Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ପ୍ୟାରିସ ଅଲିମ୍ପିକରେ ଚମକିଲେ ଲକ୍ଷ୍ୟ ସେନ 

Manini Pattanayak
Browse all articles by Manini Pattanayak
·1 year ago·1 min read
ପ୍ୟାରିସ ଅଲିମ୍ପିକରେ ଚମକିଲେ ଲକ୍ଷ୍ୟ ସେନ 

ନୂଆଦିଲ୍ଲୀ:  ପ୍ୟାରିସ ଅଲିମ୍ପିକରେ ଚମକିଲେ ଭାରତୀୟ ବ୍ୟାଡ଼ମିଣ୍ଟନ ଖେଳାଳି ଲକ୍ଷ୍ୟ ସେନ । ବ୍ୟାଡମିଣ୍ଟନ ପୁରୁଷ ମୁକାବିଲାରେ ଜୁଲିଅନ କରାଗୀଙ୍କୁ 21-19 ଓ 21-14ରେ ହରାଇଛନ୍ତି ଲକ୍ଷ୍ୟ ସେନ। ଗୃଫ ଏଲରେ ଶେଷ ମ୍ୟାଚ ଆସନ୍ତା 31 ତାରିଖରେ ହେବାକୁ ଥିବା ମ୍ୟାଚକୁ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେପଟେ ଗ୍ରୁପ ଷ୍ଟେଜ ହକି ମ୍ୟାଚରେ ଆର୍ଜେଣ୍ଟିନା-ଭାରତ  ମ୍ୟାଚ ଡ୍ର ହୋଇଛି । 
ହରମନପ୍ରୀତଙ୍କ ନେତୃତ୍ବରେ ମୈଦାନକୁ ଓହ୍ଲାଇଥିଲା ଟିମ୍ ଇଣ୍ଡିଆ ।

୨୦୨୪ ପ୍ୟାରିସ୍ ଅଲମ୍ପିକ୍ସରେ ହକିର ପୁଲ୍-‘ବି’ର ଦ୍ୱାଦଶ ମ୍ୟାଚ୍‌ରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର ରହିଛି। ପ୍ୟାରିସ୍ ଅଲିମ୍ପିକ୍ସରେ ଦ୍ୱିତୀୟ ମ୍ୟାଚ୍ ହାରୁ ହାରୁ ଭାରତୀୟ ହକି ଦଳ ରକ୍ଷା ପାଇଛି। ତୀରନ୍ଦାଜିରେ ଭାରତୀୟ ଅର୍ଜୁନ ବାବୁତାଙ୍କୁ ପଦକ ଆଶା ମଧ୍ୟ ପୂରଣ ହୋଇପାରିନାହିଁ । ...ଆଜି ଟେବୁଲ ଟେନିସ  ଓମେନ୍ସ ସିଙ୍ଗଲ ରାଉଣ୍ଡ ଥ୍ରୀରେ ଭାରତୀୟ ମୋନିକା ବାତ୍ରା ପଦକ ପାଇଁ ଲଢେଇ ହେବ । ରବିବାର 10 ମିଟର ଏୟାର ପିସ୍ତଲରେ ମନୁ ଭାକରଙ୍କ ବ୍ରୋଞ୍ଜ ପଦକ ସହ ଆରମ୍ଭ ହୋଇଛି ପଦକ ଅଭିଯାନ ।

ଅଧିକ ପଢନ୍ତୁ କ୍ରୀଡା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Paris Olympics 2024: Lakshya Sen beats Julien Carraggi in Group Stage encounter | Argus News