'ପରୀକ୍ଷା ପେ ଚର୍ଚ୍ଚା.: କିପରି ପିଲାମାନେ ଚାପ ମୁକ୍ତ ହେବେ ସେନେଇ ଟିପ୍ସ ଦେଲେ ମୋଦି

ନୂଆଦିଲ୍ଲୀ: ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର ସପ୍ତମ ସଂସ୍କରଣ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହ ଆଲୋଚନା କରିଛନ୍ତି । କିପରି ପିଲାମାନେ ଚାପ ମୁକ୍ତ ହେବେ ସେନେଇ ଦେଇଛନ୍ତି ଟିପ୍ସ । ଦେଶର ବିଭିନ୍ନ ସ୍ଥାନରୁ ଛାତ୍ରଛାତ୍ରୀମାନେ ପିଏମ୍ଙ୍କୁ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ରଖିଥିଲେ ପ୍ରଧାନମନ୍ତ୍ରୀ । କିପରି ପରୀକ୍ଷା ସମୟରେ ଚାପ ମୁକ୍ତ ରହିବା, କିପରି ସମସ୍ତ ଜିନିଷକୁ ହ୍ୟାଣ୍ଡେଲ କରିବା ସନେଇ ପିଲାଙ୍କୁ ଦେଇଛନ୍ତି ଟିପ୍ସ । କଠିନ ପରିସ୍ଥିତିରେ କିପରି ସମସ୍ତେ ଧର୍ଯ୍ୟ ରଖିବେ ସେନେଇ ପିଲାଙ୍କ ସହ ଆଲୋଚନା କରିଛନ୍ତି ମୋଦି । ଏହାପୂର୍ବରୁ ପିଲାମାନଙ୍କ ଦ୍ବାରା ପ୍ରସ୍ତୁତ ବିଭିନ୍ନ ପ୍ରୋଜେକ୍ଟ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ ।
ଏହାସହ ପିଲାମାନଙ୍କ ସହ ଆଲୋଚନା ବି କରିଥିଲେ । ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଆୟୋଜିତ ଏ କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଭାଗ ନେବାପାଇଁ ମାଇ ଗଭ୍ ପୋର୍ଟାଲ ମାଧ୍ୟମରେ ସାରା ଦେଶରୁ ରେକର୍ଡ ସଂଖ୍ୟକ 2 କୋଟି 26 ଲକ୍ଷ ଛାତ୍ରଛାତ୍ରୀ ପଞ୍ଜିକରଣ କରିଥିଲେ । ଗତ ମାସ ଡିସେମ୍ବର ୧୨ରୁ ଚଳିତ ବର୍ଷ ଜାନୁୟାରୀ ୧୨ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଶିକ୍ଷା ମନ୍ତ୍ରଣାଳୟ ଷଷ୍ଠରୁ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କଠାରୁ ମାଇଁ ଗଭ ପୋର୍ଟାଲରେ ଅନଲାଇନ୍ ଆବେଦନ ଆମନ୍ତ୍ରଣ କରିଥିଲା । ଏହା ଦେଶର ଶିକ୍ଷାର୍ଥୀଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ଉତ୍ସାହକୁ ଦର୍ଶାଇଛି । ପ୍ରତି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ 2 ଜଣ ଛାତ୍ର, ଜଣେ ଶିକ୍ଷକ ଓ ଜଣେ କଳା ଉତ୍ସବ ବିଜେତାଙ୍କୁ ମୁଖ୍ୟ କାର୍ଯ୍ୟକ୍ରମ ପାଇଁ ସ୍ବତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ ମିଳିଥିଲା । ଅଂଶଗ୍ରହଣକାରୀମାନଙ୍କୁ ଏକ ସ୍ବତନ୍ତ୍ର କିଟ୍ ଯୋଗାଇ ଦିଆଯାଇଛି । କିଟରେ ପ୍ରଧାନମନ୍ତ୍ରୀଙ୍କ ପୁସ୍ତକ - ପରୀକ୍ଷା ୱାରିୟର୍ସର ହିନ୍ଦୀ ଏବଂ ଇଂରାଜୀ ସଂସ୍କରଣ ସହିତ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।
ଅଧିକ ପଢନ୍ତୁ ଭାରତ ଖବର