Videos
|
National

ତୁର୍କୀର ଇସ୍ତାନବୁଲରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା

Rashmita Mishra
Browse all articles by Rashmita Mishra
·1 year ago·1 min read
ତୁର୍କୀର ଇସ୍ତାନବୁଲରେ ଦୁଇ ଦେଶ ମଧ୍ୟରେ ଶାନ୍ତି ଆଲୋଚନା

Key Points

ବନ୍ଦ ହେବ କି ଋଷ-ୟୁକ୍ରେନ୍ ଯୁଦ୍ଧ ?
ତୁର୍କୀର ଇସ୍ତାନବୁଲରେ ଦୁଇ ଦେଶ ମଧ୍ୟରେ ହେଲା ଶାନ୍ତି ଆଲୋଚନା
ୟୁକ୍ରେନର 6 ହଜାର ସୈନିକଙ୍କ ଶବ ଫେରାଇବାକୁ ଋଷର ପ୍ରସ୍ତାବ
ଯୁଦ୍ଧ ବନ୍ଦୀଙ୍କ ଆଦାନ ପ୍ରଦାନ ପାଇଁ ସ୍ଥାୟୀ କମିଟିର ଗଠନ ନେଇ ସହମତି
ଦୁଇ ରାଷ୍ଟ୍ରମୁଖ୍ୟ ମୁହାଁମୁହିଁ ଆଲୋଚନା ପାଇଁ ପ୍ରସ୍ତାବ ଦେଲା ୟୁକ୍ରେନ୍

ବନ୍ଦ ହେବ କି ଋଷ-ୟୁକ୍ରେନ୍ ଯୁଦ୍ଧ । ତୁର୍କୀର ଇସ୍ତାନବୁଲରେ ଦୁଇ ଦେଶ ମଧ୍ୟରେ ହେଲା ଶାନ୍ତି ଆଲୋଚନା । ୟୁକ୍ରେନର 6 ହଜାର ସୈନିକଙ୍କ ଶବ ଫେରାଇବାକୁ ଋଷର ପ୍ରସ୍ତାବ । ଉଭୟ ପକ୍ଷର ଏକ ହଜାର ଲେଖାଏଁ ଯୁଦ୍ଧ ବନ୍ଦୀଙ୍କ ଆଦାନ ପ୍ରଦାନ ପାଇଁ ସ୍ଥାୟୀ କମିଟିର ଗଠନ ନେଇ ସହମତି । ଦୁଇ ଦେଶର ରାଷ୍ଟ୍ରମୁଖ୍ୟ ମୁହାଁମୁହିଁ ଆଲୋଚନା ପାଇଁ ପ୍ରସ୍ତାବ ଦେଲା ୟୁକ୍ରେନ୍ । ଯୁଦ୍ଧ ସମୟରେ ମୃତ ୧୨ ହଜାର ସୈନିକଙ୍କ ମୃତଦେହ ଫେରାଇବା ପାଇଁ ଏକ ଚୁକ୍ତିନାମା ହୋଇଛି ବୋଲି ରୁଷ ପ୍ରତିନିଧି ମେଡିନସ୍କି ସୂଚନା ଦେଇଛନ୍ତି ।

ଯାହାଦ୍ୱାରା ଏହି ସୈନିକମାନଙ୍କୁ ସେମାନଙ୍କ ରୀତିନୀତି ଅନୁଯାୟୀ ସମ୍ମାନଜନକ ଅନ୍ତିମ ସଂସ୍କାର କରାଯାଇପାରିବ । ସେପଟେ ଆଲୋଚନା ସମୟରେ ରୁଷ ସ୍ପଷ୍ଟ କରିଥିଲା ​​ଯେ ୟୁକ୍ରେନ ଯେତେବେଳେ ରୁଷର ଆଂଶିକ ନିୟନ୍ତ୍ରଣ ଥିବା ଚାରୋଟି ସ୍ଥାନରୁ ସେନା ପ୍ରତ୍ୟାହାର କରିବ ସେତେବେଳେ ହିଁ ଯୁଦ୍ଧବିରତି ଉପରେ ସହମତ ହେବ। ସେହିପରି ୟୁକ୍ରେନ କହିଛି ଯେ ରୁଷ ଯୁଦ୍ଧବିରତି ଚାହୁଁନାହିଁ ଏବଂ ଶାନ୍ତି ଆଡକୁ ବାଧ୍ୟ କରିବା ପାଇଁ ନୂତନ କଟକଣା ତୁରନ୍ତ ଆବଶ୍ୟକ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
peace-talks-between-the-two-countries-in-istanbul-turkey | Argus News