ସଂସଦରେ ବିରୋଧୀଙ୍କ ହଟ୍ଟଗୋଳ: ବାଚସ୍ପତି ପଚାରିଲେ- 'ଜନତା କ'ଣ ଟେବୁଲ୍ ଭାଙ୍ଗିବାକୁ ପଠାଇଛନ୍ତି ?'

Key Points
ବଜେଟ୍ ଅଧିବେଶନ ତୃତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ
ମହାକୁମ୍ଭ ଦଳାଚକଟାକୁ ନେଇ ବିରୋଧୀ ସାଂସଦ ହଙ୍ଗାମା
ଅର୍ଗସ ବ୍ୟୁରୋ: ସଂସଦ ବଜେଟ୍ ଅଧିବେଶନର ତୃତୀୟ ଦିନ ଆରମ୍ଭରୁ ହଟ୍ଟଗୋଳ ଦେଖିବାକୁ ମିଳିଛି । ମହାକୁମ୍ଭ ଦଳାଚକଟା ମୃତ୍ୟୁକୁ ନେଇ ବିରୋଧୀ ସାଂସଦ ହଙ୍ଗାମା କରିଥିବା ବେଳେ ବାଚସ୍ପତି ଓମ୍ ବିରଲା ସାଂସଦଙ୍କୁ ପ୍ରଶ୍ନ କରିଛନ୍ତି । ପଚାରିଛନ୍ତି, 'ଜନତା ଆପଣଙ୍କୁ ଟେବୁଲ୍ ଭାଙ୍ଗିବାକୁ ସଂସଦ ପଠାଇଛନ୍ତି କି ?'
ବିରୋଧୀ ସାଂସଦଙ୍କ ହଙ୍ଗାମା ବେଳେ ବାଚସ୍ପତି କହିଛନ୍ତି, 'ଦେଶର ଜନତା ଯଦି ଆପଣଙ୍କୁ ନାରାବାଜି କରିବାକୁ ଓ ପ୍ରଶ୍ନକାଳ ସ୍ଥଗିତ କରିବାକୁ ପଠାଇଛନ୍ତି ତ ଏହି କାମ କରନ୍ତୁ । ଗୃହ ଚଳାଇବାକୁ ଚାହୁଁଥିଲେ ଆପଣଙ୍କ ସିଟ୍ରେ ବସନ୍ତୁ ।'
📱 Get Argus News App
✨ରାଷ୍ଟ୍ରପତିଙ୍କ ଅଭିଭାଷଣ ଆଲୋଚନା ବେଳେ ସମସ୍ତ ପ୍ରସଙ୍ଗକୁ ଉଠାଇ ପାରିବେ । ସମସ୍ତଙ୍କୁ ପର୍ଯ୍ୟାପ୍ତ ସମୟ ମିଳିବ ବୋଲି ବାଚସ୍ପତି ଓମ୍ ବିର୍ଲା କହିଛନ୍ତି । ପ୍ରଶ୍ନକାଳ ସରିବା ପରେ ଆପଣ ପ୍ରସଙ୍ଗ ଉଠାନ୍ତୁ । ପ୍ରଶ୍ନକାଳ କେବେ ବି ସ୍ଥଗିତ କରିବାକୁ ଚେଷ୍ଟା କରନ୍ତୁ ନାହିଁ । ଜାଣିଶୁଣି ପ୍ରଶ୍ନକାଳ ସ୍ଥଗିତ କରନ୍ତୁ ନାହିଁ, ଟେବୁଲ୍ ବାଡ଼େଇବାକୁ ଆସିଥିଲେ ମୁଁ ଆଉ କିଛି କହିବି ନାହିଁ କହିଛନ୍ତି ବାଚସ୍ପତି ।
ବିରୋଧୀଙ୍କ ହଙ୍ଗାମା ଭିତରେ ସଂସଦ ଚାଲିଛି । ଆଲୋଚନା ବେଳେ ବିରୋଧୀଙ୍କ ହଙ୍ଗାମାକୁ ନେଇ ସଂସଦୀୟ ମନ୍ତ୍ରୀ କିରେଣ ରିଜ୍ଜୁ କହିଛନ୍ତି- ଏମାନେ ସରକାରଙ୍କୁ ପ୍ରଶ୍ନ କରିବାକୁ ଚାହୁଁ ନାହାନ୍ତି, ଜନତା ସେମାନଙ୍କୁ ପ୍ରଶ୍ନ କରିବେ ।