Winter Session / ଆଜିଠୁ ସଂସଦ ଶୀତ ଅଧିବେଶନ: ୧୦ଟି ବିଲ୍ ହୋଇପାରେ ଆଗତ

Key Points
ଆଜିଠୁ ସଂସଦ ଶୀତ ଅଧିବେଶନ ।
ଚଳିତ ଶୀତ ଅଧିବେଶନରେ ହେବ ୧୫ଟି ବୈଠକ ।
ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ ।
୧୦ଟି ବିଲ ଆଗତ କରିବାକୁ ଯୋଜନା ରଖିଛନ୍ତି କେନ୍ଦ୍ର ସରକାର ।
SIR ପ୍ରସଙ୍ଗରେ ସରକାରଙ୍କୁ ଘେରି ପାରନ୍ତି ବିରୋଧୀ ।
ଆଜିଠୁ ସଂସଦର ଶୀତ ଅଧିବେଶନ । ଚଳିତ ଅଧିବେଶନରେ ୧୫ଟି ବୈଠକ ହେବ । ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଅଧିବେଶନ । ସଂସଦର ଶୀତକାଳୀନ ଅଧିବେଶନରେ କେନ୍ଦ୍ର ସରକାର ୧୦ଟି ବିଲ ଆଗତ କରିବାକୁ ଯୋଜନା ରଖିଛନ୍ତି । ପରମାଣୁ ଶକ୍ତି ବିଲ୍, ୨୦୨୫ ସହିତ ନଅଟି ନୂତନ ବିଲ୍ ଆଗତ ହୋଇପାରେ ।
ଏଥିରେ ଭାରତୀୟ ଉଚ୍ଚଶିକ୍ଷା ଆୟୋଗ, ଜାତୀୟ ରାଜପଥ, କର୍ପୋରେଟ୍ ଆଇନ ସଂଶୋଧନ, ସିକ୍ୟୁରିଟିଜ୍ ମାର୍କେଟ୍ କୋଡ୍, ୨୦୨୫ ଏବଂ ମଧ୍ୟସ୍ଥତା ଆଇନରେ ପରିବର୍ତ୍ତନ ଅନ୍ତର୍ଭୁକ୍ତ । ଅନ୍ୟପଟେ ବିରୋଧୀ SIR ପ୍ରସଙ୍ଗରେ ସରକାରଙ୍କୁ ଘେରି ପାରନ୍ତି । ଜାତୀୟ ରାଜଧାନୀରେ ବାୟୁ ପ୍ରଦୂଷଣକୁ ମୁଦା କରିପାରନ୍ତି ବରୋଧୀ । କଂଗ୍ରେସ ନେତା ପ୍ରମୋଦ ତିୱାରୀ କହିଛନ୍ତି ଅଧିବେଶନରେ ଭୋଟ ଚୋରି ପ୍ରସଙ୍ଗ ଉଠାଇବେ ।
ସଂସଦର ଶୀତ ଅଧିବେଶନ ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ରବିବାର ଏକ ସର୍ବଦଳୀୟ ବୈଠକ ଡକାଯାଇଥିଲା । ବୈଠକରେ ସରକାର ଗୃହକାର୍ଯ୍ୟ ସୁରୁଖୁରୁରେ ଚଳାଇବା ଲାଗି ବିରୋଧୀ ଦଳମାନଙ୍କ ସହଯୋଗ ଲୋଡିଥିଲେ । ଅନ୍ୟପକ୍ଷରେ ଦେଶବ୍ୟାପୀ ଚାଲିଥିବା ଭୋଟର ତାଲିକାର ସ୍ୱତନ୍ତ୍ର ବ୍ୟାପକ ସଂଶୋଧନ ବା ଏସ୍ଆଇଆର ଏବଂ ଦିଲ୍ଲୀ ବିସ୍ଫୋରଣ ଘଟଣାକୁ ନେଇ ଜାତୀୟ ସୁରକ୍ଷା ପ୍ରସଙ୍ଗ ଉପରେ ସଂସଦରେ ଆଲୋଚନା କରିବାକୁ ବିରୋଧୀ ଦଳର ନେତାମାନେ ଦାବି କରିଥିଲେ । ଏପରିକି ଏସବୁ ପ୍ରସଙ୍ଗ ଉପରେ ଯଦି ଆଲୋଚନା ନହୁଏ ତେବେ ଗୃହ ସ୍ୱାଭାବିକ ଭାବେ ଚାଲିବା ସମ୍ଭବ ହେବନାହିଁ ବୋଲି ସେମାନେ ସତର୍କ ମଧ୍ୟ କରାଇଦେଇଛନ୍ତି ।
ଏହା ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ବିଭିନ୍ନ ରାଜନୈତିକ ଦଳର ଉଭୟ ଗୃହର ନେତାମାନଙ୍କ ସହ ପୃଥକ ଭାବେ ଆଲୋଚନା କରିଥିଲେ । ସନ୍ଧ୍ୟାରେ ରାଜ୍ୟସଭା ବିଜିନେସ ଆଡଭାଇଜରି କମିଟି (ବିଏସି) ର ବୈଠକ ମଧ୍ୟ ହୋଇଥିଲା । ତେବେ ବୈଠକରେ ବିରୋଧୀମାନେ ଉଠାଇଥିବା ଏସ୍ଆଇଆର ଦାବି ଉପରେ କିଛି ସ୍ପଷ୍ଟ ନିଷ୍ପତ୍ତି ନିଆଯାଇନାହିଁ । ସର୍ବଦଳୀୟ ବୈଠକ ପୂର୍ବରୁ ରିଜିଜୁ କହିଥିଲେ ଏସ୍ଆଇଆର ଉପରେ ଆଲୋଚନା ହେବ କି ନାହିଁ ତାହା ବିଏସିରେ ସ୍ଥିର କରାଯିବ । ସଂସଦୀୟ ଆଲୋଚନା ଗଠନମୂଳକ ତଥା ହଟ୍ଟଗୋଳ ଶୂନ୍ୟ ହେବା ଉଚିତ । ଯେହେତୁ ଏହା ଶୀତ ଅଧିବେଶନ ତେଣୁ ସବୁ ନେତା ଥଣ୍ଡାମନରେ ବସିବା ସହ ବାକ୍ବିତଣ୍ଡା ଏଡାଇବା ଆବଶ୍ୟକ । ଆଲୋଚନା ହେଉଛି ସଂସଦର ଏକ ଅଂଶ । ତେଣୁ ବିନା ବାଧାରେ ଏହା ହେବ ବୋଲି ସେ ଆଶା ପ୍ରକାଶ କରିଥିବା କହିଥିଲେ ।
ସରକାରଙ୍କ ପକ୍ଷରୁ ବରିଷ୍ଠ ମନ୍ତ୍ରୀ ରାଜନାଥ ସିଂହ, କିରେନ ରିଜିଜୁ, ଜେ.ପି ନଡ୍ଡା ଓ ଅର୍ଜୁନ ରାମ ମେଘୱାଲ ସର୍ବଦଳୀୟ ବୈଠକରେ ଯୋଗଦେଇଥିଲା ବେଳେ ବିରୋଧୀ ଦଳ ପକ୍ଷରୁ କଂଗ୍ରେସର ଜୟରାମ ରମେଶ, ଗୌରବ ଗୋଗୋଇ ଓ ପ୍ରମୋଦ ତିୱାରୀ, ଆରଜେଡିର ମନୋଜ ଝା, ଡିଏମ୍କେର ଟିଆର ବାଲୁ, ଟିଏମ୍ସିର ଡେରେକ ଓ’ବ୍ରାଏନ ଓ କଲ୍ୟାଣ ବାନାର୍ଜୀ ଏବଂ ଆଇୟୁଏମ୍ଏଲ ଇଟି ମହମ୍ମଦ ବସିର ପ୍ରମୁଖ ଉପସ୍ଥିତ ଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories