Videos
|
National

ଅବୈଧ ସମ୍ପର୍କକୁ ଅପରାଧ ଘୋଷଣା କରିବାକୁ ସଂସଦୀୟ କମିଟିର ପ୍ରସ୍ତାବ 

Smruti Parija
Browse all articles by Smruti Parija
·2 years ago·1 min read
ଅବୈଧ ସମ୍ପର୍କକୁ ଅପରାଧ ଘୋଷଣା କରିବାକୁ ସଂସଦୀୟ କମିଟିର ପ୍ରସ୍ତାବ 

ଅର୍ଗସ ବ୍ୟୁରୋ:  ଲିଭ-ଇନ ରିଲେସନସିପ୍ ଏବଂ ଅବୈଧ ସମ୍ପର୍କକୁ ଅପରାଧ ଘୋଷଣା କରିବାକୁ ପ୍ରସ୍ତାବ । ଭାରତୀୟ ନ୍ୟାୟ ସଂହିତା ଆଧାରରେ ଅବୈଧ ସମ୍ପର୍କକୁ ଅପରାଧ ପର୍ଯ୍ୟାୟଭୁକ୍ତ କରିବାକୁ କେନ୍ଦ୍ର ସରକାରଙ୍କୁ ସଂସଦୀୟ କମିଟି ସୁପାରିସ କରିଛି । ଯଦି କେନ୍ଦ୍ର ସରକାର ପ୍ରସ୍ତାବକୁ ଗ୍ରହଣ କରନ୍ତି ତେବେ ଏହା ସୁପ୍ରିମକୋର୍ଟ ନିର୍ଦ୍ଦେଶର ଉଲ୍ଲଂଘନ ହେବ । କାରଣ ପୂର୍ବରୁ 2018ରେ ଅବୈଧ ସମ୍ପର୍କ ଉପରେ ରାୟ ଶୁଣାଇଥିଲେ । 

ଲିଭ-ଇନ ରିଲେସନସିପକୁ ବିବାହ ମାନ୍ୟତା ମିଳିନଥିଲେ ବି ଏହାକୁ ବ୍ୟକ୍ତିଗତ ନିଷ୍ପତ୍ତି କହିଥିଲେ ସୁପ୍ରିମକୋର୍ଟ । 2018ରେ ସୁପ୍ରିମକୋର୍ଟଙ୍କ ରାୟ ପୂର୍ବରୁ କୌଣସି ପୁରୁଷ, ବିବାହିତା ମହିଳାଙ୍କ ସହ ସମ୍ପର୍କ ରଖିଲେ ଏହାକୁ ଅପରାଧ ଭାବେ ଗ୍ରହଣ କରାଯିବା ସହ ଅଭିଯୁକ୍ତଙ୍କୁ 5 ବର୍ଷ ଜେଲ ଦଣ୍ଡ ବ୍ୟବସ୍ଥା ରହିଥିଲା । କିନ୍ତୁ ଏପରି ମାମଲାରେ ସଂପୃକ୍ତ ମହିଳାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରାବଧାନ ନଥଲା ।

ଅଧିକ ପଢନ୍ତୁଇଣ୍ଡୋନେସିଆରେ ନୂଆ ଅପରାଧ କୋଡ୍

ଗତ ସେପ୍ଟେମ୍ବରରେ ଦେଶରେ କ୍ରିମିନାନ ଜଷ୍ଟିସ ସିଷ୍ଟମକୁ ମଜଭୂତ କରିବାକୁ ଲୋକସଭାରେ 3ଟି ବିଲ୍ ଉପସ୍ଥାପନ କରିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ସାକ୍ଷ୍ୟ ବିଧେୟକ ଏବଂ ଭାରତୀୟ ନାଗରିକ ସୁରକ୍ଷା ସଂହିତା ବିଲ୍  ପାରିତ ହୋଇଥିଲା । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଭାରତ ଖବର ଆହୁରି ପଢନ୍ତୁ

Parliamentary committee proposal to -centre-to-criminalize adultery | Argus News