ପ୍ରଧାନମନ୍ତ୍ରୀଙ୍କ ହୃଦୟ ଜିତିଲେ ପାରା ଅଲିମ୍ପିଆନ୍ ନବଦୀପ ସିଂ
·1 year ago

ନୂଆଦିଲ୍ଲୀ: ପ୍ୟାରିସ୍ ପାରା ଅଲିମ୍ପିକ୍ସ ଚାମ୍ପିଅନ୍ ନବଦୀପ ସିଂଙ୍କ ସହ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀଙ୍କ ହୃଦୟ ଜିତିଲେ ପାରା ଅଲିମ୍ପିଆନ୍ ନବଦୀପ ସିଂ। ପ୍ୟାରିସ୍ ପାରା ଅଲିମ୍ପିକ୍ସରେ ଭାଗ ନେଇଥିବା ଭାରତୀୟ କ୍ରୀଡ଼ାବିତଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ଜାଭେଲିନରେ ପ୍ୟାରିସରେ ସ୍ବର୍ଣ୍ଣ ପଦକ ଜିତିଥିବା ନବଦୀପ ସିଂଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଭିଡିଓ ଏବେ ଖୁବ୍ ଭାଇରାଲ୍ ହେଉଛି। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ବେଳେ ଏକ ଟୋପି ଉପହାର ଦେଇଥିଲେ ନବଦୀପ।
ଏହି ଟୋପି ପିନ୍ଧିବା ପାଇଁ ପ୍ରଧାନମନ୍ତ୍ରୀ ତଳେ ବସିଯାଇଥିଲେ। ପରେ ନବଦୀପ ଜାଭେଲିନ୍ ଫିଙ୍ଗୁଥିବା ବାମ ହାତରେ ପ୍ରଧାନମନ୍ତ୍ରୀଙ୍କର ଅଟୋଗ୍ରାଫ୍ ନେଇଥିଲେ। ଏହି ଭିଡିଓକୁ ନିଜ ୟୁଟ୍ୟୁବ୍ ପେଜରେ ଛାଡ଼ିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। 1 ମିନିଟ୍ 19 ସେକେଣ୍ଡର ଏହି ଭିଡିଓରେ ଅଲିମ୍ପିଆନ୍ ନବଦୀପ ସହ ପ୍ରଧାନମନ୍ତ୍ରୀ ବେଶ୍ ଖୁସିର ସହ କଥା ହେଉଥିବା ଦେଖାଯାଉଛି।
ଅଧିକ ପଢନ୍ତୁ ଭାରତ ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: