Patanjali / ଗ୍ଲୋବାଲାଇଜ୍ ହେବ ପତଞ୍ଜଳି ପ୍ରଡକ୍ଟ

Key Points
ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ । ଦୁଇ ଦିନିଆ ଭାରତ ଗସ୍ତ ପରେ ତାଙ୍କ ବିଷୟରେ ଅନେକ କିଛି ଆଲୋଚନା ହେଉଛି । କେତେବେଳେ ତାଙ୍କ ଗାଡି ବିଷୟରେ ହେଉ ଅବା ସେ ପିନ୍ଧୁଥିବା ଦାମୀ ଘଣ୍ଟା ବିଷୟରେ । ଆଉ ଏହାରି ଭିତରେ ଅନେକ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
ପୁଟିନଙ୍କ ଭାରତ ଗସ୍ତରେ ପ୍ରତିରକ୍ଷା ଠାରୁ ଆରମ୍ଭ କରି ଏକାଧିକ କ୍ଷେତ୍ରରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ପତଞ୍ଜଳି ମଧ୍ୟ ଏହାର ଆୟୁର୍ବେଦ ମାର୍କେଟ୍କୁ ବଢାଇବା ପାଇଁ ଋଷ ସହ ଚୁକ୍ତି କରିଛି । ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ବ୍ୟବସାୟିକ ସହଯୋଗକୁ ସୁଦୃଢ଼ କରିବା ପାଇଁ ପତଞ୍ଜଳି ଋଷ ସରକାରଙ୍କ ସହ ଏକ ରଣନୈତିକ ସହଯୋଗ ଚୁକ୍ତି ସ୍ୱାକ୍ଷର କରିଛି ।
ପତଞ୍ଜଳିର ପ୍ରତିଷ୍ଠାତା ଯୋଗଗୁରୁ ରାମଦେବ ଏବଂ ମସ୍କୋର ମନ୍ତ୍ରୀ ଏବଂ ଭାରତ ସହ ସହଯୋଗ ପାଇଁ ବ୍ୟବସାୟ ପରିଷଦର ଅଧ୍ୟକ୍ଷ ସେରଗେଇ ଚେରେମିନ୍ ପରସ୍ପର ଚୁକ୍ତି ସାଇନ କରିଥିଲେ। ଏଥିରେ ସୁସ୍ଥ ଜୀବନ, ଆୟୁର୍ବେଦ ଓ ଔଷଧୀୟ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯାଇଛି। ଋଷର ବଜାର ସମ୍ଭାବନାକୁ ଉପଯୋଗ କରି ପତଞ୍ଜଳି ଆୟୁର୍ବେଦ କ୍ଷେତ୍ରରେ ଏହାର ଅଭିଜ୍ଞତା ଦ୍ୱାରା ପ୍ରଡକ୍ଟକୁ ଆହୁରି ଗ୍ଲୋବାଲାଇଜ୍ କରିବ।
#WATCH | Delhi: Patanjali signs an agreement with the Government of Russia, in the presence of Yog Guru and Patanjali's Ramdev and Sergei Cheremin, Minister of the Government of Moscow & Chairman of the Business Council for Cooperation with India. pic.twitter.com/PltPHM6uUp
— ANI (@ANI) December 6, 2025
ଏହି ଚୁକ୍ତିନାମା ଋଷ ଓ ଭାରତ ମଧ୍ୟରେ ଅର୍ଥନୈତିକ ସମ୍ପର୍କକୁ ବୃଦ୍ଧି କରିବା ସହ ସାଂସ୍କୃତିକ ଆଦାନପ୍ରଦାନକୁ ଉତ୍ସାହିତ କରିବା ଏବଂ ଆୟୁର୍ବେଦ ସମ୍ପର୍କିତ ଜ୍ଞାନ ମଧ୍ୟ ଋଷ ପାଇପାରିବ। ଏବଂ ଦୁଇ ଦେଶ ମଧ୍ୟରେ ଏକ ସ୍ଥାୟୀ ବ୍ୟବସାୟିକ ଅଭ୍ୟାସ ପାଇଁ ପଥ ପରିସ୍କାର କରିବାକୁ ଚୁକ୍ତିରେ ଲକ୍ଷ୍ୟ ରଖାଯାଇଛି।
ଏହା ବାଦ୍ ଦୁଇ ଦେଶ ସ୍ୱାସ୍ଥ୍ୟ, ପ୍ରବାସ ଓ ସାମୁଦ୍ରିକ ସହଯୋଗ ସମେତ ଏକ ଡଜନରୁ ଅଧିକ ଚୁକ୍ତି ଓ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। ପିଏମ୍ ମୋଦୀ ରୁଷ ଲୋକଙ୍କ ପାଇଁ ୩୦ ଦିନର ଇ-ଟୁରିଷ୍ଟ ଭିସା ଓ ୩୦ ଦିନର ଗ୍ରୁପ୍ ଟୁରିଷ୍ଟ ଭିସା ନେଇ ଘୋଷଣା କରିଛନ୍ତି ।
ଅନ୍ୟପଟେ ରାଷ୍ଟ୍ରପତି ପୁଟିନ କହିଛନ୍ତି ଯେ ରୁଷ ଓ ଭାରତ ମଧ୍ୟରେ ପାରସ୍ପାରିକ ସମ୍ପର୍କ ମଜଭୁତ ରହିଛି । ସେ ସ୍ପଷ୍ଟ କରିଛନ୍ତି ଯେ ରୁଷ ସବୁଠୁ ବଡ଼ ଭାରତୀୟ ନ୍ୟୁକ୍ଲିୟର ପ୍ଲାଣ୍ଟର ନିର୍ମାଣ ପ୍ରୋଜେକ୍ଟ ଉପରେ ମଧ୍ୟ କରୁଛି । ଛଅଟି ରିଆକ୍ଟର ମଧ୍ୟରୁ ତିନୋଟି ଶକ୍ତି ନେଟୱାର୍କ ସହିତ ସଂଯୁକ୍ତ ହୋଇସାରିଛି । ଚାରିଟି ଏପର୍ଯ୍ୟନ୍ତ ନିର୍ମାଣାଧୀନ ଅଛି । ଏଗୁଡ଼ିକ ଭାରତର କାରଖାନା ଏବଂ ଘରକୁ ସ୍ୱଚ୍ଛ ଉର୍ଜା ଯୋଗାଇବାରେ ସାହାଯ୍ୟ କରିବ ବୋଲି ପୁଟିନ କହିଥିଲେ ।
ଅଧିକ ପଢ଼ନ୍ତୁ ଦେଶ ଖବର...
📱 Get Argus News App
✨Related Topics
Explore more stories