ଆସେ। ସେ ଆହୁରି କହିଛନ୍ତି ଯେ ୧୦ ଜଣରୁ ୯ ଜଣ ସିନ୍ଧୁ ଜଳ ଅବବାହିକା ସାହାଯ୍ୟରେ ଜୀବନଯାପନ କରୁଛନ୍ତି। ୯୦ ପ୍ରତିଶତ ଫସଲ ଏହି ଜଳ ଉପରେ ନିର୍ଭରଶୀଳ।


ପାକିସ୍ତାନର ସମସ୍ତ ବିଦ୍ୟୁତ ପ୍ରକଳ୍ପ ଏବଂ ଡ୍ୟାମ ଏହି ପାଣି ଉପରେ ନିର୍ମିତ । ତେଣୁ ଆମେ ଏହାକୁ ଆମ ଉପରେ ପଡ଼ିଥିବା ଏକ ପାଣି ବୋମା ଭାବରେ ବିବେଚନା କରୁଛୁ ଯାହାକୁ ଆମକୁ ନିଷ୍କ୍ରିୟ କରିବାକୁ ପଡିବ। ଭାରତରୁ ଉପରୁ ତଳକୁ ପାଣି ପାକିସ୍ତାନକୁ ଆସେ। ଯେତେବେଳେ ପାକିସ୍ତାନ ଗଠନ ହେଲା, ଭାରତ ଗୋଟିଏ କଥା ନିଷ୍ପତ୍ତି ନେଲା, ଆମକୁ ପାଣି ମାଧ୍ୟମରେ ପାକିସ୍ତାନକୁ ଜବାବ ଦେବାକୁ ପଡିବ। ରାଡକ୍ଲିଫ ଏକ ସୀମା ସ୍ଥିର କରିଥିଲେ ଯେଉଁଥିରେ ଫିରୋଜପୁର ବ୍ୟାରେଜ ଆମକୁ ଦିଆଯାଇଥିଲା। ରାଡକ୍ଲିଫ ଶେଷ ମୁହୂର୍ତ୍ତରେ ସେହି ରେଖା ପରିବର୍ତ୍ତନ କରିଥିଲେ। ସେ ପାଣି ଯୋଗୁଁ କାଶ୍ମୀର ପ୍ରସଙ୍ଗକୁ ଜୀବନ୍ତ ରଖିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
pakistans-concerns-have-grown-since-india-suspended-the-indus-waters-treaty | Argus News