Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ: କିରଣ

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ: କିରଣ

Key Points

ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ

କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି

ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ ସଂସଦର ମୌସୁମୀ ଅଧିବେଶନ । କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରନ ରିଜିଜୁ ବୁଧବାର ଏହି ଘୋଷଣା କରିଛନ୍ତି । ପୂର୍ବରୁ ମୌସୁମୀ ଅଧିବେଶନର ତାରିଖ ଜୁଲାଇ ୨୧ରୁ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବା ନେଇ ପ୍ରସ୍ତାବ ଦିଆଯାଇଥିଲା । ସାଧାରଣତଃ ସଂସଦର ମୌସୁମୀ ଅଧିବେଶନ ସ୍ୱାଧୀନତା ଦିବସ ପୂର୍ବରୁ ଶେଷ ହୋଇଥାଏ । କିନ୍ତୁ ଏଥର ପ୍ରଥମ ଥର ପାଇଁ ଅଧିବେଶନ ଅଗଷ୍ଟ ୧୫ ପରେ ମଧ୍ୟ ଚାଲିବ । କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ଏକ୍ସ ପୋଷ୍ଟରେ କହିଛନ୍ତି ଯେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମୌସୁମୀ ଅଧିବେଶନର ନୂତନ ତାରିଖକୁ ଅନୁମୋଦନ କରିଛନ୍ତି ।


ଏବେ ସଂସଦର ମୌସୁମୀ ଅଧିବେଶନ ୨୧ ଜୁଲାଇରୁ ଆରମ୍ଭ ହେବ ଏବଂ ୨୦୨୫ ଅଗଷ୍ଟ ୨୧ ପର୍ଯ୍ୟନ୍ତ ଚାଲିବ । ପ୍ରଥମ ଦିନ ଉଭୟ ଲୋକସଭା ଏବଂ ରାଜ୍ୟସଭାର କାର୍ଯ୍ୟକାଳ ସକାଳ ୧୧ ଟାରେ ଆରମ୍ଭ ହେବ । ତେବେ ସ୍ୱାଧୀନତା ଦିବସ ସମାରୋହ ପାଇଁ ଅଗଷ୍ଟ ୧୩-୧୪ରେ କୌଣସି ସଂସଦୀୟ କାର୍ଯ୍ୟ ହେବ ନାହିଁ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
parliaments-monsoon-session-from-july-21-to-august-21 | Argus News