Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Newborn Girl / ପଞ୍ଚମ ଝିଅ ହେଲା ବୋଲି ନବଜାତ ଶିଶୁକୁ ବିକ୍ର କରିଦେଲେ ବାପା-ମା'

Rashmita Mishra
Browse all articles by Rashmita Mishra
·4 months ago·2 min read
ପଞ୍ଚମ ଝିଅ ହେଲା ବୋଲି ନବଜାତ ଶିଶୁକୁ ବିକ୍ର କରିଦେଲେ ବାପା-ମା'
Newborn Girl

Key Points

ଝିଅ ହେଲା ବୋଲି ୨ ଲକ୍ଷ ଟଙ୍କାରେ ବିକି ଦେଲେ ।
ପଞ୍ଚମ ଝିଅ ହେଲା ବୋଲି ନବଜାତ ଶିଶୁକୁ ବିକ୍ର କରିଦେଲେ ବାପା-ମା' 

ଝିଅ ହେଲା ବୋଲି ୨ ଲକ୍ଷ ଟଙ୍କାରେ ବିକ୍ରି କରି ଦେଲେ ବାପ-ମା । ପଞ୍ଜାବର ଲୁଧିଆନାରେ ଏକ ନବଜାତ ଶିଶୁକନ୍ୟା ବିକ୍ରିର ଖରବ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସିଏମସି ଚୌକ ନିକଟରେ ସ୍ଥାନୀୟ ଲୋକଙ୍କ ଯୋଗୁଁ ଏହି ଘଟଣାର ପର୍ଦ୍ଦାଫାସ ହୋଇଛି, ଯାହା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଠ ଜଣଙ୍କୁ ଗିରଫ କରିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଜଣେ ମହିଳା ଏକ ନବଜାତ ଶିଶୁକନ୍ୟାକୁ ଧରି CMC ଛକରେ ବୁଲୁଥିବାର ଦେଖାଯାଇଥିଲା। ଶିଶୁଟି ଲଗାତାର କାନ୍ଦୁଥିଲା, ଯାହା ଦେଖୁଥିବା ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଯେତେବେଳେ ମହିଳାଙ୍କୁ ପଚରା ଉଚରା କରାଯାଇଥିଲା, ସେ ଶିଶୁଟିକୁ ୨ ଲକ୍ଷ ୧୦ ହଜାରରେ କିଣିଥିବା ସ୍ୱୀକାର କରିଥିଲେ।

ସୂଚନା ଅନୁଯାୟୀ, ମହିଳା ଜଣକ ମୋଗା ଜିଲ୍ଲାରୁ ଲୁଧିଆନା ଆସିଥିଲେ । ସୂଚନା ପାଇବା ପରେ, ଡିଭିଜନ ନମ୍ବର ୩ ପୋଲିସ ଷ୍ଟେସନର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ASI ଗୁରମେଲ ସିଂହଙ୍କ ଅନୁଯାୟୀ, ବାବା ଥାନ ସିଂହ ଚୌକ ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଫେବୃଆରୀ ୧୪ ତାରିଖରେ ସୁନିତା ନାମକ ଜଣେ ମହିଳା ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ସୁନିତାଙ୍କର ପୂର୍ବରୁ ଚାରିଟି ଝିଅ ଥିଲେ । ଅଭିଯୋଗ ହୋଇଛି ଯେ ପରିବାର ପଞ୍ଚମ ଝିଅ ଜନ୍ମ ହେବାରେ ନିରାଶ ହୋଇ ଅନ୍ୟ କାହାକୁ ଶିଶୁକନ୍ୟାକୁ ବିକି ଦେବାକୁ ନିଷ୍ପତ୍ତି ନେଇଥିଲେ ।

ପୋଲିସ ତଦନ୍ତରୁ ଜଣାପଡିଛି ଯେ ସୁନିତା ହସ୍ପିଟାଲର ଜଣେ ନର୍ସଙ୍କ ସହ ଯୋଗାଯୋଗ କରିଥିଲେ, ଯାହା ପରେ ଅନ୍ୟ ଜଣକୁ ନେଇ ଚୁକ୍ତି ହୋଇଥିଲା । ମୋଗାର ନାଙ୍ଗଲ ଗାଁର ବାସିନ୍ଦା ମନଦୀପ କୌରଙ୍କ ସହିତ ଶିଶୁଟିକୁ ୨ ଲକ୍ଷ ୧୦ ହଜାରରେ ଦେବା ପାଇଁ ଚୁକ୍ତି ହୋଇଥିଲା । ଏହି ମାମଲାରେ ଝିଅର ମାଆ ସୁନିତା ଦେବୀ, ନର୍ସ ପରବୀନ, BAMS ଡାକ୍ତର ମନମୀତ କୌର, କେୟାରଟେକର ରୁଚି, କ୍ରେତା ମନଦୀପ କୌର, ନର୍ସ ଆଶା, ଆଶା କର୍ମୀ ପମ୍ମା ଏବଂ ନର୍ସ ଗୁରମୀତ କୌରଙ୍କ ସମେତ ମୋଟ ଆଠ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

ପୋଲିସ କହିଛି ଯେ ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଚାଲିଛି । ଶିଶୁ ଚାଲାଣ ସମେତ ଆଇପିସିର ବିଭିନ୍ନ ଧାରା ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଅଧିକାରୀମାନେ କହିଛନ୍ତି ଯେ ସମ୍ପୂର୍ଣ୍ଣ ଘଟଣାର ବିସ୍ତୃତ ଖୁବ୍ ଶୀଘ୍ର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Newborn Girl | Parents Sell Newborn Girl After Fifth Daughter Is Born | Argus News