Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ମିଳିଲା ସମ୍ମାନ 

National

ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ମିଳିଲା ସମ୍ମାନ 

Manini Pattanayak
Browse all articles by Manini Pattanayak
·1 year ago·2 min read
ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ମିଳିଲା ସମ୍ମାନ 

ନୂଆଦିଲ୍ଲୀ:  ପ୍ୟାରିସ ପାରା ଅଲିମ୍ପିକ୍ସ ଖେଳାଳିଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ଦିବ୍ୟାଙ୍ଗ ଆଥଲେଟମାନଙ୍କୁ କଲେ ଭୁରି ଭୁରି ପ୍ରଶଂସା । ମୋଦି କହିଲେ, ସାରା ଦେଶ ପାଇଁ ଖେଳାଳିମାନେ ପ୍ରେରଣାର ଉତ୍ସ । ଦୃଢ ଇଚ୍ଛାଶକ୍ତି, ଧୈର୍ଯ୍ୟ, ଅଧ୍ୟବସାୟ ଓ କଠିନ ପରିଶ୍ରମ ପରେ ସଫଳତା । ବିଶ୍ବରେ କ୍ରୀଡାର ଦେଶ ଭାବେ ପରିଗଣିତ ହେଉଛି ଭାରତ ।   ପ୍ୟାରିସ ପାରା ଅଲିମ୍ପିକ୍ସରେ ଭାଗ ନେଇଥିବା ଆଥଲେଟ୍ ମାନେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ସେମାନଙ୍କର ଅନୁଭୂତି ବଖାଣିଛନ୍ତି । ସମସ୍ତଙ୍କର ଅନୁଭବ ଥିଲା ସ୍ବତନ୍ତ୍ର ଓ ଅତ୍ୟନ୍ତ ପ୍ରେରଣା ଦାୟୀ । କଠିନ ପରିସ୍ଥିତିର ମୁକାବିଲା କରି ଦେଶ ପାଇଁ ଏହି ଦିବ୍ୟାଙ୍ଗ ମାନେ ଆଣିଛନ୍ତି ଅନନ୍ୟ ସଫଳତା । ପାରା ଅଲିମ୍ପିକ୍ସରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କ ପାଇଁ ଦେଶ ଆଜି ଗୌରବାନ୍ବିତ । ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଟୋକିଓ ପାରା ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତିଥିବା ସୁମିତ ଆଣ୍ଟିଲ ପ୍ୟାରିସରେ ମଧ୍ୟ ଜିତିଛନ୍ତି ଗୋଲଡ୍ ମେଡାଲ । ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ କଥା କଠିନ ପରିଶ୍ରମ କରିବା ପାଇଁ ତାଙ୍କୁ ଉତ୍ସାହିତ କରିଥିଲା ବୋଲି ସେ କହିଛନ୍ତି । ସ୍ବର୍ଣ୍ଣ ବିଜେତା ନଭଦୀପ କହିଛନ୍ତି, ପ୍ୟାରିସରେ ବରିଷ୍ଠ ଖେଳାଳିମାନେ ତାଙ୍କୁ ବହୁତ ଉତ୍ସାହିତ କରିଥିଲେ ।  
 ସାରା ଦୁନିଆ ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଜାଣିଥିବା ବେଳେ ପାରା ଆଥଲେଟ୍ ମାନେ ତାଙ୍କୁ ପରମ ମିତ୍ର ବୋଲି କହିଥିଲେ ।

ପାରା ଅଲିମ୍ପିକ୍ସ ଭଳି ମେଗା ଇଭେଣ୍ଟ ପୂର୍ବରୁ ଖେଳାଳିମାନଙ୍କୁ ଭେଟି ସେମାନଙ୍କ ମନୋବଳ ବଢାଇବା ସହ ସେଠାରୁ ଫେରିବା ପରେ ଏଭଳି ସ୍ବତନ୍ତ୍ର ଉତ୍ସବର ଆୟୋଜନ କରାଯାଉଛି । ଏପରିକି ପଦକ ବିଜେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫୋନରେ କଥାବାର୍ତ୍ତା ଅନ୍ୟ ଆଥଲେଟ୍ ମାନଙ୍କୁ ଭଲ ପ୍ରଦର୍ଶନ ପାଇଁ ପ୍ରେରଣା ଯୋଗାଇଥିଲା । ଏଥିଯୋଗୁଁ ସାରା ବିଶ୍ବରେ ଭାରତ ଏବେ ସ୍ପୋଟିଂ ନେସନ ଭାବେ ଗଣାଯାଉଛି । ଖୋଲୋ ଇଣ୍ଡିଆ ଓ ଟପସ କାର୍ଯ୍ୟକ୍ରମ ମାଧ୍ୟମରେ ଆଥଲେଟ ମାନଙ୍କୁ ଟ୍ରେନିଂ ପାଇଁ ମିଳୁଛି ଅନେକ ସୁବିଧାସୁଯୋଗ । ଏହି ଅବସରରେ ପ୍ରଧାନମନ୍ତ୍ରୀ ପାରା ଆଥଲେଟ୍ ମାନଙ୍କ କୋଚ୍ ଓ ସପୋର୍ଟ ଷ୍ଟାଫଙ୍କୁ ଭୁରି ଭୁରି ପ୍ରଶଂସା କରିଥିଲେ । ଜଣେ ଖେଳାଳିଙ୍କୁ କୋଚ ଟେକନିକ୍ ଶିଖାଉଥିବା ବେଳେ ଦିବ୍ୟାଙ୍କ ଆଥଲେଟ ମାନଙ୍କୁ ଟ୍ରେନିଂ ବେଳେ ଟେକନିକ୍ ସହ ଅନ୍ୟ ପରିସ୍ଥିତି ଉପରେ ସ୍ବତନ୍ତ୍ର ନଜର  ରଖିବାକୁ ପଡିଥାଏ ବୋଲି ମୋଦି କହିଛନ୍ତି।  ପ୍ୟାରିସ ପାରା ଅଲିମ୍ପିକ୍ସରେ ଟିମ୍ ଇଣ୍ଡିଆ ଏଥର ରେକର୍ଡ ୨୯ଟି ମେଡାଲ ପାଇଛି । ପ୍ୟାରିସରେ ୭ଟି ସ୍ବର୍ଣ୍ଣ, ୯ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ପଦକ ଜିତି ନୂଆ ଇତିହାସ ସୃଷ୍ଟି କରିଛି । ପୂର୍ବରୁ ଟୋକିଓ ପାରା ଅଲିମ୍ପିକ୍ସରେ ଭାରତ ୧୯ଟି ମେଡାଲ ପାଇଥିଲା ।  

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
Paralympic athletes are honored | Argus News