Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଅପରେସନ୍‌ ସିନ୍ଦୂର ଡିବେଟ୍‌ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·1 min read
 ଅପରେସନ୍‌ ସିନ୍ଦୂର ଡିବେଟ୍‌ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Key Points

ବିରୋଧୀଙ୍କ ହଙ୍ଗାମା ଯୋଗୁ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ତିନି ଦିନରେ ପ୍ରଭାବିତ ହୋଇଛି ଗୃହକାର୍ଯ୍ୟ ।

ପ୍ରଧାନମନ୍ତ୍ରୀ ମୋଦି ୪ ଦିନିଆ ବିଦେଶ ଗସ୍ତ କରିଛନ୍ତି ।

ଅପରେସନ୍‌ ସିନ୍ଦୂର ଉପରେ ସଂସଦରେ ହେବ ୧୬ ଘଣ୍ଟାର ଡିବେଟ୍‌ । ଆଜି ରାଜ୍ୟସଭା ବିଜନେସ୍‌ ଆଡଭାଇଜରୀ କମିଟି ବୈଠକରେ ନିଆଯାଇଛି ବଡ଼ ନିଷ୍ପତ୍ତି । ଆସନ୍ତା ସୋମବାର ସଂସଦରେ ଅପରେସନ୍‌ ସିନ୍ଦୂରକୁ ନେଇ ହେବ ବିତର୍କ । ଉଭୟ ସଦନରେ ଅଚଳାବସ୍ଥା ମଧ୍ୟରେ ଅପରେସନ ସିନ୍ଦୂର ଉପରେ ଆଲୋଚନା ପାଇଁ ତାରିଖ ଏବଂ ସମୟ ସ୍ଥିର କରାଯାଇଛି।

୨୮ ଜୁଲାଇରେ ଲୋକସଭାରେ ୧୬ ଘଣ୍ଟା ଓ ୨୯ ଜୁଲାଇରେ ରାଜ୍ୟସଭାରେ ୧୬ ଘଣ୍ଟା ଅପରେସନ ସିନ୍ଦୂର ଉପରେ ହେବ ମହାବିତର୍କ । ବିରୋଧୀ ଦଳ ଗୁଡ଼ିକ ଅପରେସନ ସିନ୍ଦୁରକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କଠାରୁ ଉତ୍ତର ଦାବି କରିଥିବାରୁ ଆସନ୍ତା ସପ୍ତାହକୁ ତାରିଖ ଧାର୍ଯ୍ୟ କରିଛି ବିଜନେସ୍‌ ଆଡଭାଇଜରୀ କମିଟି । ପ୍ରଧାନମନ୍ତ୍ରୀ ମୋଦି ଆଜିଠାରୁ ୪ ଦିନିଆ ବିଦେଶ ଗସ୍ତ କରିଛନ୍ତି ।

ଅପରେସନ ସିନ୍ଦୂର ଉପରେ ଆଲୋଚନା ପାଇଁ ସରକାର କରିଛନ୍ତି ସ୍ୱତନ୍ତ୍ର ପ୍ରସ୍ତୁତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସିଡିଏସ ଅନିଲ ଚୌହାନ, ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଏବଂ ତିନି ସେନାର ମୁଖ୍ୟଙ୍କ ସହ ବୈଠକ କରିଛନ୍ତି। ବିରୋଧୀଙ୍କ ହଙ୍ଗାମା ଯୋଗୁ ସଂସଦର ମୌସୁମୀ ଅଧିବେଶନର ପ୍ରଥମ ତିନି ଦିନରେ ପ୍ରଭାବିତ ହୋଇଛି ଗୃହକାର୍ଯ୍ୟ । ଅପରେସନ ସିନ୍ଦୂର ସହ ବିହାରରେ ଭୋଟର ତାଲିକା ସଂଶୋଧନ ଏବଂ ଯାଞ୍ଚକୁ ନେଇ ବିରୋଧୀ କରିଛନ୍ତି ହଟଗୋଳ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored