Videos
|
National

ସଂସଦ ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି

Rashmita Mishra
Browse all articles by Rashmita Mishra
·1 year ago
ସଂସଦ ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି

Key Points

ସଂସଦ ମୌସୁମୀ ଅଧିବେଶନ ପ୍ରସ୍ତୁତି

ଆସନ୍ତା ୨୧ ତାରିଖରୁ ଆରମ୍ଭ ହେବ ମୌସୁମୀ ଅଧିବେଶନ

ସଂସଦ ମୌସୁମୀ ଅଧିବେଶନ ପ୍ରସ୍ତୁତି । ଆସନ୍ତା ୨୧ ତାରିଖରୁ ଆରମ୍ଭ ହେଉଥିବା ଅଧିବେଶନରେ ସରକାର ୮ଟି ଗୁରୁତ୍ବପୂର୍ଣ୍ଣ ବିଲ ଆଗତ କରିବା ସମ୍ଭାବନା ରହିଛି । ମଣିପୁର GST ଶଂଶୋଧନ ବିଧେୟକ, ଜନ ବିଶ୍ବାସ ବିଧେୟକ, ଭାରତୀୟ ପ୍ରବନ୍ଧନ ସଂସ୍ଥାନ ବିଧେୟକ, ଟ୍ୟାକ୍ସେସନ ଲ ସଂଶୋଧନ ବିଧେୟକ, ମାଇନ୍ସ ଆଣ୍ଡ ମିନେରାଲ୍ସ ବିଧେୟକ, IIM ସଂଶୋଧନ ବିଧେୟକ, ରାଷ୍ଟ୍ରୀୟ ଖେଳ ପ୍ରଶାସନ ବିଧେୟକ, ରାଷ୍ଟ୍ରୀୟ ଆଣ୍ଟି ଡୋପିଂ ବିଧେୟକ ଆଗତ କରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର ।


ଏହାସହିତ ଆୟକର ବିଧେୟକ-୨୦୨୫, ଭାରତୀୟ ବନ୍ଦରଗାହ ବିଧେୟକ-୨୦୨୫, ମର୍ଚ୍ଚାଣ୍ଟ ସିପିଂ ବିଧେୟକ-୨୦୨୪, ଗୋଆ ଜନଜାତୀୟ ପ୍ରତିନିଧିତ୍ବ ପୁନର୍ଗଠନ ବିଧେୟକ -୨୦୨୪ ବିଲକୁ ଲୋକସଭାରେ ଉପସ୍ଥାପନ କରିପାରନ୍ତି ସରକାର । ସେପଟେ ବିରୋଧୀ ଦଳ ପକ୍ଷରୁ ସଂସଦ ଅଧିବେଶନକୁ ନେଇ ରଣନୀତି ପ୍ରସ୍ତୁତି ଜାରି ରହିଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: