ସଂସଦରେ ସୁରକ୍ଷା ଭଙ୍ଗ ମାମଲା, କର୍ଣ୍ଣାଟକର ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ପୁଅ ଅଟକ
·2 years ago

ଅର୍ଗସ ବ୍ୟୁରୋ: ସଂସଦରେ ସୁରକ୍ଷା ଭଙ୍ଗ ମାମଲା । ବେଙ୍ଗାଲୁରୁର ଜଣେ ଇଂଜିନିୟରଙ୍କୁ ଅଟକ ରଖିଛି ପୋଲିସ । କର୍ଣ୍ଣାଟକର ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀଙ୍କ ଇଂଜିନିୟର ପୁଅ ଅଟକ ରହିଛନ୍ତି । ଅଟକ ଯୁବକ ସଂସଦ ଭବନରେ ପ୍ରବେଶ କରିଥିବା ମନୋରଂଜନର ବନ୍ଧୁ ବୋଲି ଜଣାପଡ଼ିଛି । ଅଟକ ଇଂଜିନିୟର ଯୁବକଙ୍କୁ ଜେରା ପାଇଁ ଦିଲ୍ଲୀ ଆଣୁଛି ପୋଲିସ । ସଂସଦ ସୁରକ୍ଷା ଭଙ୍ଗ ମାମଲାରେ 6 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସାଗର ଶର୍ମା, ମନୋରଞ୍ଜନ ଡି, ନିଲମ ଆଜାଦ, ଅମୋଲ ସିନ୍ଦେ, ଲଳିତ ଝା, ଭିକ୍କି, ମହେଶ ଓ କୈଳାସ, ଏମାନେ ସଂସଦର ସୁରକ୍ଷା ଭଙ୍ଗ କରି ସଂସଦକୁ ଗ୍ୟାସ କାଣ୍ଡ ଭିଆଇଥିଲେ । ଏସବୁ ଅଭିଯୁକ୍ତ ପୋଲିସ କବଜାରେ। ଏମାନଙ୍କୁ ପଚରାଉଚୁରା ଚାଲିଛି।
ଅଧିକ ପଢ଼ନ୍ତୁ ଦେଶ ଖବର:
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: