Videos
|
National

ଏଲଓସିରେ ପାକ୍‌ର ଉତ୍ତେଜନା, ଉଚିତ ଜବାବ ଦେଉଛନ୍ତି ଭାରତୀୟ ସେନା

Swoyang prajna Mishra
Browse all articles by Swoyang prajna Mishra
·1 year ago·1 min read
ଏଲଓସିରେ ପାକ୍‌ର ଉତ୍ତେଜନା, ଉଚିତ ଜବାବ ଦେଉଛନ୍ତି ଭାରତୀୟ ସେନା

ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଏଲଓସିରେ ଉତ୍ତେଜନା ବୃଦ୍ଧି ପାଇଛି । ଲଗାତାର ଚତୁର୍ଥ ଦିନ ପାଇଁ ଅସ୍ତ୍ରବିରତି ଉଲ୍ଲଂଘନ ଭଙ୍ଗ କରିଛି ପାକ୍ । LoCର ବିଭିନ୍ନ ସ୍ଥାନରେ ପାକ୍‌ ସେନାର ଗୁଳିମାଡ଼ । ଉଚିତ ଜବାବ ଦେଉଛନ୍ତି ଭାରତୀୟ ସେନା । ୨୭ ଓ ୨୮ ତାରିଖ ରାତିରେ, ପାକିସ୍ତାନ ସେନା ପୋଷ୍ଟ ଗୁଡ଼ିକ କୁପୱାରା ଏବଂ ପୁଞ୍ଚ ଜିଲ୍ଲାର ସଂଲଗ୍ନ ଅଞ୍ଚଳରେ ନିୟନ୍ତ୍ରଣ ରେଖା ପାର ହୋଇ ବିନା ପ୍ରରୋଚନାରେ ଛୋଟ ଅସ୍ତ୍ରଶସ୍ତ୍ରରୁ ଗୁଳି ଚଳାଇ ଥିଲେ । ତୁତମାରି ଗଳି ଓ ରାମପୁର ସେକ୍ଟର ସମ୍ମୁଖରେ ବି ପାକ୍‌ ସେନା ଗୁଳିମାଡ଼ କରିଥିଲେ । ପ୍ରତି ଜବାବ ଦେଇଛନ୍ତି ଭାରତୀୟ ସେନା ।


ସେପଟେ ପହଲଗାମ୍ ଆତଙ୍କୀ ଆକ୍ରମଣ ଘଟଣାରେ ଭାରତର କଡ଼ା ପଦକ୍ଷେପ ପରେ ବିଦା ହେଉଛନ୍ତି ପାକିସ୍ତାନୀ । ଭାରତରୁ ବିଦା ହେଲେ ଆଉ ୨୩୭ ପାକିସ୍ତାନୀ । ରବିବାର ଅଟାରୀ ବର୍ଡର ଦେଇ 237 ଜଣଙ୍କୁ ପାକିସ୍ତାନ ବିଦା କରାଯାଇଛି । ସେହିପରି ଶନିବାର ୭୫ ଓ ଶୁକ୍ରବାର ୧୯୧ ଜଣ ପାକିସ୍ତାନୀ ନାଗରିକଙ୍କୁ ବିଦା କରାଯାଇଥିଲା । ସେପଟେ ରବିବାର ଅଟାରୀ ବର୍ଡର ଦେଇ ପାକିସ୍ତାନରୁ ସ୍ବଦେଶ ଫେରିଥିଲେ ଆଉ ୩୩୫ ଭାରତୀୟ । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଭାରତର କଡ଼ା ପଦକ୍ଷେପ ଫଳ ପାକିସ୍ତାନକୁ ଭୋଟିବାକୁ ପଡ଼ିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Pakistan's provocations on LoC, Indian Army giving befitting reply | Argus News