Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସ୍ପଷ୍ଟ ହେବାରେ ଲାଗିଛି ପହଲଗାମ ଆକ୍ରମଣ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର

Ritu Das
Browse all articles by Ritu Das
·1 year ago·3 min read
ସ୍ପଷ୍ଟ ହେବାରେ ଲାଗିଛି ପହଲଗାମ ଆକ୍ରମଣ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର

ଏ ଗୁଳି ଶବ୍ଦ। ଏ ଆର୍ତ୍ତ ଚିତ୍କାର। ଏ ଆକୁଳ ନିବେଦନ। ଚାରିଆଡ଼େ ବିକ୍ଷିପ୍ତ ହୋଇ ପଡ଼ିଥିବା ମୃତଦେହ। ଏସବୁ ବୟାନ କରୁଛି ମଙ୍ଗଳବାର କେମିତି ଥିଲା ଜମ୍ମୁ-କାଶ୍ମୀର ପହଲଗାମ ବେସରନ ଘାଟିର ଚିତ୍ର ।
ପତ୍ନୀ, ପରିଜନଙ୍କ ସହ ଫଟୋରେ ଥିବା ଏ ଯୁବକ ହେଲେ ବିନୟ ନରୱାଲ୍। ବୟସ 26 ବର୍ଷ। ଭାରତୀୟ ନୌସେନାର ଲେଫ୍ଟନାଣ୍ଟ ଜେନେରାଲ। ଯାହାଙ୍କୁ ପଏଣ୍ଟ ବ୍ଲାଙ୍କରୁ ଗୁଳି କଲେ କାପୁରୁଷୁ ଆତଙ୍କବାଦୀ। ଏ ଚିତ୍ର ଦେଖି ପାହାଡ଼ର ଛାତି ବି କମ୍ପି ଉଠିଲା। 16 ଏପ୍ରିଲରେ ବିବାହ ଓ 19 ଏପ୍ରିଲରେ ରିସେପ୍ସନ୍ ପରେ ବିନୟ ଓ ହିମାଂଶୀ ହନିମୁନ୍ ପାଇଁ ଜମ୍ମୁ-କାଶ୍ମୀରରେ ପହଞ୍ଚି ହିଁ ଥିଲେ ଯେ ପହଲଗାମରେ ବିବାହିତ ପତ୍ନୀ ଆଗରେ ହତ୍ୟା କଲେ ଆତଙ୍କୀ।


ମୃତ ସ୍ବାମୀଙ୍କ ପାଖରେ ଶବ ପ୍ରାୟ ବସି ରହିଥିବା ହିମାଂଶୀଙ୍କ ଏ ଫଟୋ ଏବେ ସମସ୍ତଙ୍କ ଛାତି ଥରାଇ ଦେଇଛି । ଆହୁରି ଛାତି ଥରାଇ ଦେଇଛି ହିମାଂଶୀ ଶେଷ ବିଦାୟ ଜଣାଇବା ସମୟର ଏ ଦୃଶ୍ୟ।
ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଛନ୍ତି ବିନୟ ନରୱାଲଙ୍କ ସମେତ ମୋଟ 29 ଜଣ ଲୋକ । ଏହି କାପୁରୁଷ କାରନାମା ପଛରେ ସାମ୍ନାକୁ ଆସିଛି ପାକିସ୍ତାନ ଲିଙ୍କ୍ ନେଇ ବଡ଼ ପ୍ରମାଣ । ଡିଜିଟାଲ୍ ଫୁଟଫ୍ରିଣ୍ଟ ଓ ଅନ୍ୟ ସୂଚନାରୁ ମିଳିଛି ବଡ଼ ଷଡଯନ୍ତ୍ରର ତଥ୍ୟ । ଫରେନ୍ସିକ୍ ବିଶେଷଜ୍ଞ, ଗୁଇନ୍ଦା ଏଜେନ୍ସି ଓ ସୁରକ୍ଷା ବାହିନୀଙ୍କ ମିଳିତ ତଦନ୍ତରେ ଏକ ପାକ୍ ସମର୍ଥିତ ସୁନିୟୋଜିତ ଷଡ଼ଯନ୍ତ୍ରର କଥା ସାମ୍ନାକୁ ଆସିଛି ।


ଆତଙ୍କବାଦୀଙ୍କ ପାଖରେ ଥିଲା ଅତ୍ୟାଧୁନିକ ସାମରିକ ଅସ୍ତ୍ରଶସ୍ତ୍ର ଓ ଯୋଗାଯୋଗ ଯନ୍ତ୍ରାଂଶ। କ୍ୟାମେରା ଲାଗିଥିବା ହେଲମେଟ୍ ପିନ୍ଧିଥିଲେ ଆତଙ୍କବାଦୀ। ଆକ୍ରମଣ ସମୟର ପୁରା ଭିଡିଓ ଉତ୍ତୋଳନ କରିଥିଲେ। ଏମାନଙ୍କ ଆକ୍ରମଣ ଶୈଳୀରୁ ପ୍ରମାଣିତ ହୋଇଛି ଏମାନେ ନେଇଥିଲେ ବିଧିବଦ୍ଧ ତାଲିମ। ଏମାନେ ଲଗାତାର ପାକିସ୍ତାନର କାରଚୀ ଓ ମୁଜଫରାବାଦ ସହ ଯୋଗାଯୋଗରେ ଥିଲେ । ପାକିସ୍ତାନରେ ଥିବା ଆତଙ୍କୀ ନେଟୱର୍କରୁ ସେମାନଙ୍କୁ ବାରମ୍ବାର ମିଳୁଥିଲା କମାଣ୍ଡ । ନରସଂହାର ପାଇଁ ନିଜକୁ ଦାୟୀ କରିଥିବା ଦି ରେଜିଷ୍ଟାନ୍ସ ଫୋର୍ସ ବା ଟିଆରଏଫ୍ ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର ଏ ତୋଏବାର ପ୍ରକ୍ସିଂ ଟିମ୍ । ଲସ୍କର ଏ ତୋଏବାର ମୁଖ୍ୟ ମୋଷ୍ଟ ୱାଣ୍ଟେଡ୍ ହାଫିଜ ସଇଦ ହିଁ ଥିଲା 2008 ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ । ପୁଣି ଏହି ଆକ୍ରମଣ ସହ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ୍ ଆସିମ୍ ମୁନୀର ଗତ କିଛି ଦିନ ସହ ଦେଇଥିବା ସେହି ବୟାନକୁ ଯୋଡ଼ାଯାଉଛି ଯେଉଁଥିରେ ସେ ଏଭଳି ଆକ୍ରମଣ ପାଇଁ ଉସୁକାଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସ୍ପଷ୍ଟ ହେବାରେ ଲାଗିଛି ପହଲଗାମ ଆକ୍ରମଣ ପଛରେ ପାକିସ୍ତାନର ଷଡ଼ଯନ୍ତ୍ର । ଏଥିସହ ପାଲଟା ଜବାବ ପାଇଁ ଆରମ୍ଭ ହୋଇଯାଇଛି କସରତ । ଘଟଣା ସମୟରୁ ହିଁ ଏ ନେଇ ମିଳିସାରିଛି ସ୍ପଷ୍ଟ ସଙ୍କେତ । ଖବର ପାଇବା କ୍ଷଣି ସାଉଦି ଆରବ ଗସ୍ତରେ ଥିବା ପିଏମ୍ ମୋଦି ତୁରନ୍ତ ଫୋନ୍ ଯୋଗେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହ କଥା ହେଲେ । ପିଏମଙ୍କଠାରୁ ନିର୍ଦ୍ଦେଶ ପାଇଁ ତୁରନ୍ତ ଜମ୍ମୁ କାଶ୍ମୀରରେ ପହଞ୍ଚିଲେ ଅମିତ୍ ଶାହ । ରାତିରେ ଶ୍ରୀନଗସ୍ଥିତ ରାଜଭବନରେ ଜମ୍ମୁ କାଶ୍ମୀର ଏଲଜି ମନୋଜ ସିହ୍ନା, ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ତମାମ ସୁରକ୍ଷା ଏଜେନ୍ସି ପ୍ରମୁଖଙ୍କ ସହ ବୈଠକ କଲେ। ତା ପରେ ସକାଳୁ ପହଲଗାମର ସେହି ଆକ୍ରମଣ ସ୍ଥଳକୁ ବି ଗଲେ, ପୀଡ଼ିତଙ୍କୁ ଭେଟିଲେ । ଶ୍ରୀନଗରରେ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ। ଆତଙ୍କୀଙ୍କୁ କଡ଼ା ଚେତାବନୀ ଦେଲେ। ଆତଙ୍କବାଦ ଆଗରେ ମୁଣ୍ଡ ନୁଆଇଁବ ନାହିଁ ଭାରତ । ଦୋଷୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ ।


ସେପଟେ ଦୁଇ ଦିନିଆ ସାଉଦି ଆରବ ଗସ୍ତ ଅଧାରେ ଛାଡ଼ି ମଙ୍ଗଳବାର ରାତିରେ ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି। ନୈଶ୍ୟ ଭୋଜି ବାତିଲ କରି ବିମାନରେ ବସି ସିଧା ନୂଆଦିଲ୍ଲୀ ପହଞ୍ଚିଲେ।

ବିମାନ ବନ୍ଦରରେ ଥିବା ବାୟୁସେନା ଅଫିସରେ ହିଁ ସେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍, ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ଗୁଇନ୍ଦା ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କଲେ । ସେପଟେ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ। କହିଛନ୍ତି ଭାରତକୁ କେହି ଡରାଇ ପାରିବେ ନାହିଁ । ଦୋଷୀଙ୍କୁ ଦିଆଯିବ ମୁହଁତୋଡ଼ ଜବାବ।
ସେପଟେ ପହଲଗାମରେ ତଦନ୍ତ ପାଇଁ ପହଞ୍ଚିଛି ଏନଆଇଏ ଟିମ୍ । ଆତଙ୍କବାଦୀଙ୍କୁ ଧରିବାକୁ ଚାଲିଛି ବଡ଼ ଧରଣର ଅପରେସନ୍ । ସୀମାନ୍ତରେ ହେଲିକପ୍ଟର ଓ ଡ୍ରୋନ୍ ସାହାଯ୍ୟରେ ଚାଲିଛି ଛାନଭିନ୍। ଜାମ୍ମୁ-କାଶ୍ମୀରର ସମସ୍ତ ପ୍ରମୁଖ ସ୍ଥାନଗୁଡ଼ିକରେ ସୁରକ୍ଷା ବଳଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି।

Sponsored
pakistans-conspiracy-behind-pahalgam-attack-is-becoming-clear | Argus News