Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pandit Deendayal Upadhyaya / ଆଜି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଆଜି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ

Key Points

ଆଜି ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ । ନୂଆଦିଲ୍ଲୀରେ ପଣ୍ଡିତ ଦୀନ ଦୟାଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆଜି ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମବାର୍ଷିକୀ । ନୂଆଦିଲ୍ଲୀରେ ପଣ୍ଡିତ ଦୀନ ଦୟାଲଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବିଜେପିର ବହୁ ବିଶିଷ୍ଟ ନେତା । ପଣ୍ଡିତ ଦୀନ ଦୟାଲ ଏକାଧାରରେ ଥିଲେ ମହାନ ଚିନ୍ତାନାୟକ, "ଅଖଣ୍ଡ ମାନବବାଦ"ର ପ୍ରବର୍ତ୍ତକ, ଜନସଂଘର ପ୍ରତିଷ୍ଠାତା ସଦସ୍ୟ ଏବଂ ଆମ ସମସ୍ତ ଶ୍ରମିକଙ୍କ ପାଇଁ ପ୍ରେରଣାର ଉତ୍ସ । ତାଙ୍କ ଜୀବନ ରାଷ୍ଟ୍ର ପ୍ରତି ସମର୍ପଣ, ସରଳତା ଏବଂ ନିଃସ୍ୱାର୍ଥପର ସେବାର ଏକ ଅନନ୍ୟ ଉଦାହରଣ ଥିଲା ବୋଲି କହିଛନ୍ତି ଧର୍ମେନ୍ଦ୍ର।


ତାଙ୍କ ଚିନ୍ତାଧାରା କେବଳ ରାଜନୀତି ପର୍ଯ୍ୟନ୍ତ ସୀମିତ ନଥିଲା; ବରଂ ସେ ଭାରତୀୟତା, ସ୍ୱାବଲମ୍ବନ ଏବଂ ମାନବିକ ମର୍ଯ୍ୟାଦାର ଏକ ସ୍ତମ୍ଭ ଥିଲେ ଯାହା ସମଗ୍ର ଦେଶକୁ ମାର୍ଗଦର୍ଶନ କରିଥିଲା ।ଆଜି ମଧ୍ୟ, "ଅଖଣ୍ଡ ମାନବବାଦ" ଏବଂ "ଅନ୍ତ୍ୟୋଦୟ"ର ତାଙ୍କର ଦର୍ଶନ ରାଷ୍ଟ୍ର ନିର୍ମାଣ ଯାତ୍ରାରେ ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିଛି ବୋଲି କହିଛନ୍ତି ଧର୍ମେନ୍ଦ୍ର । ସେପଟେ ଉତ୍ତରାଖଣ୍ଡ ଡେରାଡୁନରେ ପଣ୍ଡିତ ଦୀନ ଦୟାଲଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ଉତ୍ତରାଖଣ୍ଡ ସିଏମ୍ ପୁଷ୍କର ସିଂ ଧାମି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଦୀନ ଦୟାଲ ହିଁ ଅନ୍ତ୍ୟୋଦୟ ସ୍ଲୋଗାନ ଦେଇଥିଲେ । ସମାଜର ଆର୍ଥିକ ଅନଗ୍ରସର, ଦୁର୍ବଳ ଏବଂ ପଛୁଆ ବର୍ଗର ଲୋକଙ୍କ ବିକାଶ ପାଇଁ ଏହି ସ୍ଲୋଗାନ ଦେଇଥିଲେ ଦୀନ ଦୟାଲ । ସେ କହୁଥିଲେ ଯେ, କୌଣସି ଦେଶ ନିଜ ମୂଳ ଲକ୍ଷ୍ୟରୁ ବିଚ୍ୟୁତି ହୋଇ କେବେ ନିଜର ବିକାଶ କରିପାରିବ ନାହିଁ ।

Related Topics

Explore more stories

Sponsored