ବିଶ୍ୱବାସୀଙ୍କ ଆଗରେ ପାକିସ୍ତାନର ଦୋମୁହାଁ ଚରିତ୍ରର ହେବ ପର୍ଦ୍ଦାଫାସ

Key Points
ଆଜିଠାରୁ ଭାରତର ବଡ଼ କୁଟନୈତିକ ଅଭିଯାନ ଆରମ୍ଭ
ପ୍ରଥମ ପର୍ଯ୍ୟାୟରେ ଆଜି ଦୁଇଟି ପ୍ରତିନିଧି ଦଳ ବିଦେଶ ଗସ୍ତରେ ଯାଉଛନ୍ତି
ବିଶ୍ବବାସୀଙ୍କ ଆଗରେ ପାକିସ୍ତାନର ଦୋମୁହାଁ ଚରିତ୍ରର ହେବ ପର୍ଦ୍ଦାଫାସ । ଆଜିଠାରୁ ଭାରତର ବଡ଼ କୁଟନୈତିକ ଅଭିଯାନ ଆରମ୍ଭ । ପ୍ରଥମ ପର୍ଯ୍ୟାୟରେ ଆଜି ଦୁଇଟି ପ୍ରତିନିଧି ଦଳ ବିଦେଶ ଗସ୍ତରେ ଯାଉଛନ୍ତି । ପହଲଗାମ ଆତଙ୍କୀ ହମଲା ଏବଂ ଅପରେସନ ସିନ୍ଦୂର ପରେ ଭାରତର ଆତଙ୍କବାଦ ବିରୋଧରେ ଶୂନ୍ୟ ସହନଶୀଳତା ନୀତିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବେ ପ୍ରତିନିଧି ମଣ୍ଡଳୀ । ଜେଡିୟୁ କାର୍ଯ୍ୟକାରୀ ସଭାପତି ସଞ୍ଜୟ ଝାଙ୍କ ନେତୃତ୍ୱରେ ଆଜି ପ୍ରଥମ ପ୍ରତିନିଧି ଦଳ ଜାପାନ ଯାତ୍ରା କରୁଛି । ଏହି ପ୍ରତିନିଧି ମଣ୍ଡଳୀ ଇଣ୍ଡୋନେସିଆ, ମାଲେସିଆ, ଦକ୍ଷିଣ କୋରିଆ ଏବଂ ସିଙ୍ଗାପୁର ଗସ୍ତ କରିବ।
ସେହିପରି ଶିବସେନା- ସିନ୍ଧେ ଗୋଷ୍ଠୀର ନେତା ଶ୍ରୀକାନ୍ତ ସିନ୍ଦେଙ୍କ ନେତୃତ୍ୱରେ ଦ୍ୱିତୀୟ ପ୍ରତିନିଧି ଦଳ ଆଜି UAE ଗସ୍ତ କରୁଛି । ଏହି ଟିମ UAE ପରେ କଙ୍ଗୋ, ସିଏରା ଲିଓନ ଏବଂ ଲାଇବେରିଆ ଗସ୍ତ କରିବେ । ବିଶ୍ୱ ମଞ୍ଚରେ ଆତଙ୍କବାଦ ବିରୋଧରେ ଦୃଢ଼ ନୀତି ଉପସ୍ଥାପନ କରିବା ସହ ପାକିସ୍ତାନର ଆତଙ୍କୀ ଲିଙ୍କ୍ ର ପର୍ଦ୍ଦାଫାସ କରିବାକୁ ଏହି ଅଭିଯାନ ଆରମ୍ଭ ହୋଇଛି । ଅଭିଯାନରେ ଆଜିଠାରୁ ଜୁନ ୫ ଯାଏ ମୋଟ ୩୩ଟି ଦେଶକୁ ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଗସ୍ତ କରିବେ ।