|
logo
Live

Argus News - ବନ୍ଦ ହେଉ ଗୁଟଖା ପ୍ରମୋସନ!

National

ବନ୍ଦ ହେଉ ଗୁଟଖା ପ୍ରମୋସନ!

Arpita Mohanty
Browse all articles by Arpita Mohanty
·1 year ago·4 min read
ବନ୍ଦ ହେଉ ଗୁଟଖା ପ୍ରମୋସନ!

ଅର୍ଗସ ବ୍ୟୁରୋ: ଗୁଟଖା , ଯାହା କ୍ୟାନସରର ଏକ ପ୍ରମୁଖ ମାଧ୍ୟମ । ଏକଥା ଆଜିର ୟୁବପିଢୀ ସବୁଜାଣି ମଧ୍ୟ ଚୁପ । ଆଉ ଏହାର ଫାଇଦା ଉଠାଉଥିବା କମ୍ପାନୀ କେବଳ ନିଜର ପ୍ରଡକ୍ଟକୁ ବିକ୍ରି କରିବା ପାଇଁ ସବୁ ବଡବଡ ଅଭିନେତାଙ୍କୁ ବ୍ୟବହାର କରି ଲୋକଙ୍କୁ ଭୂଆଁ ବୁଲେଇବାରେ ଲାଗିଛି । ହେଲେ ଆପଣ କେବେ ଭାବିଛନ୍ତି, ଏହି ଗୁଟଖା ଖାଇବା ଦ୍ବାରା କେତେ ଲୋକଙ୍କ ଜୀବନ ଯାଇଛି । କେତେ ଯୁବପିଢୀଙ୍କ ଜୀବନ ବରବାଦ ହୋଇଛି ? କେବଳ ନିଜ ପ୍ରଡକ୍ଟକୁ ପ୍ରମୋସନ କରୁଥିବା କମ୍ପାନୀ ଆଜି କ୍ୟାନସରରେ ଯାଉଥିବା ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ପାଇଁ ଦାୟୀ ହେବ କି ? 

 

ଆପଣ କେବେ ଭାବିଛନ୍ତି ମାତ୍ର ୪ ଟଙ୍କାରେ ବିକାଯାଉଥିବା ଏହି ପାନ ମସଲା କମ୍ପାନୀ ଅଜୟ ଦେବଗନ, ଶାହରୁଖ ଖାନ, ଅକ୍ଷୟ କୁମାର ଭଳି ନାମୀ ଦାମୀ ଅଭିନେତାଙ୍କୁ କେମିତି କିଣିପାରୁଛନ୍ତି? ଖାଲି ସେତିକି ନୁହେଁ ଫିଲ୍ମ ଆୱାର୍ଡସକୁ ସ୍ପନ୍ସରସିପ ଦେବାଠୁ ଆରମ୍ଭ କରି ବଡ ବଡ ନ୍ୟୁଜ ପେପରର ଫ୍ରଣ୍ଟ ପେଜରେ ଆଡସ୍‌ ଦେବା ଏମିତିକି ମାତ୍ର ୩୦ ସେକେଣ୍ଡର ଆଡ୍‌ ବିଦେଶରେ ବି ସୁଟ୍ ହୁଏ। ଏସବୁ ଖର୍ଚ୍ଚ ଏହି କମ୍ପାନୀ ଗୁଡିକ ଏତେ ସହଜରେ କେମିତି ବହନ କରିପାରୁଛନ୍ତି? ଏହି ଇଣ୍ଡଷ୍ଟ୍ରି କେତେ ବଡ ଏବଂ ଏହାର ଟର୍ନଓଭର କେତେ? ଜାଣିଲେ ଆପଣଙ୍କର ବି ହୋସ ଉଡିଯିବ। କିନ୍ତୁ ତାପରେ ବି ଏହି କମ୍ପାନି ଗୁଡିକ ଗୋଟେ ବି ପାଉଣା ନା ଦେଶକୁ ସଫା କରିବାରେ ବ୍ୟବହାର କରୁଛନ୍ତି ଆଉ ନାହିଁ କ୍ୟାନସର ପୀଡିତାଙ୍କୁ ସାହାଯ୍ୟ କରୁଛନ୍ତି। 

ଭାରତର ପାନମସଲା କମ୍ପାନୀର ମାର୍କେଟ ଭାଲ୍ୟୁ ହେଉଛି ୪୧,୮୨୧ କୋଟି ଆଉ ବଡ ବଡ ଅଭିନେତାଙ୍କୁ ଗୋଟେ ଗୋଟେ ଆଡ୍‌ ପାଇଁ ଏମାନେ ୧୦ କୋଟି ଟଙ୍କା ଦିଅନ୍ତି ଯାହା ତାଙ୍କ ୪୧,୦୦୦ କୋଟି ଇଣ୍ଡଷ୍ଟ୍ରିର ମାତ୍ର ୦.୦୨ ପ୍ରତିଶତ। ପାଖାପାଖି ୪.୫ କୋଟି ଲୋକଙ୍କୁ ଏହି କମ୍ପାନି ରୋଜଗାର ଦେଇଥାଏ। ତେବେ ଦିନକୁ ଦିନ ଏହି ୪୧,୦୦୦ କୋଟିର ଇଣ୍ଡଷ୍ଟ୍ରି ବଢିବାରେ ଲାଗିଛି। କେମିତି ? କାରଣ ମାର୍କେଟିଙ୍ଗରେ ଏମାନଙ୍କୁ କେହି ବି ପଛରେ ପକାଇପାରିବେନାହିଁ।

ପାନମସଲା ରପ୍ତାନି କରିବାରେ ଭାରତ ଦୁନିଆରେ ନମ୍ବର ୱାନ। ଆଉ ଆମର ସବୁଠାରୁ ବଡ ଆମଦାନୀକାରୀ ହେଉଛି ୟୁଏଇ। ଏବେ ପ୍ରଶ୍ନ ହେଉଛି ଲୋକଙ୍କୁ କ୍ୟାନ୍ସର ବିକିବା କେତେ ଯୁକ୍ତିଯୁକ୍ତ?  WHOର କହିବା ଅନୁଯାୟୀ ଦୁନିଆରେ ୧୦ କୋଟି ଲୋକଙ୍କୁ କ୍ୟାନସର କେବଳ ତମାଖୁ ସେବନ ଦ୍ବାରା ହୋଇଥାଏ। ଆଉ ଭବିଷ୍ୟତରେ ଏହା ୧୦୦ କୋଟିରେ ପହଞ୍ଚିପାରେ। 
ଭାରତରେ ଟବାକୋ ପ୍ରମୋଟ ହେବନି ସେଥିପାଇଁ ୨୦୧୧ ପରେ ସବୁ ରାଜ୍ୟ ସରକାର ଟବାକୋ ବ୍ୟାନ କରିଦେଲେ। ତାପରେ ଏହି କମ୍ପାନି ଗୁଡିକ କଣ କଲେ? ଏମାନେ ପାନ ମସଲାରୁ ତମାଖୁ ହଟାଇଦେଲେ। ଏବଂ ଏହାକୁ ଏକ ସାଧା ପୁଡିଆ ହିସାବରେ ବିକିଲେ ଯାହାକୁ କିଏ ବି ଖାଇପାରିବ। କିନ୍ତୁ ସେହି ଗୁଟଖା ପ୍ୟାକେଟ୍ ସହିତ ଆଉ ଏକ ପ୍ୟାକେଟ୍ ଦେଲେ ଯେଉଁଥିରେ ତମାଖୁ ଥାଏ। ମାନେ କେମିତି ବି କରିକି ନିଜର ବିଜନେସ କରିବାର ଅଛି କାରଣ ତାଙ୍କ ହିସାବରେ ତାଙ୍କ ପ୍ରଡକ୍ଟରେ ତମାଖୁ ନାହିଁ। ସେଥିପାଇଁ ପ୍ୟାକେଟରେ କ୍ୟାନସରର ୱାର୍ଣ୍ଣିଙ୍ଗ ବି ନ ଥାଏ। ଆଉ ସେଥିପାଇଁ ବଡ ବଡ ଅଭିନେତା ତାର ପ୍ରମୋଟ କରିବା ପାଇଁ ରାଜି ହୋଇଯାଉଛନ୍ତି। ତେବେ ଏହି ପାନମସଲାକୁ ସେହି ଅର୍ଗାନାଇଜେସନ ରେଗୁଲେଟ କରେ ଯିଏ କିଛି ବିସ୍କୁଟ ବ୍ରାଣ୍ଡକୁ ବି ରେଗୁଲେଟ କରେ। ସେଥିପାଇଁ ଲୋକମାନେ ଭାବନ୍ତି ତାହେଲେ ପାନମସଲା ଖାଇବାରେ ଅସୁବିଧା କଣ ?

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେମିତି ଆଲକହଲର ଆଡକୁ ବ୍ୟାନ କରାଯାଇଛି ସେଥିପାଇଁ ଆଲକହଲ କମ୍ପାନୀ ସମାନ ନାଁ ରେ କ୍ଲବ ସୋଡା ବାହାର କରନ୍ତି ଯାହାଦ୍ବାରା ବ୍ରାଣ୍ଡର advertisement ହେବ। ଏହି କମ୍ପାନି ଗୁଡିକର ଉଦେଶ୍ୟ ହେଉଛି କି ଲୋକମାନଙ୍କୁ ଏମାନଙ୍କ ବ୍ରାଣ୍ଡର ନାଁ ମନେରହୁ। ପାନମସଲା ବ୍ରାଣ୍ଡ ଏକ ସିଲଭର କୋଟ ହୋଇଥିବା ଗୁଜୁରାତି ବିକିଥାଏ ଯାହାର ପ୍ୟାକେଟ ସେମାନଙ୍କ ପାନମସଲା ଏବଂ ଖଇନି ପ୍ୟାକେଟ ସହିତ ପୂରା ମ୍ୟାଚ୍ କରେ। କିନ୍ତୁ ଆଡରେ ସେମାନେ କେବଳ ଗୁଜୁରାତି ବିକୁଛନ୍ତି ସେଇଟା ଦେଖାଇବାକୁ ଚାହାଁନ୍ତି। କାରଣ ଗୁଜୁରାତି ବିକିବା କ୍ରାଇମ ନୁହେଁ ନା। ଏହି ଆଡ ବଲିଉଡଠୁ ଆରମ୍ଭ କରି ସାଉଥି ଅଭିନେତା ସମସ୍ତେ କରିଥାନ୍ତି। ଲୋକଙ୍କୁ ଜଣାଥାଏ କି ଏହା ତାଙ୍କ ପାଇଁ ଖରାପ। ଆଉ ଷ୍ଟାର ମାନେ ଆଡସରେ ମିଛ କୁହନ୍ତି । ଲୋକଙ୍କୁ ବି ଏଇଟା ବି ଜଣା କି ତାଙ୍କୁ କ୍ୟାନସର ହେଲେ ସିଏ ନିଜର ଟ୍ରିଟମେଣ୍ଟ ଖର୍ଚ୍ଚ ବି ବହନ କରିପାରିବେନି। କିନ୍ତୁ ସେମାନଙ୍କୁ କିଛି ବି ଫରକ୍ ପଡେନାହିଁ । 

କୋଭିଡରେ ଭାରତରେ ୫ ଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଏମିତି ଏକ ରୋଗ ଅଛି ଯାହା ପ୍ରତିବର୍ଷ ୫ ଲକ୍ଷ ଲୋକଙ୍କର ଜୀବନ ନେଉଛି। ଏହି ରୋଗର ନାଁ ହେଉଛି ଟିବି। ଟିବି ବିଷୟରେ କେହି କେବେ କଥା ହୁଅନ୍ତିନାହିଁ। ପୂରା ଦୁନିଆର ୭୫ ପ୍ରତିଶତ କେସ୍ ଭାରତରୁ ଆସିଥାଏ। କାରଣ ଟିବି କୋଭିଡ ଭଳି ଡ୍ରପଲେଟ ବା ଏକ ବୁନ୍ଦାରୁ ବିସ୍ତାର ହୋଇଥାଏ। ଯେତେବେଳେ ଜଣେ ସଂକ୍ରମିତ ବ୍ୟକ୍ତି କାଶେ, ଛିଙ୍କେ କି ରାସ୍ତାରେ ଛେପ ପକାଏ ସେତେବେଳେ ସଂକ୍ରମଣ ତାଙ୍କ ଶରୀରରୁ ଆସି ପରିବେଶକୁ ବି ସଂକ୍ରମିତ କରେ। ଏବେ ପ୍ରଶ୍ନ ହେଉଛି କଣ ବିଦେଶରେ ଲୋକେ କାଶନ୍ତିନି କି ଛିଙ୍କନ୍ତିନି। ହଁ ସେମାନେ ବି କାଶନ୍ତି ଛିଙ୍କନ୍ତି କିନ୍ତୁ ସେମାନେ ପାନମସଲା ଖାଇ ଛେପ ପକାନ୍ତିନି।

ସୂଚନା ଅନୁଯାୟୀ ଜଣେ ବ୍ୟକ୍ତି ପାନମସଲା ଖାଇ ପ୍ରତି ୧୦ ମିନିଟରେ ୨୦ ରୁ ୩୦ ଥର ଥୁକିଥାଏ। ଏବେ ଥରେ ଚିନ୍ତା କରନ୍ତୁ ୨୪ ଘଣ୍ଟାରେ ସେହି ବ୍ୟକ୍ତି କେତେ ଥର ଛେପ ପକାଉଥିବ। ଏହା ଦ୍ବାରା ସେହି ମଣିଷ ବି ପ୍ରଭାବିତ ହେବ ଯିଏ ପାନମସଲାକୁ ଛୁଇଁ ବି ନଥାଏ। ଭାରତୀୟ ରେଳ ବିଭାଗ ପ୍ରତି ବର୍ଷ ୧୨୦୦ କୋଟି କେବଳ ଲୋକଙ୍କର ପାନ ଛେପକୁ ସଫା କରିବାରେ ଖର୍ଚ୍ଚ କରୁଛି। ଯଦି ଦେଖାଯାଏ ଏହି ଖର୍ଚ୍ଚ ବାସ୍ତବରେ କାହାକୁ କରିବା ଦରକାର? 

ଆମେ କେବଳ ପ୍ରଶ୍ନ କରିପାରିବା । କିନ୍ତୁ ପ୍ରକୃତରେ ଏ ସମସ୍ୟାର ସମାଧାନ ସେବେ ହବ , ଯେବେ ପ୍ରତ୍ୟେକ ବ୍ୟକ୍ତି ଏହି ବିଷଯ ସମ୍ପର୍କରେ ଗଭୀର ଭାବେ ଚିନ୍ତା କରିବ । ଏହିସବୁ ପ୍ରଶ୍ନ ଥରେ ନିଜକୁ ପଚାରନ୍ତୁ ଏବଂ ତାପରେ ବିଚାର କରନ୍ତୁ ଆପଣଙ୍କର ଗୋଟିଏ ସ୍ବର ଏହିସବୁକୁ ବନ୍ଦ କରିପାରିବ ଏବଂ ଏକ ସୁସ୍ଥ ପରିବେଶ ଗଢି ତୋଳିବାକୁ ସମାଜକୁ ଏକ ଆହ୍ବାନ ଦେବ।

ଅଧିକ ପଢନ୍ତୁ ଭାରତ ଖବର

Sponsored
ବନ୍ଦ ହେଉ ଗୁଟଖା ପ୍ରମୋସନ! | Argus News