Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ୱାକଫ୍ ବିଲ ଉପରେ ୮ ଘଣ୍ଟାର ହେବ ବିତର୍କ, ଆଲୋଚନା ପରେ ଲୋକସଭାରେ ହୋଇପାରେ ବିଲ ପାସ୍

Banajyotshna Ray
Browse all articles by Banajyotshna Ray
·1 year ago·2 min read
ୱାକଫ୍ ବିଲ ଉପରେ ୮ ଘଣ୍ଟାର ହେବ ବିତର୍କ, ଆଲୋଚନା ପରେ ଲୋକସଭାରେ ହୋଇପାରେ ବିଲ ପାସ୍

ଆଜି ଲୋକସଭାରେ ଉପସ୍ଥାପନ ହେବ ବହୁ ବିତର୍କିତ ୱାକଫ୍ ସଂଶୋଧନ ବିଧେୟକ । ମଧ୍ୟାହ୍ନ ୧୨ଟାରେ ବିଲ ଉପସ୍ଥାପନ କରିବେ କେନ୍ଦ୍ର ସରକାର । ବିଲ ଉପରେ ଆଲୋଚନା ପାଇଁ ୮ ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ବିଜନେସ ଆଡଭାଇଜରୀ କମିଟି ବୈଠକରେ ବିରୋଧୀଙ୍କ ପକ୍ଷରୁ ୧୨ ଘଣ୍ଟା ଚର୍ଚ୍ଚା ପାଇଁ ଦାବି କରାଯାଇଥିଲା। ଯଦି ଆବଶ୍ୟକ ପଡ଼େ ଆଲୋଚନା ସମୟ ବଢିପାରେ ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଆଜି ହିଁ ଲୋକସଭାରେ ବିଲ୍ ପାସ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ମୋଦି ସରକାର। ଏହାପରେ ବିଲକୁ ରାଜ୍ୟସଭାରେ ବି ଉପସ୍ଥାପନ କରାଯିବ। ଏପ୍ରିଲ ୪ରେ ସଂସଦର କାର୍ଯ୍ୟକାଳ ଶେଷ ହେଉଥିବାରୁ, ଏହା ପୂର୍ବରୁ ବିଲକୁ ଉଭୟ ସଦନରେ ପାସ କରାଇବାକୁ ଚାହୁଁଛନ୍ତି କେନ୍ଦ୍ର ସରକାର ।


୧୯୫୪ ମସିହାରେ ତତକାଳୀନ ଜବାହାରଲାଲ ନେହେରୁ ସରକାର ଓ୍ବାକଫ୍ ଆଇନ୍ ଆଣିଥିଲେ । ୧୯୯୫ ମସିହାରେ ଏଥିରେ ସଂଶୋଧନ ଅଣାଯାଇ ସବୁ ରାଜ୍ୟରେ ଓ୍ବାକଫ୍ ବୋର୍ଡ ଗଠନ କରାଯାଇଥିଲା । ଅନେକ ସମ୍ପତ୍ତିକୁ ବିନା ଅନୁମତିରେ ଜବରଦଖଲ କରିବା ନେଇ ଅଭିଯୋଗ ପରେ ଏହାର କାର୍ଯ୍ୟପ୍ରଣାଳୀକୁ ନେଇ ସୃଷ୍ଟି ହୋଇଥିଲା ବଡ଼ ପ୍ରଶ୍ନ । ତେଣୁ ୮ ଅଗଷ୍ଟ ୨୦୨୪ରେ ଲୋକସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ୱାକଫ୍ ବୋର୍ଡ଼ ସଂଶୋଧନ ବିଧେୟକ ଉପସ୍ଥାପନ କରି ଏହାକୁ ଜେପିସିକୁ ପଠାଇବାକୁ ପ୍ରସ୍ତାବ ଦେଇଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସୂତ୍ର ଅନୁସାରେ ସଂଶୋଧିତ ବିଲ୍ ଉପରେ ଗୃହରେ ଆଠ ଘଣ୍ଟାର ପ୍ରସ୍ତାବିତ ଚର୍ଚ୍ଚା ପରେ ସଂଖ୍ୟାଲଘୁ ମନ୍ତ୍ରୀ କିରେନ ରିଜିଜୁ ଉତ୍ତର ରଖିବେ । ଏହି ବିଧେୟକକୁ ପାରିତ କରିବା ପାଇଁ ଗୃହର ମଞ୍ଜୁରି ନେବେ । ସୂତ୍ର ଅନୁସାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟ ମନ୍ତ୍ରଣା ସମିତିର ବୈଠକରେ ଏହି ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି । ଗତ ବର୍ଷ ବିଧେୟକ ଉପସ୍ଥାପନ କରି ସରକାର ଏହାକୁ ଉଭୟ ଗୃହର ସଂଯୁକ୍ତ ସମିତି (JPC)କୁ ପଠାଇବା ପାଇଁ ପ୍ରସ୍ତାବ ଦେଇଥିଲେ । ସମିତି ଦ୍ୱାରା ରିପୋର୍ଟ ପ୍ରସ୍ତୁତ କରାଯିବା ପରେ, ସେମାନଙ୍କ ସୁପାରିଶ ଆଧାରରେ କେନ୍ଦ୍ରୀୟ ମନ୍ତ୍ରିମଣ୍ଡଳ ମୂଳ ବିଧେୟକରେ କିଛି ପରିବର୍ତ୍ତନକୁ ମଞ୍ଜୁରି ଦେଇଥିଲା ।

Sponsored
parliament-budget-session-waqf-bill-to-be-tabled-on-wednesday-discussion-to-last-for-8-hours | Argus News