Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

Pawan Singh / ପବନଙ୍କୁ ଅପମାନିତ କରାଯାଇଛି, ଏଭଳି ମହିଳାଙ୍କ ସହ ସେ କେମିତି ରହିବେ: ପବନଙ୍କ ଓକିଲ

Ritu Das
Browse all articles by Ritu Das
·9 months ago·2 min read
ପବନଙ୍କୁ ଅପମାନିତ କରାଯାଇଛି, ଏଭଳି ମହିଳାଙ୍କ ସହ ସେ କେମିତି ରହିବେ: ପବନଙ୍କ ଓକିଲ

Key Points

ଭୋଜପୁରୀ ସୁପରଷ୍ଟାର ପବନ ସିଂହ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରଥମେ ୨୦୧୪ ମସିହାରେ ନୀଲମ ସିଂହଙ୍କୁ ବିବାହ କରିଥିଲେ।

ଭୋଜପୁରୀ ସୁପରଷ୍ଟାର ପବନ ସିଂହ ପ୍ରାୟତଃ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ସେ ପ୍ରଥମେ ୨୦୧୪ ମସିହାରେ ନୀଲମ ସିଂହଙ୍କୁ ବିବାହ କରିଥିଲେ। କିନ୍ତୁ କିଛି ମାସ ପରେ ନୀଲମ ଆତ୍ମହତ୍ୟା କରିଥିଲେ। ପବନ ସିଂହ ନିଜେ ଏ ବିଷୟରେ କହିଥିଲେ। ତା'ପରେ ସେ ୨୦୧୮ ମସିହାରେ ପୁନଃ ବିବାହ କରିଥିଲେ। ତାଙ୍କର ଦ୍ୱିତୀୟ ବିବାହ ଜ୍ୟୋତି ସିଂହଙ୍କ ସହିତ ହୋଇଥିଲା। ଏହି ବିବାହ ମଧ୍ୟ ପବନଙ୍କୁ ବିବାଦୀୟ କରିଛି। ପବନଙ୍କ ସହ ବିବାଦ ୨୦୨୨ରୁ ଆରମ୍ଭ ହେବା ପ‌ରେ ଜ୍ୟୋତି ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଏବେ ଜ୍ୟୋତି ୩୦କୋଟିର ଭରଣପୋଷଣ ମାଗିଛନ୍ତି।


ଏହାସହ ପଢ଼ନ୍ତୁ: ଖୁସି ଖବର ଦେଲେ ନମିତାଙ୍କ ବୋହୂ, ଘରକୁ ଆସିଲା ନୂଆ ଅତିଥି...


ପବନଙ୍କ ଉପରେ ମାନସିକ ଏବଂ ଶାରୀରିକ ନିର୍ଯାତନା ଅଭିଯୋଗ ଆଣି ଏପ୍ରିଲ ୨୦୨୨ରେ, ଜ୍ୟୋତି ଛାଡପତ୍ର ପାଇଁ ଆବେଦନ କରିଥିଲେ। ସେ ଏହା ମଧ୍ୟ ଅଭିଯୋଗ କରିଥିଲେ ଯେ, ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରାଯାଇଥିଲା ଏବଂ ସେ ପବନଙ୍କ ପାଇଁ ୨ଥର ଗର୍ଭପାତ କରିଥିଲେ। କିଛି ଦିନ ତଳେ ଜ୍ୟୋତି ଏହା ମଧ୍ୟ ଦାବି କରିଥିଲେ ଯେ, ମାନସିକ ଯନ୍ତ୍ରଣାରୁ ମୁକ୍ତି ପାଇଁ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଏଥିପାଇଁ ସେ ୨୫ଟି ନିଦ ବଟିକା ଖାଇଥିଲେ। ତେବେ ଜ୍ୟୋତିଙ୍କ ଏଭଳି ସଙ୍ଗୀନ ଆରୋପକୁ ଖଣ୍ଡନ କରିଆସିଛନ୍ତି ପବନ। ଏବେ ତାଙ୍କର ଓକିଲ ପ୍ରତିକ୍ରିୟା ଦେଇଛନ୍ତି ଯେ, ପବନଙ୍କୁ ସର୍ବସମ୍ମୁଖରେ ଅପମାନିତ କରାଯାଇଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


୯ମ ଶ୍ରେଣୀରେ କଲେ ପ୍ରଥମ ଫିଲ୍ମ, ନୀତାଂଶୀଙ୍କ ଅଭିନୟ କଲା ଯାଦୁ


ଏଭଳି କରିଥିବା ମହିଳାଙ୍କ ସହ ପବନ କେମିତି ରହିବେ? ଛାଡ଼ପତ୍ର ପାଇଁ ଜ୍ୟୋତି ୩୦କୋଟି ଭରଣପୋଷଣ ମାଗିଛନ୍ତି। କୋର୍ଟ କୌଣସି ଭରଣପୋଷଣ ପାଇଁ ଏପର୍ଯ୍ୟନ୍ତ ଆଦେଶ ଦେଇନାହାଁନ୍ତି। ଜ୍ୟୋତିଙ୍କ ଦ୍ୱାରା ଭରଣପୋଷଣ ଦାବି ଉପରେ ଯେକୌଣସି ନିଷ୍ପତ୍ତି କେବଳ ପବନ ସିଂହଙ୍କ ଆର୍ଥିକ ଅବସ୍ଥା ଉପରେ ନିର୍ଭର କରିବ।

Sponsored
Pawan’s Lawyer: He Was Insulted, Can’t Live With Such a Woman | Argus News