Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପାକିସ୍ତାନର ସୀମା ପାର୍ ଆତଙ୍କବାଦ ନୀତି କଦାପି ସଫଳ ହେବ ନାହିଁ: ଏସ୍‌ ଜୟଶଙ୍କର

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପାକିସ୍ତାନର ସୀମା ପାର୍ ଆତଙ୍କବାଦ ନୀତି କଦାପି ସଫଳ ହେବ ନାହିଁ: ଏସ୍‌ ଜୟଶଙ୍କର

ଅର୍ଗସ ବ୍ୟୁରୋ:  ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଜାତିସଂଘର ସାଧାରଣ ସଭାରେ ଏହା ଉପରେ ଗୁରୁତ୍ୱାରୋପ କରିଛନ୍ତି  ପାକିସ୍ତାନ ଦଖଲ କରିଥିବା କଶ୍ମୀର (ପିଓକେ)ପ୍ରସଙ୍ଗର ସମାଧାନ ଏବେ କରିବାକୁ ପଡିବ। ସେ କହିଛନ୍ତି ଯେ ପାକିସ୍ତାନର ସୀମା ପାର୍ ଆତଙ୍କବାଦ ନୀତି କଦାପି ସଫଳ ହେବ ନାହିଁ ଏବଂ ପାକିସ୍ତାନର କାର୍ଯ୍ୟକଳାପ ନିଶ୍ଚିତ ଭାବେ ଓଲଟା ପରିଣାମ ଦେବ। ପିଓକେ ପ୍ରସଙ୍ଗରେ ଜୟଶଙ୍କର ଜାତିସଂଘରେ ଏଭଳି କହି ଚୀନ୍‌-ପାକିସ୍ତାନକୁ ଆଇନା ଦେଖାଇଛନ୍ତି।

ମିଳିତ ଜାତିସଂଘର ସାଧାରଣ ସଭାର (ୟୁଏନଜିଏ) ୭୯ତମ ଅଧିବେଶନକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ଭାରତ ଏବଂ ପାକିସ୍ଥାନ ମଧ୍ୟରେ ସମାଧାନ ହେବାକୁ ଥିବା ଏକମାତ୍ର ପ୍ରସଙ୍ଗ ହେଉଛି ପାକିସ୍ତାନକୁ ବେଆଇନ ଭାବେ ଅଧିକୃତ ଭାରତୀୟ ଅଞ୍ଚଳ ଖାଲି କରିବା ଏବଂ ଆତଙ୍କବାଦ ସହ ଦୀର୍ଘ ଦିନ ପାକିସ୍ତାନର ସହଯୋଗକୁ ବନ୍ଦ କରିବା । ସେ କହିଛନ୍ତି ଯେ ବର୍ତ୍ତମାନ ଭାରତ ଏବଂ ପାକିସ୍ତାନ ମଧ୍ୟରେ କେବଳ ଗୋଟିଏ ପ୍ରସଙ୍ଗର ସମାଧାନ ବାକି ଅଛି ଯେ ପାକିସ୍ତାନ ବେଆଇନ ଭାବେ ଅଧିକୃତ ଭାରତୀୟ ଅଞ୍ଚଳକୁ ଖାଲି କରି ଆତଙ୍କବାଦ ସହ ଦୀର୍ଘ ଦିନର ସମ୍ପର୍କ ଛାଡିବା ଉଚିତ। ଜୟଶଙ୍କର ଏହା ମଧ୍ୟ କହିଛନ୍ତି ଯେ ଆତଙ୍କବାଦ ବିଶ୍ବର  ବିପରୀତ ଅଟେ।

ସେ କହିଛନ୍ତି ମିଳିତ ଜାତିସଂଘ ଦ୍ୱାରା ବିଶ୍ୱ ଆତଙ୍କବାଦୀଙ୍କୁ ନିଷେଧାଦେଶ ମଧ୍ୟ ରାଜନୈତିକ କାରଣରୁ ବାଧାପ୍ରାପ୍ତ ହେବ ନାହିଁ। ପାକିସ୍ତାନକୁ ଏଥିରେ କୌଣସି ପଡୋଶୀ ଦେଶର ସହାୟତା ମିଳିଲେ ମଧ୍ୟ କିଛି ଲାଭ ହେବ ନାହିଁ ବୋଲି ଜୟଶଙ୍କର ଚୀନ୍ ଉଦ୍ଦେଶ୍ୟରେ କହିଛନ୍ତି। ସୂଚନାଯୋଗ୍ୟ, ୨୬ ସେପ୍ଟେମ୍ବରରେ ସାଧାରଣ ସଭାରେ ସମ୍ବୋଧିତ କରିବାବେଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଉଠାଇଥିଲେ। ୨୦ମିନିଟରୁ ଅଧିକ ଭାଷଣରେ ସେ ଧାରା ୩୭୦ ଏବଂ ହିଜବୁଲ ଆତଙ୍କବାଦୀ ବୁରହାନ ୱାନିଙ୍କ ବିଷୟରେ ଉଲ୍ଲେଖ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଦେଶ ଖବର:

Sponsored
Pakistan's policy of cross-border terrorism will never succeed | Argus News