Videos
|
National

New Law / ପେପର ଲିକ୍ ମାମଲାରେ ଅଧିକ କଡ଼ାକଡ଼ି ହେଲା ଆଇନ…ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ କୋଟି ଜରିମାନା

Ritu Das
Browse all articles by Ritu Das
·1 hour ago·2 min read
ପେପର ଲିକ୍ ମାମଲାରେ ଅଧିକ କଡ଼ାକଡ଼ି ହେଲା ଆଇନ…ସର୍ବାଧିକ ୧୦ ବର୍ଷ ଜେଲ୍ ଦଣ୍ଡାଦେଶ ଓ ୧୦ କୋଟି ଜରିମାନା
India

Key Points

ପ୍ରଶ୍ନପତ୍ର ଲିକ୍ ମାମଲାରେ କଠୋର ହେଲେ ମୋଦି ସରକାର
ପ୍ରଚଳିତ ଆଇନରେ ସଂଶୋଧନକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ ସୂଚନା

ପ୍ରଶ୍ନପତ୍ର ଲିକ୍ ମାମଲାରେ ଆହୁରି କଠୋର ହୋଇଛନ୍ତି ମୋଦି ସରକାର । ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଥିବା ଅସାଧୁ ବ୍ୟକ୍ତି ଓ ଶିକ୍ଷା ମାଫିଆଙ୍କୁ ସାବାଡ୍ କରିବା ପାଇଁ ସାର୍ବଜନୀନ ପରୀକ୍ଷା ଆଇନ୍‌ରେ ବଡ଼ ସଂଶୋଧନ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ପ୍ରଚଳିତ ଆଇନରେ ସଂଶୋଧନ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିସାରିଛି। ନୂଆ ସଂଶୋଧନ ଅନୁସାରେ, ଦୋଷୀଙ୍କୁ ସର୍ବାଧିକ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ସହ ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ହୋଇପାରେ । ଖୁବଶୀଘ୍ର ଏହି ସଂଶୋଧିତ ବିଲ୍ ସଂସଦରେ ଉପସ୍ଥାପନ ହେବ । କ’ଣ ରହିଛି ପ୍ରସ୍ତାବିତ ସଂଶୋଧନ ଓ ପ୍ରଚଳିତ ଆଇନ ଚାଲନ୍ତୁ ଜାଣିବା।

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଅନ୍ଧାରକୁ ଠେଲି ଦେଉଥିବା ପେପର ଲିକ୍ ଭଳି ମାମଲାରେ ଅଧିକ କଠୋର ହୋଇଛନ୍ତି ମୋଦି ସରକାର । ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସାର୍ବଜନିନ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ଆଇନ- ୨୦୨୪ରେ ସଂଶୋଧନ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକ ଏ ସମ୍ପର୍କିତ ପ୍ରସ୍ତାବକୁ ମଞ୍ଜୁରୀ ପ୍ରଦାନ କରିଥିବା ସୂତ୍ରରୁ ସୂଚନା ମିଳିଛି । ନଜର ପକାନ୍ତୁ ବର୍ତ୍ତମାନ ଆଇନରେ କଣ ଅଛି ଓ କଣ ରହିଛି ପ୍ରସ୍ତାବିତ ସଂଶୋଧନ ।

  • ପ୍ରସ୍ତାବିତ ସଂଶୋଧନ

ପେପର ଲିକ୍ ମାମଲାର ବିଚାର ପାଇଁ ଫାଷ୍ଟଟ୍ରାକ୍ କୋର୍ଟ ପ୍ରତିଷ୍ଠା ହେବ
୩ ମାସ ମଧ୍ୟରେ ବିଚାର କରିବେ ଫାଷ୍ଟାଟ୍ରାକ୍ କୋର୍ଟ
ଦୋଷୀଙ୍କ ବିରୋଧରେ ୧୦ ବର୍ଷ ଜେଲ ଦଣ୍ଡ ଓ ଜରିମାନା ବୃଦ୍ଧି
ସଂଗଠିତ ଅପରାଧ କ୍ଷେତ୍ରରେ ବଢ଼ିବ ଜେଲ୍ ଓ ଜରିମାନା ହେବ ୧୦ କୋଟି
କେନ୍ଦ୍ର କ୍ୟାବିନେଟରେ ଅନୁମୋଦିତ ବିଲ୍ ଖୁବଶୀଘ୍ର ସଂସଦରେ ଆଗତ ହେବ

  • ପ୍ରଚଳିତ ଆଇନ

ପେପର ଲିକ୍ ମାମଲାରେ ବର୍ତ୍ତମାନ ଫାଷ୍ଟଟ୍ରାକ କୋର୍ଟରେ ବିଚାର ପ୍ରାବଧାନ ନାହିଁ
୩ରୁ ୫ବର୍ଷ କାରା ଦଣ୍ଡାଦେଶ ଓ ୧୦ ଲକ୍ଷ ପର୍ଯ୍ୟନ୍ତ ଜରିମାନା ରହିଛି
ସଂଗଠିତ ଅପରାଧ କ୍ଷେତ୍ରରେ ୫ରୁ ୧୦ବର୍ଷ ଜେଲ୍ ଓ ୧ କୋଟି ଯାଏଁ ଜରିମାନା
ତଦନ୍ତ କରିବେ DSP କିମ୍ବା ତାଠାରୁ ଉଚ୍ଚ ପଦସ୍ଥ ପୋଲିସ ଅଧିକାରୀ
୨୧ ଜୁନ୍ ୨୦୨୪ ଠାରୁ ଦେଶବ୍ୟାପୀ ଲାଗୁ ହୋଇଥିଲା ଆଇନ୍

ଏ ସମ୍ପର୍କରେ ସୂଚନା ଦେଇଛନ୍ତି କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଛାତ୍ରଛାତ୍ରୀଙ୍କ ସମ୍ପର୍କରେ ଆମେ ଯେଉଁ ବିଲ୍ ଆଣୁଛୁ ସେଥିରେ କୌଣସି ବିଳମ୍ବ ହେବା ଉଚିତ୍ ନୁହେଁ ।

ଗୋଟିଏ ପଟେ କଠୋର ଆଇନ ଅଣାଯାଉଛି, ଅନ୍ୟପଟେ ଶିକ୍ଷା ମାଫିଆଙ୍କୁ କଠୋର ଦଣ୍ଡବିଧାନ ପାଇଁ ଫାଷ୍ଟଟ୍ରାକ କୋର୍ଟ ପ୍ରତିଷ୍ଠା ସରିଛି । ଏଠାରେ ପ୍ରତିଦିନ ଶୁଣାଣି କରାଯିବ, ଦ୍ରୁତ ବିଚାର କରି, ସମୟସୀମା ମଧ୍ୟରେ ଦୋଷୀଙ୍କୁ ଦଣ୍ଡାଦେଶ କରାଯିବ, ଯାହା ଦ୍ୱାରା ଦେଶର ଯୁବବର୍ଗ ନ୍ୟାୟ ପାଇବେ ।

ମୋଦି ସରକାରଙ୍କ ମନ୍ତ୍ରୀ କହିଛନ୍ତି ସରକାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ । ହେଲେ ବିରୋଧୀ ନୀତିଦିନ ନୂଆ ଷଡ଼ଯନ୍ତ୍ର କରି ଆଲୋଚନାରୁ ଦୂରେଇ ରହିବା ସହ ଯୁବବର୍ଗଙ୍କୁ ବିଭ୍ରାନ୍ତ କରିବାକୁ ଅପଚେଷ୍ଟା ଚଳାଇଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored