PM Modi Inaugurates / ଭାରତର ସବୁଠାରୁ ଶକ୍ତିଶାଳୀ AI ସୁପରକମ୍ପ୍ୟୁଟର 'ପରମ ପ୍ରଜ୍ଞା' ଉଦଘାଟିତ, ଉଦଘାଟନ କଲେ ମୋଦି
·2 weeks ago·2 min read

Key Points
ଉଦଘାଟନ ହେଲା ଭାରତର ସବୁଠାରୁ ଶକ୍ତିଶାଳୀ AI ସୁପରକମ୍ପ୍ୟୁଟର 'ପରମ ପ୍ରଜ୍ଞା'
ସୁପରକମ୍ପ୍ୟୁଟିଂ ସୁବିଧାର ଶୁଭାରମ୍ଭ କଲେ ପିଏମ ମୋଦି
ଆଇଆଇଟି ସମାବର୍ତ୍ତନ ଉତ୍ସବରେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୁଆଦିଲ୍ଲୀ, ୦୮/୦୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇଆଇଟି ଦିଲ୍ଲୀର ୫୭ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି। ଏହି ଗୁରୁତ୍ବପୂର୍ଣ୍ଣ ସମାରୋହରେ ସେ କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ସହ ଦେଶର ବୈଜ୍ଞାନିକ ପ୍ରଗତି ପାଇଁ ଏକ ନୂତନ ସୁପରକମ୍ପ୍ୟୁଟିଂ ସୁବିଧାର ଉଦ୍ଘାଟନ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଇଆଇଟି ଦିଲ୍ଲୀର ସୋନିପତ କ୍ୟାମ୍ପସରେ ସ୍ଥାପିତ 'ପରମ ପ୍ରଜ୍ଞା' ନାମକ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଚାଳିତ ହାଇ-ପରଫରମାନ୍ସ ସୁପରକମ୍ପ୍ୟୁଟିଂ ସୁବିଧାର ଉଦଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ ବ୍ୟବସ୍ଥା ଦେଶରେ AI, ଡାଟା ସାଇନ୍ସ ଏବଂ ଉନ୍ନତ ଗବେଷଣା କ୍ଷେତ୍ରକୁ ଆହୁରି ଅଧିକ ଶକ୍ତିଶାଳୀ କରିବ।
ଏହି ଉତ୍ସବରେ ୩,୦୦୦ରୁ ଅଧିକ ସ୍ନାତକ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଛି, ଯେଉଁଥିରେ ୫୭ ଜଣ ପିଏଚ୍ଡି ସ୍କଲାର ସାମିଲ ଅଛନ୍ତି। ଏ ଅବସରରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧିତ କରି ପିଏମ୍ ମୋଦି ସେମାନଙ୍କୁ ଦେଶର ନବସୃଜନ ଏବଂ ବିକାଶର ମୁଖ୍ୟ ସାରଥୀ ବୋଲି ଅଭିହିତ କରିଛନ୍ତି। ଭାରତକୁ ବିଶ୍ବର ଏକ ପ୍ରଯୁକ୍ତିବିଦ୍ୟା ଶକ୍ତିଶାଳୀ ଦେଶ ଭାବେ ଗଢ଼ିତୋଳିବାକୁ ସେ ଯୁବ ବିଜ୍ଞାନୀ ଓ ଇଞ୍ଜିନିୟରମାନଙ୍କୁ ଆହ୍ବାନ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁବପିଢ଼ିଙ୍କୁ ଜୀବନର ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ରହିବାକୁ ଆହ୍ୱାନ ଦେଇ କହିଛନ୍ତି ଯେ ଯଦିଓ IIT ପରୀକ୍ଷାର ଏକ ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ଥାଏ କିନ୍ତୁ ଜୀବନର ପରୀକ୍ଷାରେ କୌଣସି ସିଲାବସ୍ ନାହିଁ। "ସିଲାବସ୍ ବାହାରେ" ସବୁକିଛି ସାମିଲ ଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଜୀବନରେ, କୌଣସି ନିର୍ଦ୍ଦିଷ୍ଟ ପାଠ୍ୟକ୍ରମ ନାହିଁ କିମ୍ବା ପ୍ରଶ୍ନପତ୍ର ନାହିଁ।
ପଢନ୍ତୁ ଏହି ଖବର: ଗରିବ ମୁହଁରେ ଫୁଟିଲା ହସ; ପ୍ରଥମ ବିମାନ ଯାତ୍ରା କରାଇଲେ ଏହି କଣ୍ଟେଣ୍ଟ କ୍ରିଏଟର

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତରେ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ଦେଶର ଅଗ୍ରଗତିକୁ ଉଦାହରଣ ଭାବେ ଉପସ୍ଥାପନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, କଠିନ ଚ୍ୟାଲେଞ୍ଜକୁ ଗୁରୁତ୍ୱର ସହ ନେଇ ଆଗକୁ ବଢ଼ିଲେ ବଡ଼ ସଫଳତା ହାସଲ କରିହେବ।
ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ପଦକ୍ଷେପ ନେବା ଆରମ୍ଭ କରିବା ସମୟରେ ଦେଶରେ ଚିପ୍ ଉତ୍ପାଦନ ସମ୍ଭବ କି ନୁହେଁ, ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। କିନ୍ତୁ ଏବେ ସେହି ଆଶଙ୍କାକୁ ପଛରେ ପକାଇ ଭାରତର ପ୍ରଥମ ସେମିକଣ୍ଡକ୍ଟର ୟୁନିଟ୍ରେ ଉତ୍ପାଦନ ଆରମ୍ଭ ହୋଇଛି।
ଏହି ସଫଳତାକୁ ଦେଶର ଆତ୍ମନିର୍ଭରତା ଓ ମେକ୍ ଇନ୍ ଇଣ୍ଡିଆ ଅଭିଯାନର ଏକ ବଡ଼ ଉପଲବ୍ଧି ଭାବେ ଦର୍ଶାଇ ପ୍ରଧାନମନ୍ତ୍ରୀ କହିଛନ୍ତି, “ମୋର ଦୃଢ଼ ବିଶ୍ୱାସ, ଚିପ୍ରୁ ଜାହାଜ ପର୍ଯ୍ୟନ୍ତ ସବୁକିଛି ଭାରତରେ ଏବଂ ଆପଣମାନଙ୍କ ହାତରେ ତିଆରି ହେବ।”
ସେମିକଣ୍ଡକ୍ଟର ଉତ୍ପାଦନରେ ଭାରତର ପ୍ରବେଶ ଦେଶର ଇଲେକ୍ଟ୍ରୋନିକ୍ସ ଓ ଟେକ୍ନୋଲୋଜି କ୍ଷେତ୍ରକୁ ଆହୁରି ମଜବୁତ କରିବା ସହିତ ଆଗାମୀ ଦିନରେ ଦେଶୀୟ ଉତ୍ପାଦନକୁ ନୂଆ ଗତି ଦେବ ବୋଲି ଆଶା କରାଯାଉଛି।

Related Topics
Explore more stories