NEET / ରୋଗୀଙ୍କ ମୃତ୍ୟୁ ପରେ ଖୋଲିଗଲା ଡାକ୍ତରଙ୍କ ଅସଲ ମୁଖା

Key Points
ନିଟ୍ ପାସ୍ କରି ଏମବିବିଏସ ଡିଗ୍ରୀ ମଧ୍ୟ ହାସଲ କରିଥିଲେ, ହେଲେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କ ଅସଲ ମୁଖା ଖୋଲିଗଲା
ଦୀର୍ଘ 7 ବର୍ଷ ବର୍ଷ ଧରି ରୋଗୀ ସେବା କରୁଥିଲେ । ନିଟ୍ ପାସ୍ କରି ଏମବିବିଏସ ଡିଗ୍ରୀ ମଧ୍ୟ ହାସଲ କରିଥିଲେ । ହେଲେ ଜଣେ ରୋଗୀଙ୍କ ମୃତ୍ୟୁ ପରେ ଡାକ୍ତରଙ୍କ ଅସଲ ପରିଚୟ ସାମନାକୁ ଆସିଲା । ଜଣେ ଗରିବ ସାଙ୍ଗର ନା' ଏବଂ ମାର୍କକୁ ବ୍ୟବହାର କରି କେମିତି ବର୍ଷ ବର୍ଷ ଧରି ରୋଗୀଙ୍କ ଜୀବନ ସହ ସାଙ୍ଘାତିକ ଖେଳ ଖେଳୁଥିଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ।
ସତ ଘଟଣାକୁ ନେଇ ଫିଲ୍ମ ନିର୍ମାଣ ହୁଏ । ହେଲେ ଏଠି ଫିଲ୍ମର କାହାଣୀ ସତ ପାଲଟିଛି । ଫେମସ୍ 3 ଇଡିଅଟ୍ ଫିଲ୍ନ ଅନେକଙ୍କୁ କିଛି ନା କିଛି ଶିକ୍ଷା ଦେଇଛି । ହେଲେ ଫିଲ୍ମର ସବୁଠାରୁ ରୋଚକମୟ କ୍ୟାରେକ୍ଟର ଆପଣଙ୍କର ମନେ ଥିବ। ରାଞ୍ଚୋଡ୍ ଦାସ୍ ଛାଞ୍ଜୋଡ୍ । ଯାହାଙ୍କ ପ୍ରକୃତ ନାଁ ଥିଲା ଫୁନସୁକ୍ ୱାଙ୍ଗୁଡୁ । ଆମୀର ଖାନ୍ ଙ୍କ ଅଭିନୀତ ଏହି କ୍ୟାରେକ୍ଟର କେମିତି ମାଲିକର ପୁଅ ପାଇଁ ନିଜ ପରିଚୟ ଗୋପନ କରି ଅନ୍ୟର ପରିଚୟରେ ପାଠ ପଢି ଡିଗ୍ରୀ ହାସଲ କରିଥିଲା । ଯାହାଙ୍କ ପ୍ରକୃତ ପରିଚୟ ଫିଲ୍ମର ଶେଷ ଭାଗରେ ହିଁ ଜଣାପଡିଥିଲା ।
ଠିକ୍ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଜବଲପୁରରେ । 7 ବର୍ଷ ହେଲା ଡାକ୍ତର ଭାବବେ ନିଯୁକ୍ତ ହୋଇଥିଲେ ବ୍ରିଜରାଜ୍ ସିଂ ଉଇକ୍ । 2024 ମସିହା ସେପ୍ଟେମ୍ବର 1 ତାରିଖର ରେଳ ଅଧିକାରୀ ମନୋଜ କୁମାରଙ୍କ ମାଙ୍କ ଦେହ ଅସୁସ୍ଥ ହେବାରୁ ସେ ଜବଲପୁରର ଏକ ଘରୋଇ ମେଡିକାଲରେ ତାଙ୍କୁ ଭର୍ତ୍ତି କରିଥିଲେ । ଯେତେବେଳେ ରେଳ ଅଧିକାରୀଙ୍କୁ ଲାଗିଥିଲା ତାଙ୍କ ମାଙ୍କୁ ଏ ସମୟରେ ଭେଣ୍ଟିଲେଟରର ଆବଶ୍ୟକତା ରହିଛି । ସେ ଡାକ୍ତରଙ୍କୁ ଜଣାଇଥିଲେ । ହେଲେ ଡାକ୍ତରଙ୍କ ଅବହେଳା କାରଣରୁ ତାଙ୍କ ମାଙ୍କ ତା' ପରଦିନ ହିଁ ମୃତ୍ୟୁ ହୋଇଥିଲା ।
📱 Get Argus News App
✨ଏହା ପରେ ରେଳ ଅଧିକାରୀ ମନୋଜ କୁମାରଙ୍କୁ ସନ୍ଦେହ ହେବାରୁ ସେ ଡାକ୍ତରଙ୍କ ଅସଲ ପରିଚୟ ଓ ପାଠ ପଢା ବିଷୟରେ ଜାଣିବା ପାଇଁ ଚେଷ୍ଟା କରିଥିଲେ । ଏନେଇ ସେ ପୋଲିସରେ ଏକ ଅଭିଯୋଗ ମଧ୍ୟ କରିଥିଲେ । ଯେତେବେଳେ ପୋଲିସ ଘଟଣାର ସତ୍ୟା ସତ୍ୟ ଜାଣିବା ପାଇଁ ତଦନ୍ତ ଆରମ୍ଭ କଲା ତାହା ପୁରା ଘଟଣାର ଦିଗ ବଦଳେଇଦେଲା । ଡାକ୍ତର ବ୍ରିଜରାଜ୍ ସିଂ ଉଇକ୍ ହେଉଛନ୍ତି ଜଣେ ୱାଲ୍ ପେଣ୍ଟର୍ । ଯାହାଙ୍କ ପ୍ରକୃତ ନା ହେଉଛି ସତୈନ୍ଦ୍ର । ନିଜ ନାଁ ଲୁଚାଇ ଅନ୍ୟ ନାଁରେ ସେ ପାଠ ପଢିଥିଲେ । ଚାକିରି ମଧ୍ୟ କରିଥିଲେ ।
ସ୍କୁଲ ସାଙ୍ଗ ଉଇକ୍ ଙ୍କ ସାର୍ଟିପିକେଟ୍ ଚୋରି କରି ସେ ଡାକ୍ତର ହୋଇଥିଲେ । ୨୦୧୮ରେ ସାଙ୍ଗର ମାର୍କ ସିଟ୍ ଏବଂ ଅନ୍ୟାନ୍ୟ ସାର୍ଟିଫିକେଟ୍ ଚୋରି କରି ଆଦିବାସୀ କୋଟାରେ MBBS ପ୍ରବେଶ ପାଇଁ ସେଗୁଡ଼ିକୁ ବ୍ୟବହାର କରିଥିଲେ ।
ସେପଟେ ବ୍ରିଜରାଜ ଉଇକ୍ କହିଛନ୍ତି 2012 ମସିହାରେ ମୋର ସବୁ ସାର୍ଟିଫିକେଟ୍ ଚୋରି ହୋଇଥିଲା । ଏଥିପାଇଁ ମୁଁ ଅଭିଯୋଗ ମଧ୍ୟ କରିଥିଲି । ସେହି ନକଲି ପ୍ରମାଣପତ୍ର ସହିତ, ସତ୍ୟେନ୍ଦ୍ର ମେଡିକାଲ ପ୍ରବେଶିକା କ୍ଲିୟର କଲେ । ମେଡିକାଲ କଲେଜରେ ପ୍ରବେଶ କଲେ । ତାଙ୍କର MBBS ସାରି ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ (MCI) ପଞ୍ଜିକରଣ କଲେ । ଏବଂ ଏକ ସୁପର-ସ୍ପେଶାଲାଇଜେସନ୍ ମଧ୍ୟ କଲେ ।
ତା'ପରେ ସେ ଘରୋଇ କ୍ଷେତ୍ରରେ ଯୋଗଦେବା ପୂର୍ବରୁ ଦୁଇ ବର୍ଷ ପାଇଁ ଏକ ସରକାରୀ ହସ୍ପିଟାଲରେ କାମ କରୁଥିଲେ । ଆଉ ଏ ସବୁକିଛି ବ୍ରିଜରାଜଙ୍କର ଛଦ୍ମନାମ ବ୍ୟବହାର କରି କରିଥିଲେ । ଏବେ ଏହି ବ୍ୟକ୍ତି ଜଣଙ୍କ ଫେରାର୍ ଥିବାବେଳେ ଧରିବା ପାଇଁ ଏକ ଟିମ୍ ଗଠନ କରିଛି ପୋଲିସ । ଏହି ଘଟଣା ଏବେ ପୁରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି...