Bomb Threat / ଦିଲ୍ଲୀ ବିସ୍ଫୋରଣ ଅଭିଯୁକ୍ତର ଶୁଣାଣି ପୂର୍ବରୁ ପଟିଆଲା କୋର୍ଟକୁ ବୋମା ଧମକ
·7 months ago·2 min read

Key Points
ସୋମବାର ମାମଲାରେ NIA ଦ୍ଵିତୀୟ ଗିରଫଦାରୀ କରିଛି । ମଙ୍ଗଳବାର ଗିରଫ ଆତଙ୍କବାଦୀ ଜାସିର ବିଲାଲ୍ ୱାନକୁ କୋର୍ଟ ଚାଲାଣ ପୂର୍ବରୁ ମିଳିଛି ବୋମା ଧମକ ।
ନୂଆଦିଲ୍ଲୀ: ଦିଲ୍ଲୀ ଲାଲକିଲ୍ଲା ମେଟ୍ରୋ ବାହାରେ ଆତ୍ମଘାତୀ ବିସ୍ଫୋରଣର ତଦନ୍ତ ଜାରି ରଖିଛି । ସୋମବାର ମାମଲାରେ NIA ଦ୍ଵିତୀୟ ଗିରଫଦାରୀ କରିଛି । ମଙ୍ଗଳବାର ଗିରଫ ଆତଙ୍କବାଦୀ ଜାସିର ବିଲାଲ୍ ୱାନକୁ କୋର୍ଟ ଚାଲାଣ ପୂର୍ବରୁ ମିଳିଛି ବୋମା ଧମକ ।
ଦିଲ୍ଲୀର ପଟିଆଲା କୋର୍ଟରେ ବୋମାମାଡ଼ କରିବା ନେଇ ଧମକ ଆସିଛି । ଆଜି ମଙ୍ଗଳବାର ପଟିଆଲା କୋର୍ଟର ସେସନ୍ ଜଜ୍ଙ୍କ ନିକଟରେ ଗିରଫ ଜାସିର୍କୁ ହାଜର କରିବା ପୂର୍ବରୁ ଏହି ଧମକ ଆସିଛି ।
ସାକେତ ଓ ତିସ୍ ହଜାରୀ କୋର୍ଟକୁ ବୋମା ଧମକ ମିଳିଥିବା ନେଇ ବାର୍ ଆସୋସିଏସନ୍ ସୂଚନା ଦେଇଛି । ସାକେତ ବାରର ସମ୍ପାଦକ ଆଇନଜୀବୀ ଅନୀଲ ବସୋୟା କହିଛନ୍ତି, "ବୋମା ଧମକ ପରେ କୋର୍ଟ କାର୍ଯ୍ୟ ୨ ଘଣ୍ଟା ଧରି ବାଧାପ୍ରାପ୍ତ ହୋଇଥିଲା । ଏବେ କୋର୍ଟ କାର୍ଯ୍ୟ ପୁଣି ଥରେ ଆରମ୍ଭ ହୋଇଛି ।"
ଏଥିସହ ପଢ଼ନ୍ତୁ: ଇସଲାମ୍ ଓ ଆତ୍ମଘାତୀ ବିସ୍ଫୋରଣ; ଦିଲ୍ଲୀ ବ୍ଲାଷ୍ଟ ପୂର୍ବରୁ ଭିଡିଓରେ କ'ଣ କହିଥିଲା ଡକ୍ଟର ଉମର
ନୂଆଦିଲ୍ଲୀ ବାର୍ ଆସୋସିଏସନ୍ର ଓକିଲ ତରୁଣ ରାଣା କହିଛନ୍ତି, "ଇମେଲ୍ ମାଧ୍ୟମରେ ବୋମା ଧମକ ଆସିଥିଲା । ତେବେ ଧମକ ଏକ ଗୁଜବ ଥିଲା, ଡରିବାର କିଛି ନାହିଁ । କୋର୍ଟ କମ୍ପ୍ଲେକ୍ସ ପରିସରରୁ ସେଭଳି କିଛି ସନ୍ଦିଗ୍ଧ ସାମଗ୍ରୀ ମିଳିନି । ଏବେ କୋର୍ଟ କାର୍ଯ୍ୟ ସୁରୁଖୁରରେ ଚାଲିଛି ।"
ବୋମା ଧମକ ପରେ ପଟିଆଲା ହାଉସ୍ କୋର୍ଟ କାର୍ଯ୍ୟ ଜାରି ରହିଛି । ଲାଲକିଲ୍ଲା ମେଟ୍ରୋ ବାହାରେ ବିସ୍ଫୋରଣର ଦ୍ଵିତୀୟ ଅଭିଯୁକ୍ତକୁ କୋର୍ଟରେ ହାଜର କରାଯାଇଛି । ଅଭିଯୁକ୍ତ ଜାସିର ବିଲାଲ୍ ୱାନିଙ୍କୁ କୋର୍ଟ ୧୦ ଦିନ ଲାଗି NIA ହେପାଜତରେ ପଠାଇ ଦେଇଛନ୍ତି ।

କୋର୍ଟ ବାହାରେ ରାପିଡ୍ ଆକ୍ସନ୍ ଫୋର୍ସ ମୁତୟନ ହୋଇଛନ୍ତି । ବୋମା ଧମକ ପରେ କୋର୍ଟ ବାହାରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇ ଦିଆଯାଇଛି । ବୋମା ନିଷ୍କ୍ରିୟକାରୀ ଟିମ୍ ସହ ସନ୍ଧାନୀ କୁକୁର ମଧ୍ୟ କୋର୍ଟ ପରିସରରେ ଯାଞ୍ଚ କରିଛନ୍ତି ।
ଜାସିର୍ ବିଲାଲ ୱାନି ହେଉଛି ଦିଲ୍ଲୀ ବିସ୍ଫୋରଣ ମାମଲାର ଦ୍ଵିତୀୟ ଅଭିଯୁକ୍ତ । ତାକୁ ଆଜି ପଟିଆଲା କୋର୍ଟରେ ହାଜର କରାଯାଇଛି । ଦାନିସ୍ ନାଁରେ ପରିଚିତ ଦାସିରକୁ ସୋମବାର କ୍ଵାଡିଗଣ୍ଡରୁ ଗିରଫ କରାଯାଇଥିଲା ।
ଦିଲ୍ଲୀ ଆକ୍ରମଣ ପାଇଁ ଆତଙ୍କବାଦୀଙ୍କ ମୁଖ୍ୟ ଅସ୍ତ୍ର ହୋଇଥାନ୍ତା ଡ୍ରୋନ୍ । ଡ୍ରୋନ୍ରେ ଖଞ୍ଜିତ ଅସ୍ତ୍ର ମାଧ୍ୟମରେ ହୋଇଥାନ୍ତା ବିସ୍ଫୋରଣ । ତଦନ୍ତ ବେଳେ NIA ହାତରେ ଲାଗିଛି ଏହି ତଥ୍ୟ । ବିସ୍ଫୋରଣ ମାମଲାରେ ଟେକ୍ନୋଲୋଜି ସହାୟତା ଦେଇଥିବା ଦ୍ଵିତୀୟ ସନ୍ଦିଗ୍ଧ ଆତଙ୍କବାଦୀକୁ NIA ଗିରଫ କରିଛି । ଗିରଫ ଦାନିସ୍, ଆତ୍ମଘାତୀ ବିସ୍ଫୋରଣକାରୀ ଉମର ଉନ୍ ନବୀର ସହଯୋଗୀ ।
ଏଥିସହ ପଢ଼ନ୍ତୁ: ଧରାପଡ଼ିଲା ଆତ୍ମଘାତୀ ଆତଙ୍କବାଦୀ ଉମରର ସହଯୋଗୀ; ବିସ୍ଫୋରଣ ପାଇଁ କରିଥିଲା ଟେକ୍ନୋଲୋଜିର ସହାୟତା
ଗିରଫ ହୋଇଥିବା ଆତଙ୍କବାଦୀ ପରିଚୟ ଜାସିର୍ ବିଲାଲ ୱାନି ଓରଫ୍ ଦାନିଶ । ଜମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାର କାଜିଗୁଣ୍ଡ ଅଞ୍ଚଳରେ ଦାନିଶର ଘର । NIA ତଦନ୍ତ ବେଳେ ସାମ୍ନାକୁ ଚକିତ କଲା ଭଳି ତଥ୍ୟ ଆସିଛି ।
ଅଭିଯୋଗ ଅନୁସାରେ, ଜାସିର୍ ହିଁ ଆତଙ୍କବାଦୀ ଆକ୍ରମଣ ପାଇଁ ଟେକ୍ନୋଲୋଜି ସହାୟତା ଯୋଗାଇ ଦେଇଥିଲା । ସେ ଡ୍ରୋନ୍ ମୋଡିଫାଏ କରେ, ଆଉ ସେହି ଡ୍ରୋନ୍କୁ ଆକ୍ରମଣରେ ବ୍ୟବହାର କରାଯାଏ । ଏପରିକି ଜାସିର୍ ରକେଟ୍ ତିଆରି ପାଇଁ ପ୍ରୟାସ କରୁଥିବା ଜଣାପଡ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories