Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ

National

ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜିଠୁ ସଂସଦରେ ଶୀତକାଳୀନ ଅଧିବେଶନ

ଅର୍ଗସ ବ୍ୟୁରୋ:  ପ୍ରସ୍ତୁତ ସରକାର...ପ୍ରସ୍ତୁତ ବିରୋଧୀ । ଆଜିଠୁ ସଂସଦରେ ସରଗରମ ହେବ ଚର୍ଚ୍ଚା । ଶୀତକାଳୀନ ଅଧିବେଶନରେ ମୋଟ ୧୬ଟି ବିଲ୍‌ ଉପସ୍ଥାପନ ପାଇଁ ଲକ୍ଷ୍ୟ ରଖିଛନ୍ତି ସରକାର । ଏହାମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ଓ୍ବାକଫ -ସଂଶୋଧନ ବିଲ୍, ୱାନ ନେସନ ୱାନ ଇଲେକସନ ବିଲ ସହ ପଞ୍ଜାବ କୋର୍ଟ ବିଲ୍ , କୋଷ୍ଟାଲ ଓ ମର୍ଚ୍ଚାଣ୍ଟ ସିପିଂ ବିଲ୍, ଇଣ୍ଡିଆନ ପୋର୍ଟ୍ସ ବିଲ୍, ଭାରତୀୟ ବାୟୁଯାନ ବିଧେୟକ ରହିଛି । ଓ୍ବାକଫ ବିଲକୁ ବିଭିନ୍ନ ଦଳ ବିରୋଧ କରୁଥିବାରୁ ଏହାକୁ ନେଇ ଗୃହରେ ତାତି ଭରିବା ସମ୍ଭାବନା ରହିଛି ।

ସର୍ବଦଳୀୟ ବୈଠକରେ ମଣିପୁର, ଉତ୍ତର ଭାରତରେ ପ୍ରଦୂଷଣ ଓ ଟ୍ରେନ ଦୁର୍ଘଟଣା ପ୍ରସଙ୍ଗରେ ସ୍ବତନ୍ତ୍ର ଆଲୋଚନା ଦାବି କରିଛନ୍ତି ବିରୋଧୀ ।  ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଶୀତ ଅଧିବେଶନରେ ମୋଟ 19ଟି କାର୍ଯ୍ୟଦିବସ ରହିଛି। ସର୍ବସମ୍ମତି କ୍ରମେ ସଂସଦର ମିଳିତ ଅଧିବେଶନ ସମ୍ବିଧାନ ଗୃହର କେନ୍ଦ୍ରୀୟ ହଲରେ ହେବ । ଗୃହକାର୍ଯ୍ୟ ସୁରୁଖୁରୁରେ ସମ୍ପାଦନ ପାଇଁ ଉଭୟ ଶାସକ ଓ ବିରୋଧୀଙ୍କ ସହଯୋଗ ଲୋଡ଼ିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Parliament winter session begins today | Argus News