Videos
|
National

Pawan Singh / ରାତି ୩ଟାରେ ପହଞ୍ଚିଲେ ପବନ ସିଂହ ଭରତଙ୍କ ପରିବାରକୁ ଦେଲେ ବଡ଼ ଭରସା କହିଲେ...

Rashmita Mishra
Browse all articles by Rashmita Mishra
·1 hour ago·2 min read
ରାତି ୩ଟାରେ ପହଞ୍ଚିଲେ ପବନ ସିଂହ ଭରତଙ୍କ ପରିବାରକୁ ଦେଲେ ବଡ଼ ଭରସା କହିଲେ...
Pawan Singh

Key Points

ରାତି ୩ଟାରେ ପହଞ୍ଚିଲେ ପବନ ସିଂହ ଭରତଙ୍କ ପରିବାରକୁ ଦେଲେ ବଡ଼ ଭରସା । 
ଭରତଙ୍କ ଘରେ ପବନ ସିଂହ କହିଲେ- ନ୍ୟାୟ ଦେବାକୁ କରିବି ପ୍ରୟାସ ।  
ଅଧରାତିରେ ଭରତଙ୍କ ଘରେ ପବନ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ । 
ପବନଙ୍କ ହାତରେ ରାଖୀ ବାନ୍ଧିଲେ ଭରତଙ୍କ ଝିଆରୀ ଭାବପ୍ରବଣ ହେଲା ପୂରା ପରିବାର । 

ବିହାରର ଭୋଜପୁର ଜିଲ୍ଲାର ବିଲୌଟି ଗାଁରେ ରବିବାର ବିଳମ୍ବିତ ରାତିରେ ଚର୍ଚ୍ଚାର ବିଷୟ ପାଲଟିଛି ଭୋଜପୁରୀ ସିନେମାର ପାୱାର ଷ୍ଟାର ତଥା ବିଜେପି ଏମଏଲସି ପବନ ସିଂହଙ୍କ ଅଚାନକ ଗସ୍ତ କରିଛନ୍ତି । ରାତି ପ୍ରାୟ ୩ଟାରେ ସେ ନିଜ କାଫିଲା ସହ ଭରତ ତିୱାରୀଙ୍କ ଘରେ ପହଞ୍ଚିଥିଲେ ।

ଘରେ ପହଞ୍ଚିବା ପରେ ପବନ ସିଂହ ପ୍ରଥମେ ଭରତ ତିୱାରୀଙ୍କ ଫଟୋରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହାପରେ ସେ ଭରତଙ୍କ ବାପା, ମାଆ ଆଶା ଦେବୀ, ଭାଇ ଚନ୍ଦନଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କ ସହ ଅନେକ ସମୟ ଧରି ଆଲୋଚନା କରିଥିଲେ ।

ପରିବାରର କହିବା ଅନୁସାରେ, ପବନ ସିଂହ ପ୍ରାୟ ଦେଢ଼ରୁ ଦୁଇ ଘଣ୍ଟା ପର୍ଯ୍ୟନ୍ତ ଘରେ ରହିଥିଲେ । ସେ ଭରତ ତିୱାରୀଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ପରିବାରଠାରୁ ସବିଶେଷ ତଥ୍ୟ ଜାଣିଥିଲେ । ଭରତଙ୍କ ମାଆ ଆଶା ଦେବୀ କହିଛନ୍ତି ଯେ, ପବନ ସିଂହ ତାଙ୍କ ପରିବାରକୁ ନ୍ୟାୟ ଦେବା ପାଇଁ ପ୍ରୟାସ କରିବେ ବୋଲି ଭରସା ଦେଇଛନ୍ତି । ଏହି ମାମଲାରେ ସେ ମୁଖ୍ୟମନ୍ତ୍ରୀଙ୍କ ସହ ମଧ୍ୟ କଥା ହେବେ ବୋଲି କହିଥିବା ପରିବାର ପକ୍ଷରୁ ଦାବି କରାଯାଇଛି ।

ଆଲୋଚନା ସମୟରେ ଭରତ ତିୱାରୀଙ୍କ ଅଧୁରା ସ୍ୱପ୍ନ ସମ୍ପର୍କରେ ମଧ୍ୟ କଥା ହୋଇଥିଲା । ପବନ ସିଂହ ଭରତଙ୍କ ସ୍ୱପ୍ନ ପୂରଣ ଦିଗରେ ମଧ୍ୟ ସହଯୋଗ କରିବେ ବୋଲି ପରିବାରକୁ ଆଶ୍ୱାସନ ଦେଇଥିବା ଜଣାପଡ଼ିଛି ।

ଭରତଙ୍କ ଭାଇ ଚନ୍ଦନ କହିଛନ୍ତି ଯେ, ପବନ ସିଂହ ଦୀର୍ଘ ସମୟ ପରିବାର ମଧ୍ୟରେ ବସି ସମସ୍ତଙ୍କ କଥା ଶୁଣିବାରୁ ସେମାନଙ୍କ ମନରେ ଭରସା ସୃଷ୍ଟି ହୋଇଛି । ଏହି ସମୟରେ ଚନ୍ଦନ ପବନ ସିଂହଙ୍କୁ ଭରତ ତିୱାରୀଙ୍କ ନାମରେ ଏକ ଗୀତ ଗାଇବାକୁ ଅନୁରୋଧ କରିଥିଲେ । ପବନ ସିଂହ ଏଥିପାଇଁ ଆଶ୍ୱାସନ ଦେଇଥିବା କୁହାଯାଉଛି ।
ଆହୁରି ମଧିୟ ଦେଖା ସମୟରେ ଏକ ଭାବପ୍ରବଣ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା ଯେ ଭରତ ତିୱାରୀଙ୍କ ଝିଆରୀ ପବନ ସିଂହଙ୍କ ହାତରେ ରାଖୀ ବାନ୍ଧିଥିଲେ । ପବନ ସିଂହ ମଧ୍ୟ ଶିଶୁଟି ସହ ଅତି ସ୍ନେହର ସହ କଥା ହୋଇଥିଲେ । ଏହି ମୁହୂର୍ତ୍ତ ପରିବାର ପାଇଁ ଭାବପ୍ରବଣ ହୋଇଥିଲା ।

ପବନ ସିଂହଙ୍କ ଏହି ଅଚାନକ ରାତିଅଧିଆ ବିଲୌଟି ଗସ୍ତ ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ପରିବାରର କହିବା ଅନୁସାରେ, ତାଙ୍କ ଆଶ୍ୱାସନ ପରେ ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବାରେ ସେମାନଙ୍କ ମନରେ ନୂଆ ଆଶା ସୃଷ୍ଟି ହୋଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: