Videos
|
National

କାହିଁକି କାଳୀ ବେଶ ଧାରଣ କଲେ ପାୟଲ କହିଲେ...

Rashmita Mishra
Browse all articles by Rashmita Mishra
·1 year ago·2 min read
କାହିଁକି କାଳୀ ବେଶ ଧାରଣ କଲେ ପାୟଲ କହିଲେ...

Key Points

ସୋସିଆଲ ମିଡିଆ ଇନଫ୍ଲୁଏନସର ପାୟଲ ମଲ୍ଲକ୍ ଚର୍ଚ୍ଚାରେ


ବର୍ତ୍ତମାନର ସୋସିଆଲ ମିଡିଆ ଯୁଗରେ ସମସ୍ତେ କିଛି ନା କିଛି ଭିନ୍ନ ପ୍ରକାରର କାର୍ଯ୍ୟ କରି ଭିଡିଓ ତିଆରି କରୁଛନ୍ତି। ଆଉ କିଛି ଲୋକ ତାଙ୍କ ମନ ପସନ୍ଦର ଇନଫ୍ଲୁଏନସର ମାନଙ୍କୁ ନକଲ କରି ଭିଡିଓ ପ୍ରସ୍ତୁତ କରନ୍ତି । ଠିକ୍‌ ସେମିତି ଜଣେ ପପୁଲାର ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ହେଲେ ପାୟଲ ମଲ୍ଲିକ୍ । ତାଙ୍କୁ ତାଙ୍କ ଫଲୋଅର୍ସ ମାନେ ନକଲ କରିବା ବଦଳରେ ଏବେ ଟ୍ରୋଲ କରିବା ଆରମ୍ଭ କରିଛନ୍ତି ।


ନିକଟରେ ସୋସିଆଲ ମିଡିଆ ଇନଫ୍ଲୁଏନସର ଏବଂ ବିଗ୍ ବସ୍ OTT 3 ପ୍ରତିଯୋଗୀ ପାୟଲ ମଲ୍ଲିକ ଦେବୀ କାଳୀଙ୍କ ବେଶ ଧାରଣ କରି ଏକ ଭିଡିଓ କରିଥିଲେ ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଭାଇରାଲ ହେବା ପରେ ତାଙ୍କର ଫ୍ୟାନ୍ସ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି ତା ସହ ଅନେକ ଜଣ ଅଭିଯୋଗ କରିଛନ୍ତି ଯେ ଏହି ଭିଡିଓ ଧାର୍ମିକ ଭାବନାକୁ ଆଘାତ ଦେଇଛି । ଏହି ଭିଡିଓଟି ତାଙ୍କ ଆକାଉଣ୍ଟରୁ ଡିଲିଟ୍ ହୋଇଯାଇଥିବା ସ୍ଵତେ ବି ଅନ୍ୟମାନେ ତାଙ୍କର ଏହି ଭିଡିକୁ ସେୟାର କରୁଛନ୍ତି ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଏହା ପରେ ପାୟଲଙ୍କ ଦେହ ବହୁତ୍ ଖରାପ ହୋଇଯାଇଥିଲା କିଛି ଲେକ ଏହାକୁ ମା କାଳୀଙ୍କ ଅଭିଶାପ ବୋଲି କହିଛନ୍ତି । ଫ୍ୟାନ୍ସ ମାନେ ଅସନ୍ତୋଷ ପ୍ରକାଶ କରିବା ପରେ ପାୟଲ ପଟିଆଲାରେ ଥିବା ଏକ କାଳୀ ମାଙ୍କ ମନ୍ଦିର ଦର୍ଶନ କରିବାକୁ ଯାଇ, ସେଠାରେ ସେ କାନ୍ଦି କାନ୍ଦି ଭକ୍ତ ଏବଂ ଜନସାଧାରଣଙ୍କଠାରୁ କ୍ଷମା ମାଗିଥିଲେ। ତା'ସହ ଆହୁରି ମଧ୍ୟ କହିଥିଲେ “ମୋତେ ଯେକୌଣସି ଦଣ୍ଡ ଦିଆଯିବ ମୁଁ ତାହା ଗ୍ରହଣ କରିବାକୁ ପ୍ରସ୍ତୁତ।” ତାଙ୍କ ସହିତ ତାଙ୍କ ସ୍ୱାମୀ, ଅରମାନ ମଲ୍ଲିକ୍ ଏବଂ ସେମାନଙ୍କ ଝିଅ ଟୁବା ମଧ୍ୟ ଥିଲେ। ନିଜର ଭୁଲକୁ ସୁଧାରିବା ପାଇଁ ସେହି ମନ୍ଦିରରେ ବାସନ ସଫା କରିବା ସହ ଭକ୍ତମାନଙ୍କୁ ଖାଦ୍ୟ ପରଷିଥିଲେ ପାୟଲ ।


ପାୟଲ ଗଣମାଧ୍ୟମକୁ ସ୍ପଷ୍ଟ କରି କହିଛନ୍ତି ଯେ ଭିଡିଓଟି ତିନି ମାସ ପୂର୍ବେ ତିଆରି କରାଯାଇଥିଲା ଏବଂ ଏହି ଭି଼ଡିଓ ମଧ୍ୟମରେ କାହାକୁ ଆଘାତ ଦେବା ମୋର ଉଦ୍ଦେଶ୍ୟ ନୁହେଁ। "ମୋ ଝିଅ କାଳୀ ମାଆଙ୍କୁ ବହୁତ ଭଲପାଏ ଓ ତାଙ୍କୁ ଭକ୍ତର ସହ ପୂଜା କରେ ତେଣୁ ମୁଁ ତା ପାଇଁ ମା କାଳୀ ଙ୍କ ବେଶ ଧାରଣ କରିଥିଲି । ମୁଁ ଏବେ ମାନୁଛି କି ଏହା ମୋର ବହୁତ ବଡ ଭୁଲ ଥିଲା। ହାତ ଯୋଡି ସମସ୍ତଙ୍କୁ କ୍ଷମା ପ୍ରାର୍ଥନା କରୁଛି। ମୁଁ ଆଶା କରୁଛି ଯେ କେହି ଏପରି ଭୁଲ ପୁନରାବୃତ୍ତି କରିବେ ନାହିଁ," ସେ କହିଛନ୍ତି।