Narendra Modi / ବଡ଼ ଘୋଷଣା ! କର୍ମଚାରୀଙ୍କ ବଢ଼ିଲା ଦରମା, ପେନ୍ସନ୍ ଭୋଗୀ ପାଇବେ ୨୦୨୨ରୁ ଏରିଅର

Key Points
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି । ୨,୪୮୫.୦୨ କୋଟି ଟଙ୍କାର ଏରିଅର ବାଣ୍ଟିବେ ସରକାର । ଆଜ୍ଞା ହଁ ଏଭଳି ଏକ ବଡ଼ ଉପହାର ଦେବାକୁ କେନ୍ଦ୍ର ସରକାର ସ୍ଥିର କରି ସାରିଛନ୍ତି । କେନ୍ଦ୍ର ସରକାରଙ୍କ କର୍ମଚାରୀ ଓ ପେନ୍ସନ୍ ଭୋଗୀ ଏହାର ଫାଇଦା ପାଇବେ । କେନ୍ଦ୍ର ସରକାରଙ୍କ ପ୍ରାୟ ୯୩ ହଜାର କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଏହା ଏକ ବଡ଼ ଖୁସି ଖବର ।
ସାଧାରଣ ବୀମା କମ୍ପାନୀ, ନାବାର୍ଡ (NABARD) ଏବଂ ଆରବିଆଇ (RBI) ର କର୍ମଚାରୀଙ୍କ ଦରମା ଓ ପେନସନ ସଂଶୋଧନ ପ୍ରସ୍ତାବକୁ ଅର୍ଥ ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି। ଏହି ନିଷ୍ପତ୍ତି ଫଳରେ ସରକାରଙ୍କ ଉପରେ ପ୍ରାୟ ୮,୧୭୦ କୋଟି ଟଙ୍କାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିବ। ତଥାପି ସରକାର ନିଜ କର୍ମଚାରୀଙ୍କୁ ଏହି ବଡ଼ ଉପହାର ଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି ।
୯୩ ହଜାର ଜଣଙ୍କ ମଧ୍ୟରୁ ଏହି ସଂଶୋଧନ ଦ୍ୱାରା ମୋଟ ୪୬,୩୨୨ କର୍ମଚାରୀ ଓ ବାକି ପେନସନଭୋଗୀ ଉପକୃତ ହେବେ। ଏହି କର୍ମଚାରୀଙ୍କ ବେତନ ସଂଶୋଧନ ୧ ଅଗଷ୍ଟ ୨୦୨୨ ରୁ ପିଛଲା ଭାବେ ଲାଗୁ ହେବ। ଏଥିପାଇଁ ୮,୧୭୦.୩୦ କୋଟି ଟଙ୍କା ବ୍ୟୟ କରାଯିବ, ଯେଉଁଥିରୁ ୫,୮୨୨.୬୮ କୋଟି ଟଙ୍କା କେବଳ ବକେୟା ବା ଏରିଅର ଆକାରରେ ପ୍ରଦାନ କରାଯିବ।
ସେହିଭଳି ନାବାର୍ଡରେ ବେତନ ସଂଶୋଧନ ୧ ନଭେମ୍ବର ୨୦୨୨ ରୁ ପିଛଲା ଭାବେ ଲାଗୁ ହେବ। ଏହାଦ୍ୱାରା ବାର୍ଷିକ ୧୭୦ କୋଟି ଟଙ୍କାର ଅତିରିକ୍ତ ଖର୍ଚ୍ଚ ହେବା ସହ ପ୍ରାୟ ୫୧୦ କୋଟି ଟଙ୍କାର ଏରିଅର ଦିଆଯିବ। ପେନସନଭୋଗୀଙ୍କୁ ଏକକାଳୀନ ୫୦.୮୨ କୋଟି ଟଙ୍କାର ବକେୟା ମିଳିବ।
ରିଜର୍ଭ ବ୍ୟାଙ୍କର ଅବସରପ୍ରାପ୍ତ କର୍ମଚାରୀଙ୍କ ମୂଳ ପେନସନ ଓ ମହଙ୍ଗା ଭତ୍ତାରେ ୧୦ ପ୍ରତିଶତ ବୃଦ୍ଧି କରାଯାଇଛି। ଏହା ୧ ନଭେମ୍ବର ୨୦୨୨ ରୁ ପ୍ରଭାବୀ ହେବ। ଏଥିପାଇଁ ମୋଟ ୨,୬୯୬.୮୨ କୋଟି ଟଙ୍କା ଖର୍ଚ୍ଚ ହେବ, ଯେଉଁଥିରେ ୨,୪୮୫.୦୨ କୋଟି ଟଙ୍କାର ଏରିଅର ସାମିଲ ଅଛି।
📱 Get Argus News App
✨Related Topics
Explore more stories