Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Budget Session / ଆଜିଠୁ ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ

Rashmita Mishra
Browse all articles by Rashmita Mishra
·5 months ago·2 min read
ଆଜିଠୁ ଆରମ୍ଭ ହେଲା ସଂସଦର ବଜେଟ ଅଧିବେଶନ
Budget Session

Key Points

ଆଜିଠୁ ଆରମ୍ଭ ହାଲା ସଂସଦର ବଜେଟ ଅଧିବେଶନ ।
ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବଜେଟ ଅଧିବେଶନ ।
ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ ।

ଆଜିଠୁ ଆରମ୍ଭ ହାଲା ସଂସଦର ବଜେଟ ଅଧିବେଶନ । ରାଷ୍ଟ୍ରପତିଙ୍କ ଅଭିଭାଷଣରୁ ଆରମ୍ଭ ହେଲା ବଜେଟ ଅଧିବେଶନ । ଉଭୟ ଗୃହକୁ ସମ୍ବୋଧନ କରିଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ଏଥର ସ୍ଵାସ୍ଥ୍ୟ ଭିତ୍ତିଭୂମି ବଢ଼ାଇବା ଉପରେ ରହିପାରେ ଫୋକସ୍ । ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ କାର୍ଯ୍ୟକାରୀ ନେଇ ହୋଇପାରେ ଘୋଷଣା । ନିଯୁକ୍ତି ଭିତ୍ତିକ ଶିକ୍ଷା ପାଇଁ ହୋଇପାରେ ଅଧିକ ବୟବରାଦ । AI, ରୋବୋଟିକ୍ସ ଓ ଡାଟା ସାଇନ୍ସ ଶିକ୍ଷା ଉପରେ ରହିପାରେ ଗୁରୁତ୍ବ । ସହଜ ଶିକ୍ଷା ଋଣ ଓ ନିଯୁକ୍ତି ପରେ ପରିଶୋଧ ବ୍ୟବସ୍ଥା ଅଣାଯିବା ସମ୍ଭାବନା ରହିଛି ।

ସେହିପରି ଆସନ୍ତାକାଲି ସଂସଦରେ ଉପସ୍ଥାପନା ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଫେବ୍ରୁଆରୀ ୧ ତାରିଖ (ରବିବାର)ରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୬-୨୭ ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ୍ ଉପସ୍ଥାପନ କରିବେ । ଏହା ସୀତାରମଣଙ୍କ ଲଗାତର ୯ମ ବଜେଟ୍ ହେବ । ବଜେଟ ଅଧିବେଶନ ୨ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେଶନ ଫେବ୍ରୁଆରୀ ୧୩ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ମାର୍ଚ୍ଚ ୯ରୁ ଏପ୍ରିଲ ୨ ପର୍ଯ୍ୟନ୍ତ ଚାଲିବ । ଲୋକସଭାରେ ୯ ବିଧେୟକ ଯଥା ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍‌-୨୦୨୫, ପ୍ରତିଭୂତି ଏବଂ ବଜାର ସଂହିତା ୨୦୨୫, ସମ୍ବିଧାନ (୧୨୯ତମ ସଂଶୋଧନ) ବିଲ୍‌ ଆଦି ପଡ଼ିରହିଛି । ଏହି ବିଧେୟକଗୁଡ଼ିକ ଉପରେ ସଂସଦୀୟ କମିଟି ଯାଞ୍ଚ କରୁଛି । ବଜେଟ ଅଧିବେଶନରେ ଏହି ବିଲ୍‌ଗୁଡ଼ିକ ଉପରେ ଚର୍ଚ୍ଚା ହୋଇପାରେ ।

ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ବସିଥିଲା । ସୁରୁଖୁରୁରେ ଗୃହକାର୍ଯ୍ୟ ପାଇଁ ବିରୋଧୀଙ୍କ ସହଯୋଗ ଲୋଡ଼ିଥିଲେ ସଂସଦୀୟ ମନ୍ତ୍ରୀ । ଅଧିବେଶନରେ ୟୁପିଏ ସରକାର ଅମଳର ମନ୍‌ରେଗା ଆଇନକୁ ଫେରାଇ ଆଣିବା, ଭୋଟର ତାଲିକାରେ ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ (ଏସ୍‌ଆଇଆର୍‌), ଭାରତର ବିଦେଶ ନୀତି, ୟୁଜିସି ଗାଇଡ୍‌ଲାଇନ ବିବାଦ ଆଦି ଉପରେ ବିସ୍ତୃତ ଭାବେ ଚର୍ଚ୍ଚା କରିବା ପାଇଁ ବିରୋଧୀ ଦଳଗୁଡ଼ିକ ବୈଠକରେ ଦାବି ଉପସ୍ଥାପନ କରିଥିଲେ ।

ତେବେ ଭିବି-ଜି ରାମ ଜି ଆଇନକୁ ବଦଳାଇ ପୁଣି ମନରେଗା କରାଯାଇପାରିବ ନାହିଁ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ସ୍ପଷ୍ଟ କରିଥିଲେ । ଥରେ ଦେଶରେ ଆଇନ ଲାଗୁ ହୋଇଗଲା ପରେ ତାହାକୁ ପାଳନ କରିବାକୁ ହୋଇଥାଏ । ଏହାକୁ ରିଭର୍ସ ଗିଅର ଲଗାଇ ଆଉ ପଛକୁ ଅଣାଯାଇପାରି ନାହିଁ ବୋଲି ରିଜିଜୁ କହିଥିଲେ । ଅନ୍ୟପକ୍ଷରେ ବିରୋଧୀ ଦଳଗୁଡିକ ୟୁରୋପୀୟ-ସଂଘ ଏବଂ ଭାରତ ମଧ୍ୟରେ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତି (ଏଫ୍‌ଟିଏ), ଓଡ଼ିଶାରେ ସଙ୍କଟରେ ଫସିଥିବା ଚାଷୀ ଏବଂ ବିଜେପି ଶାସିତ ରାଜ୍ୟରେ ବିଗୁଡ଼ୁଥିବା ଆଇନ ଶୃଙ୍ଖଳା ସ୍ଥିତି, ୧୬ ବର୍ଷରୁ କମ୍‌ ବୟସ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ ବ୍ୟାନ୍‌ ଲଗାଇବା ପାଇଁ ବିଲ୍‌ ଅଣାଯିବା ଆଦି ଉପରେ ମଧ୍ୟ ଚର୍ଚ୍ଚା ଦାବି କରିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Budget Session | Parliament Budget Session Begins Today in New Delhi | Argus News