Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ହାର୍ନିଆ ଅପରେସନ ପାଇଁ ଯାଇଥିଲେ ରୋଗୀ କିନ୍ତୁ ଡାକ୍ତର କାଢ଼ିନେଲେ ଆପେଣ୍ଡିକ୍ସ

Ritu Das
Browse all articles by Ritu Das
·1 year ago·2 min read
ହାର୍ନିଆ ଅପରେସନ ପାଇଁ ଯାଇଥିଲେ ରୋଗୀ କିନ୍ତୁ ଡାକ୍ତର କାଢ଼ିନେଲେ ଆପେଣ୍ଡିକ୍ସ

Key Points

ହାର୍ନିଆ ଅପରେସନ ପାଇଁ ଯାଇଥିଲେ ରୋଗୀ କିନ୍ତୁ ଡାକ୍ତର କାଢ଼ିନେଲେ ଆପେଣ୍ଡିକ୍ସ

ମିଛ ସ୍କିମ ବିଷୟରେ ଡାକ୍ତର ତୁରନ୍ତ ଆଡମିଟ ହେବାକୁ କହିଥିଲେ

ଅପରେସନ ହେବାପରେ ଯନ୍ତ୍ରଣା ନ କମି ନ ଥିଲା

ପରେ ଜାଣିଲେ ଯେ ହାର୍ନିଆର କୌଣସି ଚିକିତ୍ସା ହୋଇନାହିଁ

ଜଣେ ବ୍ୟକ୍ତି ଅସୁସ୍ଥ ହେଲେ ପ୍ରଥମେ ଚିକିତ୍ସିତ ହେବା ପାଇଁ ଡାକ୍ତରଖାନା ଯାଇଥାଏ। ଡାକ୍ତରଙ୍କୁ ମଣିଷ ଦ୍ବିତୀୟ ଭଗବାନ ବୋଲି କୁହାଯାଏ। କିନ୍ତୁ ଏବେ କିଛି ଡାକ୍ତର ଏମିତି ବି ଅଛନ୍ତି ଯେଉଁମାନେ ଜାଣିଶୁଣି କିଛି ଟଙ୍କା ପାଇବାକୁ ରୋଗୀଙ୍କ ଜୀବନ ସହ ଖେଳ ଖେଳିବାକୁ ମଧ୍ୟ ପଛାନ୍ତିନି। ଏପରି ଏକ ଘଟଣା ଘଟିଛି ଯାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ସୋଦପୁରର ଜଣେ ବାସିନ୍ଦା ଅଭିଯୋଗ କରିଛନ୍ତି ଯେ ହାର୍ନିଆ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଜଣେ ଡାକ୍ତର ତାଙ୍କୁ କହିଲେ ତୁମେ ତୁରନ୍ତ ଆଡମିଟ ହୋଇଯାଅ। ସେ ମଧ୍ୟ ଡାକ୍ତରଙ୍କ କଥାକୁ ତିଳେ ହେଁ ବିଳମ୍ବ ନ କରି ହସ୍ପିଟାଲରେ ଆଡମିଟ ହୋଇଥିଲେ। ଏହାପରେ ଉକ୍ତ ଡାକ୍ତର ତାଙ୍କର ହାର୍ନିଆ ଅପରେସନ କରିଥିଲେ। କିନ୍ତୁ ହାର୍ନିଆ ବଦଳରେ ଡାକ୍ତର ତାଙ୍କର ଆପେଣ୍ଡିକ୍ସ ବାହାର କରିଦେଇଥିଲେ। ରୋଗୀ ଏବଂ ଅଭିଯୁକ୍ତ ଡାକ୍ତରଙ୍କ ନାମ ବିଶ୍ୱଜିତ ଦାସ। ସରକାରୀ ପଇସା ପାଇବାକୁ ଡାକ୍ତର ବାବୁଙ୍କ ଏଭଳି ପ୍ଲାନ ଯାହା ଶୁଣିଲେ ଆପଣ ବି ତାଜୁବ ହୋଇଯିବେ।


ରୋଗୀ ପ୍ରଥମେ ତାଙ୍କର ହାର୍ନିଆ ଚିକିତ୍ସା ପାଇଁ ପାନିହାଟି ରାଜ୍ୟ ସାଧାରଣ ଡାକ୍ତରଖାନାକୁ ଯାଇଥିଲେ। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ସୋଦପୁରର ଏକ ଘରୋଇ ନର୍ସିଂ ହୋମରେ ଅସ୍ତ୍ରୋପଚାର କରିବାକୁ ପରାମର୍ଶ ଦେଇଥିଲେ। ଯାହା ତାଙ୍କ ମାଲିକାନା ବୋଲି କୁହାଯାଉଛି। ଡାକ୍ତର ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଏହି ପ୍ରକ୍ରିୟା ରାଜ୍ୟ ପରିଚାଳିତ ସ୍ୱାସ୍ଥ୍ୟ ସାଥୀ ସ୍ୱାସ୍ଥ୍ୟ ଯୋଜନା ଅଧୀନରେ ଅନ୍ତର୍ଭୁକ୍ତ ହେବ। କିନ୍ତୁ ପରିବାର ଲୋକ ଏବେ ଅଭିଯୋଗ କରୁଛନ୍ତି ଯେ ସରକାରୀ ସ୍କିମର ଫାଏଦା ନେବାକୁ ଡାକ୍ତର ତାଙ୍କୁ ମିଛ ସ୍କିମ ବିଷୟରେ କହିଥିଲେ। ହାର୍ନିଆ ଅପରେସନ ପାଇଁ ସରକାରଙ୍କର କୌଣସି ସ୍କିମ ନାହିଁ ବୋଲି ଜଣାପଡ଼ିଥିଲା। ସେ ମିଛ କହି ହାର୍ନିଆ ଅପରେସନ ବଦଳରେ ଆପଣ୍ଡିକ୍ସ ଅପରେସନ କରିଛନ୍ତି। କାରଣ ଏହି ଯୋଜନା ହାର୍ନିଆ ଅସ୍ତ୍ରୋପଚାର ପାଇଁ ଅନ୍ତର୍ଭୁକ୍ତ ନୁହେଁ କିନ୍ତୁ ଆପେଣ୍ଡିକ୍ସ ଅପରେସନ ଏହି ଯୋଜନାର ଅନ୍ତର୍ଭୁକ୍ତ। ପ୍ରଥମେ ରୋଗୀଙ୍କୁ କୁହାଯାଇଥିଲା ଯେ ଅସ୍ତ୍ରୋପଚାର ସଫଳ ହୋଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


କିନ୍ତୁ କିଛି ଦିନ ପରେ ଉକ୍ତ ରୋଗୀଙ୍କର ତଳ ପେଟର ମୂଳ ହାର୍ନିଆ ସ୍ଥାନରେ ଯନ୍ତ୍ରଣା ଏବଂ ଫୁଲା ଅନୁଭବ କରିବାକୁ ଲାଗିଲେ। ପରବର୍ତ୍ତୀ ଅଲଟ୍ରାସାଉଣ୍ଡରୁ ଜଣାପଡ଼ିଲା ଯେ ହାର୍ନିଆର ଚିକିତ୍ସା କରାଯାଇ ନଥିଲା, ଯେତେବେଳେ ଆପେଣ୍ଡିକ୍ସ କଢ଼ାଯାଇଥିଲା। ଏହାପରେ ଉକ୍ତ ରୋଗୀ ଉତ୍ତର 24 ପ୍ରଗଣା ସିଏମଓ ସମୁଦ୍ର ସେନଗୁପ୍ତଙ୍କ ନିକଟରେ ଭୁଲ ଚିକିତ୍ସା ନେଇ ଅଭିଯୋଗ କରିଥିଲେ। ସିଏମଓ ଅଭିଯୋଗ ଶୁଣିବାପରେ ତୁରନ୍ତ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଡାକ୍ତରଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ଆସିଛି। ଯଦି ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେନଗୁପ୍ତ କହିଛନ୍ତି।

Sponsored
patient-went-for-hernia-surgery-but-doctor-removed-appendix | Argus News