Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ସଂସଦ ମୌସୁମୀ ଅଧିବେଶନ ପ୍ରଥମ ଦିନରୁ ଲୋକସଭାରେ ଅଚଳାବସ୍ଥା

Banajyotshna Ray
Browse all articles by Banajyotshna Ray
·11 months ago·2 min read
ସଂସଦ ମୌସୁମୀ ଅଧିବେଶନ ପ୍ରଥମ ଦିନରୁ ଲୋକସଭାରେ ଅଚଳାବସ୍ଥା

Key Points

ସଂସଦ ମୌସୁମୀ ଅଧିବେଶନ ପ୍ରଥମ ଦିନରୁ ଲୋକସଭାରେ ଅଚଳାବସ୍ଥା
ଅପରେସନ ସିନ୍ଦୂର ଉପରେ ଆଲୋଚନା ଦାବିରେ ଉଭୟ ସଦନରେ ହଂଗାମା
୩ ଥର ମୁଲତବୀ ପରେ ମଙ୍ଗଳବାର ଯାଏ ସ୍ଥଗିତ ରହିଲା ଲୋକସଭା
ବିରୋଧୀ ଦଳ ନେତା ରାହୁଲ ଗାନ୍ଧି କିହିଲେ କହିବାକୁ ଦିଆଯାଉନି ଅନୁମତି
ସଂସଦ ରାହୁଲଙ୍କ ଡ୍ରଇଁରୁମ୍ ନୁହେଁ କହି କାଉଣ୍ଟର କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ
ପ୍ରତିରକ୍ଷାମନ୍ତ୍ରୀ କହିଲେ ଆମେ ସମସ୍ତ ପ୍ରସଙ୍ଗରେ ଆଲୋଚନା ପାଇଁ ତୟାର 

ଦଳୀୟ ସ୍ବାର୍ଥରେ ପଛେ ମତ ଏକ ନହେଉ କିନ୍ତୁ ଦେଶ ସ୍ବାର୍ଥରେ ମନ ଏକ ହେବା ଦରକାର। ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ପୂର୍ବରୁ ବିରୋଧୀଙ୍କୁ ଏପରି ଆହ୍ବାନ ଦେଇ ସହଯୋଗ ଲୋଡ଼ିଥିଲେ ପ୍ରଧାନମନ୍ତ୍ରୀ। କିନ୍ତୁ ସଂସଦ ଚଳାଇ ନଦେବାକୁ ଶପଥ ନେଇ ଆସିଥିବା ବିରୋଧୀଙ୍କ ଉପରେ ପିଏମ୍ ଙ୍କ ଆହ୍ବାନର ପଡ଼ିନଥିଲା କୌଣସି ପ୍ରଭାବ। ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଚାଲିପାରିଲାନି ଲୋସକଭାର ପ୍ରଥମ ଦିନ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ଗୃହ ମଧ୍ୟଭାଗକୁ ଆସି କରିଥିଲେ ହଟ୍ଟଗୋଳ। ଅପରେସନ ସିନ୍ଦୂର ଓ ବିହାରରେ ଭୋଟର ତାଲିକା ପୂନଃ ନିରୀକ୍ଷଣ ଉପରେ ଆଲୋଚନା ପାଇଁ ଅଡିବସିଥିଲେ ବିରୋଧୀ। ନିୟମ ଅନୁଯାୟୀ ଆଲୋଚନା କରାଯିବ ବୋଲି ବାଚସ୍ପତି କହିବା ସତ୍ତ୍ବେ ଶୁଣିନଥିଲେ ବିରୋଧୀ ସଦସ୍ୟ। ଏପରିକି ପ୍ରତିରକ୍ଷା ମନ୍ତ୍ରୀ କହିଥିଲେ ଆମେ ଆଲୋଚନା ପାଇଁ ତୟାର।

ତେବେ ହଙ୍ଗାମା ଜାରି ରହିବାରୁ ୧୨ ଟାଯାଏ ଲୋକସଭା ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି। ୧୨ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଜାରି ରହିଥିଲା ସମାନସ୍ଥିତି। ପୁଣି ୨ଟା ରହିଥିଲା ମୁଲତବୀ। ୨ଟାରେ ଯେତେବେଳ ଆରମ୍ଭ ହୋଇଥିଲା ଗୃହକାର୍ଯ୍ୟ ବଦଳିନଥିଲା ବିରୋଧୀଙ୍କ ଆଭିମୁଖ୍ୟ। ୪ଟାଯାଏ ପୁନର୍ବାର ମୁଲତବୀ ହୋଇଥିଲା ଲୋକସଭା। ବିରୋଧୀ ସମସ୍ୟ ଆଜି ଗୃହ ଚଳାନଦେବା ପାଇଁ ରଣନୀତି କରି ଆସିଥିଲେ ସେଥିପାଇଁ ୪ଟାରେ ଗୃହ କାର୍ଯ୍ୟ ବି ଚାଲିପାରିନଥିଲା। ମଙ୍ଗଳବାର ଯାଏ ସ୍ଥଗିତ ରଖାଯାଇଥିଲା ଲୋକସଭା ଗୃହକାର୍ଯ୍ୟ। ବିରୋଧୀ ଦଳ ନେତା ଭାବେ ତାଙ୍କୁ କହିବାକୁ ଦିଆଗଲାନି ବୋଲି ଅଭିଯୋଗ ଆଣିଥିଲେ ରାହୁଲ ଗାନ୍ଧି। ଭଉଣୀ ପ୍ରିୟଙ୍କା ବି ଏହାକୁ ନେଇ ଉଠାଇଥିଲେ ପ୍ରଶ୍ନ। ଯାହାର କାଉଣ୍ଟର କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କହିଛନ୍ତି ସଂସଦ ନୁହେଁ ରାହୁଲ ଗାନ୍ଧିଙ୍କ ଡ୍ରଇଂ ରୁମ୍।

ରାଜ୍ୟସଭାରେ ବି ଦେଖିବାକୁ ମିଳିଥିଲା ସମାନ ସ୍ଥିତି। ସେଠାରେ ବି ଅପରେସନ ସିନ୍ଦୂରକୁ ନେଇ ଆଲୋଚନା ଦାବିରେ ବିରୋଧୀ କରିଥିଲେ ହଟ୍ଟଗୋଳ। ସେଥିପାଇଁ ପ୍ରଥମାର୍ଦ୍ଧ ଗୃହ କାର୍ଯ୍ୟ ହୋଇଥିଲା ଅଚଳ। ତେବେ ଦ୍ବିତୀୟର୍ଦ୍ଧରେ ବିରୋଧୀ କକ୍ଷ ତ୍ୟାଗ କରିବା ପରେ ଆଗତ ହୋଇଥିଲା ଲ୍ୟାଣ୍ଡିଂ ବିଲ। ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ କଲେ ବିଲ ଉପସ୍ଥାପନ କରିବା ପରେ ହୋଇଥିଲା ଆଲୋଚନା। ଏହାପରେ ଗୃହୀତ ହୋଇଥିଲା ଏହି ଗରୁତ୍ବପୂର୍ଣ୍ଣ ବିଲ୍। ପୂର୍ବରୁ ୧୦ ମାର୍ଚ୍ଚ ୨୦୨୫ରେ ଲୋକସଭାରେ ଗୃହୀତ ହୋଇସାରିଛି ଲ୍ୟାଣ୍ଡିଂ ବିଲ୍।

ଅପରେସନ ସିନ୍ଦୂର ଉପରେ ଉଭୟ ସଦନରେ ଚର୍ଚ୍ଚା ନେଇ ବିଜନେସ ଆଡଭାଇଜରୀ କମିଟି ବୈଠକରେ ନିଷ୍ପତି ହୋଇଥିବା ଜଣାପଡ଼ିଛି। ଏଥିରେ ଲୋକସଭାରେ
ଆଲୋଚନା ପାଇଁ ୧୬ ଘଣ୍ଟା ଏବଂ ରାଜ୍ୟସଭାରେ ଚର୍ଚ୍ଚ ପାଇଁ ୯ଘଣ୍ଟା ସମୟ ଧାର୍ଯ୍ୟ କରାଯାଇଛି। ସେହପରି ଇନକମ୍ ଟାକ୍ସ ବିଲ ଉପରେ ଆଲୋଚନା ପାଇଁ ୧୨ଘଣ୍ଟା ସମୟ ସ୍ଥିର କରିଛି ବିଜନେସ ଆଡଭାଇଜରୀ କମିଟି। ତା ସହିତ ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ମିଶନର ସଫଳତା ନେଇ ବି ହେବ ସଂସଦରେ ଆଲୋଚନା ହେବ। ଆଜି ଲୋକସଭା ଆରମ୍ଭ ହେବା ମାତ୍ରେ ପ୍ରଥମେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିଲା ଲୋକଙ୍କ ଉଦ୍ଦେଶ୍ୟରେ ନୀରବ ପ୍ରାର୍ଥନା କରାଯାଇଥିଲା। ସେପଟେ ରାଜ୍ୟସଭା ଆରମ୍ଭରେ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ୩ ସଦସ୍ୟ ନେଇଥିଲେ ଶପଥ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
parliaments-monsoon-session-witnessing-a-standstill-in-lok-sabha-from-the-first-day | Argus News