Videos
|
National

8 ମାସ ପୁରୁଣା ଭିଡିଓ ପୋଷ୍ଟ କରୁଥିଲା ପାକ୍; ପୋଲ୍ ଖୋଲିଦେଲେ ଖୋଦ ପାକିସ୍ତାନୀ

Smruti Parija
Browse all articles by Smruti Parija
·1 year ago·2 min read
8 ମାସ ପୁରୁଣା ଭିଡିଓ ପୋଷ୍ଟ କରୁଥିଲା ପାକ୍; ପୋଲ୍ ଖୋଲିଦେଲେ ଖୋଦ ପାକିସ୍ତାନୀ

Key Points

ଧରାପଡିଲା ପାକିସ୍ତାନର ମିଛ
ନିଜେ ପାକିସ୍ତାନୀ ପାକିସ୍ତାନର ମୁଖା ଖୋଲିଦେଲେ
8 ମାସ ପୁରୁଣା ଫଟୋ ପୋଷ୍ଟ କରି ନିଜ ପିଠି ନିଜେ ଥାପୁଡଉଥିଲା ପାକିସ୍ତାନ
ହେଲେ ପୋଲ୍ ଖୋଲିଦେଲେ ପାକିସ୍ତାନୀ
ମିଛ ପ୍ରମାଣ କରିପାରିଲେନି ଖୋଦ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ

ଭାରତର ଆଟାକ୍ ପରେ ଭୟବିତ ହୋଇଥିବା ପାକିସ୍ତାନ ପ୍ରଥମେ ମିଥ୍ୟା ପ୍ରଚାର କରିବା ଆରମ୍ଭ କରିଥିଲା । ଯେ ଭାରତର ବିମାନକୁ ପାକିସ୍ତାନ ଗୋଟି ଗୋଟି ମାରି ଖସାଇ ଦେଇଛି । ସବୁକିଛି ଖବର ଯୋଜନା ବଦ୍ଧ ଭାବରେ ପ୍ରଚାର କରାଗଲା । ଉଦେଶ୍ୟ ଥିଲା ଖବରକୁ ନିଜସ୍ୱ ଢଙ୍ଗରେ ଉପସ୍ଥାପନ କରିବା ଏବଂ ଲୋକଙ୍କ ଧ୍ୟାନ ହଟାଇବା । ହେଲେ ମିଛ କେତେ ଦିନ ଲୁଚି ରହେ । ଦିନେ ନା ଦିନେ ସାମନାକୁ ଆସେ । ଦିନକ ମଧ୍ୟରେ ହିଁ ପାକିସ୍ତାନର ମିଥ୍ୟା ଧରାପଡିଛି । ତାହା ବି ଖୋଦ୍ ପାକିସ୍ତାନୀଙ୍କ ମୁହଁରୁ ।



ଖାଲି ଏତିକି ନୁହେଁ ଭାରତୀୟ ବିମାନକୁ ମାରି ଖସାଇବା ନେଇ ପାକିସ୍ତାନର ଦାବି ପ୍ରସଙ୍ଗକୁ ପ୍ରମାଣ କରିପାରିଲେନି ଖୋଦ ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍‌ । ଅନ୍ତର୍ଜାତୀୟ ଗଣମାଧ୍ୟମରେ ଏକ ସାକ୍ଷାତକାରରେ ଭାରତୀୟ ବିମାନ ମାରି ଖସାଇବା କଥା କହିଥିଲେ ଆସିଫ୍ । ହେଲେ ଯେତେବେଳେ ଚ୍ୟାନେଲ ପକ୍ଷରୁ ତାଙ୍କୁ ତଥ୍ୟ, ପ୍ରମାଣ ମଗା ଗଲା ସେ ବାଚଳାମି କରିଥିଲେ । ପାକିସ୍ତାନ କେମିତି ବିମାନ ମାରି ଖସାଇଲା ପଚାରିବାରୁ କହିପାରି ନଥିଲେ । ଓଲଟା କହିଥିଲେ ଯେ ସୋସିଆଲ ମିଡିଆରେ ଏହି ଖବର ପ୍ରଚାର ହେଉଛି । ଖସିଥିବା ବିମାନର ସମସ୍ତ ଅଂଶବିଶେଷ କାଶ୍ମୀରରେ ପଡ଼ିଛି । ଯାହାକି ସମ୍ପୂର୍ଣ୍ଣ ଭାବରେ ମିଛ କଥା ।
ଖାଲି ଏତିକି ନୁହେଁ ସୋସିଆଲ ମିଡିଆରେ ପାକିସ୍ତାନର ଜଣେ ନାଗରିକ ଅପରେସନ ସିନ୍ଦୂରର ସଫଳତା ବିଷୟରେ ବଖାଣିଛନ୍ତି । ଭାରତୀୟ ଗଣମାଧ୍ୟମରେ ଯେଉଁ ଖବର ପ୍ରସାରଣ ହେଉଛି ଯେ ଭାରତ ପାକିସ୍ତାନ ଭିତରେ ପଶି ଆକ୍ରମଣ କରିଛି ତାହା ସମ୍ପୂର୍ଣ୍ଣ ସତ । ଆତଙ୍କୀ ଆଡ୍ଡା ନଷ୍ଟ ହୋଇଛି । କୌଣସି ଗୋଟିଏ ବି ମିସାଇଲ ରୋକିପାରିଲାନି ପାକିସ୍ତାନ । ଆଉ ସବୁଠୁ ବଡ କଥା କୌଣସି ଗୋଟିଏ ମିସାଇଲ୍ ସାଧାରଣ ଲୋକଙ୍କ କ୍ଷତି କରିନି । ପାକିସ୍ତାନ ମିଡିଆରେ ଯେଉଁ ସବୁ ଖବର ପ୍ରସାରଣ ହେଉଛି ତାହା ଡାହା ମିଛ । ସୋସିଆଲ ମିଡିଆରେ ପୋଷ୍ଟ ହେଉଥିବା ଫଟୋ ଭିଡିଓ ଗୁଡିକ 3 ମାସ ଓ 8 ମାସ ପୁରୁଣା । ଭାରତୀୟ ଜାହାଜ ଖସାଇଥିବା ନେଇ ପାକିସ୍ତାନର ଦାବି ପୁରା ମିଛ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଅନ୍ୟପଟେ PIB ପକ୍ଷରୁ କୁହାଯାଇଛି ଯେ, 'ପାକିସ୍ତାନ ସମର୍ଥକ ସୋସିଆଲ ମିଡିଆ ଆକାଉଣ୍ଟ ଏବଂ ପ୍ରଭାବଶାଳୀ ନେତାମାନେ ଜାଣିଶୁଣି ମିଥ୍ୟା ଖବର ପ୍ରସାର କରୁଛନ୍ତି ।' ସେମାନେ ସେନାର ବିଜୟ ଏବଂ ପ୍ରତିଶୋଧର ମିଥ୍ୟା କାହାଣୀ ସୃଷ୍ଟି କରୁଛନ୍ତି, ଯାହାର କୌଣସି ସତ୍ୟା ସତ୍ୟ ନାହିଁ । ଏହାର ଏକ ବଡ଼ ଉଦାହରଣ ଥିଲେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ୍ । ଯିଏ କି ପ୍ରଥମେ କହିଥିଲେ ଯେ, ଭାରତୀୟ ସୈନିକମାନଙ୍କୁ ବନ୍ଦୀ କରାଯାଇଛି । ପରେ ସେ ନିଜେ କହିଥିବା ଏହି କଥାକୁ ପ୍ରତ୍ୟାହାର କରିଥିଲେ ଏବଂ ସ୍ୱୀକାର କରିଥିଲେ ଯେ କୌଣସି ଭାରତୀୟ ସୈନିକଙ୍କୁ ଅଟକ ରଖାଯାଇ ନଥିଲା ।
ସେହିପରି ଆଉ ଏକ ମିଥ୍ୟା ଖବର ଭାଇରାଲ କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ ପାକିସ୍ତାନ ସେନା ବାହାୱଲପୁର ନିକଟରେ ଏକ ଭାରତୀୟ ରାଫେଲ ଜେଟ୍ ଖସାଇ ଦେଇଛି । ତଦନ୍ତରୁ ଜଣାପଡିଛି ଯେ ଏହି ଚିତ୍ରଟି 2021 ମସିହାରେ ପଞ୍ଜାବର ମୋଗାରେ ଘଟିଥିବା ଏକ MiG-21 ଦୁର୍ଘଟଣାର । ଏହାର ବର୍ତ୍ତମାନର ଘଟଣାଗୁଡ଼ିକ ସହିତ କୌଣସି ସମ୍ପର୍କ ନାହିଁ । PIBର ଫ୍ୟାକ୍ଟ-ଚେକ୍ ୟୁନିଟ୍ ମଧ୍ୟ ଏହି ଖବରକୁ ଅସ୍ୱୀକାର କରିଛି ।