Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଭାରତରେ ପାକିସ୍ତାନର ୱେବ୍ ସିରିଜ୍ , ଫିଲ୍ମ ,ଗୀତ ମନା

Smruti Parija
Browse all articles by Smruti Parija
·1 year ago·1 min read
ଭାରତରେ ପାକିସ୍ତାନର ୱେବ୍ ସିରିଜ୍ , ଫିଲ୍ମ ,ଗୀତ ମନା

ପାକିସ୍ତାନ ଉପରେ ଭାରତର ସାଇବର ଆଟାକ୍ । ଭାରତରେ ପାକିସ୍ତାନର ୱେବ୍ ସିରିଜ୍ , ଫିଲ୍ମ ,ଗୀତ ମନା । ପାକିସ୍ତାନୀ ୱେବ୍ ସିରିଜ୍ ଓ ଫିଲ୍ମ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଓଟିଟି ପ୍ଲାଟଫର୍ମରୁ ପାକିସ୍ତାନୀ କଣ୍ଟେଣ୍ଟ ହଟାଇବାକୁ ନିର୍ଦ୍ଦେଶ ଦେଇଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ।


ଭାରତରେ ପାକିସ୍ତାନର ବହୁତ ଫିଲ୍ମ ଓ ୱେବ୍ ସିରିଜ୍ ଚାଲେ । ଯାହାଫଳରେ ପାକିସ୍ତାନ ଉପରେ ଏହା ବଡ଼ ପ୍ରଭାବ ପକାଇବ ବୋଲି ଅନୁମାନ କରାଯାଇଛି । ଭାରତ ଦ୍ୱାରା ପାକିସ୍ତାନୀ ସିଙ୍ଗର୍‌ ଓ ଅଭିନେତା ବହୁତ ଟଙ୍କା ରୋଜଗାର କରନ୍ତି ଏମିତିକି ସାରା ବିଶ୍ୱରେ ନାଁ କମାନ୍ତି । ହେଲେ ଭାରତର ଏହି ପଦକ୍ଷେପ ପରେ ଥର ହର ପାକିସ୍ତାନ । ରୋଜଗାର ହରାଇବେ ପାକିସ୍ତାନୀ କଳାକାର ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅନ୍ୟପଟେ ପାକିସ୍ତାନ ସଂସଦରେ କାନ୍ଧିଛନ୍ତି ପାକିସ୍ତାନୀ ସାଂସଦ । ପାକିସ୍ତାନ ଭୁଲ କରିଛି, ଲୋକଙ୍କ ଉପରେ ଅତ୍ୟାଚାର କରିଛି, ଏଣୁ ଏ ପ୍ରଭୁ ଆମକୁ କ୍ଷମା କରିଦିଅ ବୋଲି କାନ୍ଦି କାନ୍ଦି କହିଛନ୍ତି ଜଣେ ପାକିସ୍ତାନର ଜଣେ ସାଂସଦ । ଯାହା ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ୍ ହେଉଛି ।


ଏପଟେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ସରିନି ଅପରେସନ ସିନ୍ଦୂର । ଏ ତ ଥିଲା ଟ୍ରେଲର୍ । ପିକଚର ଅଭି ବାକି ହୈ। ପାକିସ୍ତାନ କିଛି ବି ଉତ୍ତେଜନା ମୂଳକ ପଦକ୍ଷେପ ନେଲେ ଆମେ ଦୃଢ ଜବାବ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଜାତୀୟ ପରାମର୍ଶଦାତା ଅଜିତ ଡୋଭାଲ୍ ।

Sponsored
pakistans-web-series-films-songs-banned-in-india | Argus News