ବାରମ୍ବାର ପରାସ୍ତ ହେବା ପରେ ବି ବୁଦ୍ଧି ଶିଖୁନି ପାକିସ୍ତାନ

ଅର୍ଗସ ବ୍ୟୁରୋ: କାଶ୍ମୀରରେ ଅସ୍ଥିରତା ସୃଷ୍ଟି ପାଇଁ ପାକିସ୍ତାନର ନାପାକ ଷଡ଼ଯନ୍ତ୍ର । ବାରମ୍ବାର ପରାସ୍ତ ହେବା ପରେ ବି ବୁଦ୍ଧି ଶିଖୁନି ପାକିସ୍ତାନ । ନିଜ ଦେଶର ଆର୍ଥିକ ସ୍ଥିତି ସୁଧାରିବା ପରିବର୍ତ୍ତେ ସୀମାରେ ଅସ୍ଥିରତା ସୃଷ୍ଟି ପାଇଁ କରୁଛି ଯୋଜନା । ଶୀତ ଋତୁ ଆସିଥିବା ବେଳେ କାଶ୍ମୀରରେ ଆରମ୍ଭ ହୋଇଛି ବରଫପାତ । ତେବେ ଏହାର ସୁଯୋଗ ନେଇ ସୀମାରେ ଅନୁପ୍ରବେଶ ପାଇଁ ପ୍ରସ୍ତୁତ ହେଉଛନ୍ତି ଆତଙ୍କବାଦୀ । ଏଥିପାଇଁ ପାକ ଅଧିକୃତ କାଶ୍ମୀର ମାଟିରେ ଏକାଠି ହୋଇଛନ୍ତି ପ୍ରାୟ ୨୫୦ରୁ ୩୦୦ ଆତଙ୍କବାଦୀ । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ BSF ଯବାନ ଆଲର୍ଟ ମୋଡ୍ ରେ ଥିବା କହିଛନ୍ତି BSFର ମହାନିରିକ୍ଷକ ଅଶୋକ ଯାଦବ ।
ଆତଙ୍କବାଦୀଙ୍କ ଯେକୌଣସି ଉଦ୍ୟମକୁ ପଣ୍ଡ ପରିବାକୁ ଭାରତୀୟ ଯବାନ ବଦ୍ଧ ପରିକର ଥିବା ସେ କହିଛନ୍ତି । ତେବେ ଧାରା ୩୭୦ ହଟିବା ପରେ କାଶ୍ମୀରବାସୀ ଓ ଯବାନଙ୍କ ମଧ୍ୟରେ ଏକ ଦୃଢ଼ ସମ୍ପର୍କ ସୃଷ୍ଟି ହୋଇଥିବା ସେ କହିଛନ୍ତି । ସ୍ଥାନୀୟ ଲୋକଙ୍କ ସହଯୋଗରେ କାଶ୍ମୀରରେ ଅନେକ ବିକାଶ କାର୍ଯ୍ୟ ହୋଇଛି । ଆଗକୁ ମଧ୍ୟ ବିକାଶର ଧାରା ଜାରି ରହିବା ସହ ଆତଙ୍କବାଦୀଙ୍କୁ ଦୃଢ଼ ଯବାବ ଦିଆଯିବ ବୋଲି ସେ ଆଶ୍ବସ୍ତ କରିଛନ୍ତି ।
ଅଧିକ ପଢ଼ନ୍ତୁ ଦେଶ ଖବର: