Videos
|
National

'ଏଥର ହାରିଗଲି ଆରଥର ପୁଣି ଲଢ଼ିବି', ରାଜନୀତି ମଇଦାନରେ ଫେଲ୍ ସୋସିଆଲ ମଡିଆ ଇନ୍‌ଫ୍ଲୁଏନ୍‌ସର

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·3 min read
'ଏଥର ହାରିଗଲି ଆରଥର ପୁଣି ଲଢ଼ିବି', ରାଜନୀତି ମଇଦାନରେ ଫେଲ୍ ସୋସିଆଲ ମଡିଆ ଇନ୍‌ଫ୍ଲୁଏନ୍‌ସର

ହାରିଗଲେ ଅବଦ ଓଝା ରାଏ । ସୋସିଆଲ ମିଡିଆରେ ୨୨ ଲକ୍ଷ ଫଲୋଅର୍ସ । ହେଲେ ଭୋଟରେ କନ୍‌ଭର୍ଟ ହେଲାନି ଲୋକପ୍ରିତୟା ।


ଏବେ ସଜ ସଜ ଦିଲ୍ଲୀ ନିର୍ବାଚନ ସରିଛି । ଶନିବାର ଫଳ ବି ପ୍ରକାଶ ପାଇଛି । ଆପ୍‌ ପରାଜୟ ସ୍ୱୀକାର କରିଛି । ବିଜେପି ବାଜିମାତ କରିଛି । ସରକାରରେ ଥିବା ଆପ୍ ୨୨ ସିଟ୍ ପାଇଥିବା ବେଳେ ବିଜେପି ୪୮ ସିଟ୍‌ରେ ବିଜୟ ହାସଲ କରିଛି । ଉଭୟ ଦଳ ନିର୍ବାଚନ ମଇଦାନରେ ଜୋରଦାର କସରତ କରିଥିଲେ । ବାଛି ବାଛି ପ୍ରାର୍ଥୀ ଚୟନ କରିଥିଲେ । ଲୋକପ୍ରିୟ ଚେହେରାମାନଙ୍କୁ ଉଭୟ ଦଳ ପ୍ରାର୍ଥୀ କରିଥିଲେ । ଏଥିରେ ଅନେକ ସଫଳ ହେଲେ ଆଉ ଅନେକ ବିଫଳ ବି ହେଲେ । ସେହି ବିଫଳ ତାଲିକାରେ ସାମିଲ ହୋଇଛନ୍ତି ଆପ ନେତା ଅବଦ ଓଝା ରାଏ ।


ଅବଦ ଓଝା ରାଏ । ଯିଏ କି ଜଣେ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ଭାବେ ବେଶ ଜଣାଶୁଣା । ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ପ୍ରାୟ ୨୨ ଲକ୍ଷ ଫଲୋଅର୍ସ ରହିଛନ୍ତି । ଆଉ ୟୁଟ୍ୟୁବ୍‌ରେ ତାଙ୍କୁ ୯ ଲକ୍ଷ ୧୭ ହଜାର ୟୁଜର ସବ୍‌ସ୍କ୍ରାଇବ୍‌ କରିଛନ୍ତି ।


ସେ UPSC ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ସହ ଜଣେ ଉଚ୍ଚମାନର ମୋଟିଭେସନାଲ ସ୍ପିକର ଭାବେ ମଧ୍ୟ ପରିଚିତ । ତାଙ୍କ ଭିଡିଓକୁ ଅନେକ ୟୁଜର ପସନ୍ଦ କରନ୍ତି । ତାଙ୍କର ଅଧିକାଂଶ ଭିଡିଓ ପିଲାଙ୍କ ପାଠ ପଢ଼ାକୁ ନେଇ ରହିଥାଏ । ଏହାସହ ସମାଜ ସୁଧାରକ ଭାବେ ମଧ୍ୟ ତାଙ୍କର ଶହ ଶହ ଭିଡିଓ ରହିଛି । ଯାହାକୁ ଲକ୍ଷାଧିକ ଭ୍ୟୁ ମଧ୍ୟ ମିଳିଥାଏ । ସାରା ଭାରତରେ ସେ ପରିଚିତ । ତାଙ୍କ କଥାକୁ ନେଇ ଅନେକ ରିଲ୍ସ ମଧ୍ୟ ଭାଇରାଲ ହୁଏ । ଇନ୍‌ଷ୍ଟାଗ୍ରାମ୍‌ରେ ସେ ମାତ୍ର ୧୧୫୯ ଭିଡିଓ ପୋଷ୍ଟ କରି ୨.୨ ମିଲିୟନ୍‌ ଫଲୋଅର୍ସ ପାଇସାରିଛନ୍ତି । ଏହି ଧାରା ଆଗକୁ ମଧ୍ୟ ଚାଲିବ ବୋଲି ଆଶା କରାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହେଲେ ବଡ଼ କଥା ହେଉଛି ସୋସିଆଲ ମିଡିଆରେ ହିରୋ ସାଜିଥିବା ଅବଦ ଓଝା ନିର୍ବାଚନ ମଇଦାନରେ ଫେଲ୍‌ ମାରିଛନ୍ତି । ଏତେ ମାତ୍ରାରେ ପଲୋଅର୍ସ ରହିଥିଲେ ସୁଦ୍ଧା ରାଜନୀତି ମଇଦାନରେ ସେ ଆରମ୍ଭରୁ ଝଟ୍‌କା ଖାଇଛନ୍ତି ।


ସୋସିଆଲ ମିଡିଆରେ ଶିକ୍ଷିତ ବର୍ଗ ତଥା ଛାତ୍ରଛାତ୍ରୀ ତାଙ୍କ ସହ ଯୋଡ଼ି ହୋଇରହିଥାନ୍ତି । ତେଣୁ କେଜ୍ରିଓ୍ୱାଲଙ୍କ ଆମ୍‌ ଆଦମୀ ପାର୍ଟି ତାଙ୍କୁ ନିଜ ଦଳରେ ସାମିଲ କରିଥିଲା । ତାପରେ ପତପଡ଼ଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳିରୁ ତାଙ୍କୁ ପ୍ରାର୍ଥୀ କରିଥିଲା । ହେଲେ ପ୍ରାୟ ୨୮ ହଜାର ଭୋଟରେ ସେ ବିଜେପି ପ୍ରାର୍ଥୀ ରବିନ୍ଦ୍ର ସିଂହ ନେଗିଙ୍କଠାରୁ ପରାଜିତ ହୋଇଛନ୍ତି । ଆଉ ପରାଜିତ ହେବା ପରେ ସେ ଗଣମାଧ୍ୟମ ସମ୍ମୁଖରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି ।


ସେ କହିଛନ୍ତି 'ଏହା ପରାଜୟ ମୋର ବ୍ୟକ୍ତିଗତ । କାରଣ ମୁଁ ଲୋକଙ୍କ ସହ ନିଜକୁ କନେକ୍ଟ କରିପାରିଲି ନାହିଁ । ଗୋଟିଏ ମାସ ମଧ୍ୟ ମୁଁ ଯେତିକି ଲୋକଙ୍କ ସହ ଯୋଡ଼ି ହୋଇପାରିଲି ସେତିକି ଭୋଟ ପାଇଲି । କାଲିଠାରୁ ପୁଣି ଲୋକଙ୍କ ସହ ମିଶିବା ପାଇଁ ମୁଁ ବାହାରିବି । ଆସନ୍ତା ବିଧାନସଭା ନିର୍ବାଚନରେ ପୁଣି ମୁଁ ସେହି ସମାନ ଆଶନରୁ ହିଁ ଲଢ଼ିବି । ଏହାସହ ଦଳର ପରାଜୟକୁ ନେଇ ମୁଁ କିଛି କହି ପାରିବି ନାହିଁ' ।