Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
National

ଗତକାଲି ଜମ୍ମୁ କାଶ୍ମୀର ସୀମାରେ ଶାନ୍ତିପୂର୍ଣ୍ଣ ସ୍ଥିତି

Swoyang prajna Mishra
Browse all articles by Swoyang prajna Mishra
·1 year ago
ଗତକାଲି ଜମ୍ମୁ କାଶ୍ମୀର ସୀମାରେ ଶାନ୍ତିପୂର୍ଣ୍ଣ ସ୍ଥିତି

ଜମ୍ମୁ ଓ କାଶ୍ମୀରରେ ଗତକାଲି ରାତି ସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା । ଆନ୍ତର୍ଜାତିକ ସୀମା ନିକଟରେ କୌଣସି ଗୁଳିମାଡର ଖବର ନଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି । ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଆତଙ୍କୀ ଆଡ୍ଡାକୁ ଟାର୍ଗେଟ କରି ଭାରତ ଆକ୍ରମଣ କରିଥିଲା । ଏହାପରେ ଦୁଇଦେଶ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିଲା ।


ଶନିବାର ଦୁଇଦେଶ ଅସ୍ତ୍ରବିରତି ପାଇଁ ରାଜି ହେବା ପରେ ପାକିସ୍ତାନ ପକ୍ଷରୁ ଏହାର ଉଲ୍ଲଂଘନ କରାଯାଇଥିଲା । ଭାରତ ଏହାର କଡା ଜବାବ ଦେଇଥିଲା । ଜମ୍ମୁ କାଶ୍ମୀର, ଶ୍ରୀନଗର ଓ ଗୁଜରାଟର ବିଭିନ୍ନ ସ୍ଥାନରେ ଭାରତ ସୀମା ଭିତରକୁ ପାକିସ୍ତାନ ଡ୍ରୋନ୍ ପଠାଇବାକୁ ଚେଷ୍ଟା କରିଥିଲା । ଭାରତ ଏହାର ମୁହଁତୋଡ ଜବାବ ଦେଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Peaceful situation on Jammu and Kashmir border yesterday | Argus News